Categories: ଜାତୀୟ

୨୦୫୦ ସୁଦ୍ଧା ପ୍ରତି ୪ ଜଣରେ ଜଣେ ହେବେ ବୁଢା: ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୧।୨: ଭାରତରେ ବର୍ତ୍ତମାନ ଜନସଂଖ୍ୟାର ୬୫ ପ୍ରତିଶତ ୩୫ ବର୍ଷରୁ କମ। କିନ୍ତୁ ଏହି ପରିସ୍ଥିତି ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ ନାହିଁ। ଏଭଳି ପରିସ୍ଥିତିରେ ଭବିଷ୍ୟତ ବିଷୟରେ ଚିନ୍ତା କରିବାର ସମୟ ସୃଷ୍ଟି ହେଉଛି। ଭାରତରେ ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ଜନସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ଅଟେ, ଯାହା ପ୍ରାୟ ୧୦୪ ନିୟୁତ ଅର୍ଥାତ୍‌ ୧୦.୦୪ କୋଟି ଅଟେ।
୨୦୫୦ରେ, ୪ ନାଗରିକଙ୍କ ମଧ୍ୟରୁ ଜଣେ ବରିଷ୍ଠ ନାଗରିକ ହେବେ। United Nations Population Fund ଆକଳନ କରିଛି ଯେ ୨୦୨୫ ସୁଦ୍ଧା ଦେଶର ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୫୮ ନିୟୁତ ଅର୍ଥାତ୍‌ ୧୫.୮ କୋଟିକୁ ବୃଦ୍ଧି ପାଇବ। ୨୦୫୦ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ୧୯.୫ ପ୍ରତିଶତ ବରିଷ୍ଠ ନାଗରିକ ହେବେ। ୨୦୫୦ ରେ, ଭାରତର ପ୍ରତ୍ୟେକ ଚତୁର୍ଥ ବ୍ୟକ୍ତି ଜଣେ ବରିଷ୍ଠ ନାଗରିକ ହେବେ।

 

 

Share