ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ଡ. ଭବାନୀ ଶଙ୍କର ନିଆଲ, କହିଲେ…

ଭବାନୀପାଟଣା,୧୯।୧୦( ଉତ୍ତମ କୁମାର ଦାଶ):  ପୁଣି ବିଜେଡିକୁ ଝଟ୍‌କା କଳାହାଣ୍ଡିର ବରିଷ୍ଠ ବିଜେଡି ନେତା ଡ. ଭବାନୀ ଶଙ୍କର ନିଆଲ ଶନିବାର ଭାଜପାରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଭାଜପା ରାଜ୍ୟ ସଭାପତି  ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ  ହୋଇଛନ୍ତି।
ଗତ କିଛିଦିନ ତଳେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭାବେ କାର୍ଯ୍ୟରତ ଥିବା  ଡ. ନିଆଲ  ବିଜେଡିରୁ ଇସ୍ତଫା ଦେଇଥିଲେ। ଦଳ ଛାଡିବା ପରେ ସେ ଭାଜପାର ଜାତୀୟ ଓ ରାଜ୍ୟସ୍ତରୀୟ ନେତାଙ୍କ ସହିତ ବରାବର ଯୋଗାଯୋଗରେ ରହିଥିଲେ। ଶେଷରେ ସେ ଭାଜପାର ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିବାବେଳେ ଡ. ନିଆଲଙ୍କ ଯୋଗଦାନ ଦ୍ୱାରା ରାଜ୍ୟରେ ଦଳ ପ୍ରତି ଆସ୍ଥା ପ୍ରକଟ କରିଥିବା ଲକ୍ଷ ଲକ୍ଷ ଅନୁସୂଚିତ ଜାତି ବର୍ଗ ଉପକୃତ ହେବେ ବୋଲି କହିଛନ୍ତି। ଡ. ନିଆଲଙ୍କୁ ଦଳରେ ସାମିଲ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିରୋଧୀ ଦଳ  ନେତା ପ୍ରଦୀପ୍ତ କୁମାର ନାଏକ ଅନୁମୋଦନ କରିଥିଲେ। ଡ. ନିଆଲଙ୍କ ସହିତ ଜିଲାର ବିଶିଷ୍ଟ ଶିକ୍ଷାବିତ୍‌ ଓ ସଂଗଠକ ପ୍ରବୀଣ କୁମାର ସିପକା ମଧ୍ୟ  ଯୋଗ ଦେଇଛନ୍ତି। ତାଙ୍କୁ ମଧ୍ୟ ରାଜ୍ୟ ସଭାପତି  ସାମଲ ସ୍ବାଗତ କରିଥିଲେ।
ପ୍ରକାଶ ଯେ, ଡ. ନିଆଲ ଗତ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭାଜପା ଦଳରେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ସେହିପରି ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରହିବା ସହିତ ଦଳର ଅନୁସୂଚିତ ଜାତି ରାଜ୍ୟ ଉପ ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେହିପରି ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଓ ସମାଲୋଚକ ଭାବେ ତାଙ୍କର ଲେଖା ସବୁ ବିଶ୍ୱର ୨୪ଗୋଟି ଭାଷାରେ ଅନୁଦିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଏପରିକି ତାଙ୍କ ସାହିତି୍ୟକ ଯାତ୍ରା ସମ୍ପର୍କରେ ଗ୍ରୀକ ଭାଷାରେ ଏକ ପୁସ୍ତକ ପ୍ରକାଶିତ ହୋଇଥିବାବେଳେ ତାଙ୍କର ବହୁ ଚର୍ଚ୍ଚିତ କବିତା ସଂକଳନ ଲକ୍‌ଡାଉନ, ଏନ ଏନକାଉଣ୍ଟର ଉଇଥ ଡେଥ ବିଦେଶରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି। ସେହିପରି ଡ. ନିଆଲ ଓଡ଼ିଆ ସାହିତ୍ୟ ଜଗତର ଚର୍ଚ୍ଚିତ ପତ୍ରିକା ମହୁରି ସମେତ ଏକାଧିକ ପତ୍ର, ପତ୍ରିକା ସମ୍ପାଦନା, ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ସାତରୁ ଅଧିକ ପୁସ୍ତକ ପ୍ରକାଶ ପାଇଛି। ସେହିପରି ୨୦ରୁ ଅଧିକ ବିଭିନ୍ନ ସାମାଜିକ, ରାଜନୈତିକ ଓ ବୌଦ୍ଧିକ ସଂଗଠନର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଛନ୍ତି। ଏପରିକି ବିଭିନ୍ନ ଜାତୀୟ ସ୍ତରର ଆନ୍ଦୋଳନରେ ସେ ସକ୍ରିୟ ଭାଗ ନେଇଛନ୍ତି। ବିଜେପିରେ ଯୋଗଦେବା ପରେ ଡ. ନିଆଲ କଳାହାଣ୍ଡି ଓ ନୂଆପଡା ଜିଲାର ତଥା ରାଜ୍ୟର ବିଭିନ୍ନ ବର୍ଗ ସମେତ ଅନୁସୂଚିତ ଜାତିଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ବିକଶିତ ଓ ସ୍ବପ୍ନକୁ ସାକାର କରିବା ତାଙ୍କ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri