ଦେବଗଡ଼,୧୬।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସୁନାମୁଣ୍ଡା ସ୍ଥିତ ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ। ମିଳିଥିବା ସୂଚନାନୁଯାୟୀ, ଯୁକ୍ତ ଦୁଇ ପିଲାଙ୍କ ଦ୍ୱାରା ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ରାଗିଂ କରାଯାଇଛି। ବୁଧବାର ବିଳମ୍ବିତ ରାତି ରାଗିଂ ହେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ୬ ଜଣ ଛାତ୍ର ରାଗିଂର ଶିକାର ହୋଇଥିବା ଜଣାପଡିଛି। ଜୁନିଅର ପିଲାଙ୍କୁ କ୍ରିକେଟ ବ୍ୟାଟ୍ରେ ସିନିୟର ପିଲା ନିସ୍ତୁକ ପିଟିଛନ୍ତି । ଯାହାକୁ ନେଇ ୯ ଜଣ ଯୁକ୍ତ ୨ ପିଲାଙ୍କ ବିରୋଧରେ ଦେବଗଡ ଥାନାରେ ମାମଲା ରୁଜୁ ହୋଇଛି।