ସିନିୟର ତୀରନ୍ଦାଜ ପ୍ରତିଯୋଗିତା: କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଲେ ସଞ୍ଜୟ

ଲାଞ୍ଜିଗଡ଼,୧୮।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟ୍ୟୁଷିତ ମଦନଗୁଡା ଗ୍ରାମର ଆଦିବାସୀ ଯୁବକ ସଞ୍ଜୟ ମାଝୀ ଜାତୀୟ ଏନଟିପିସି ସିନିୟର ତୀରନ୍ଦାଜ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି। ଝାଡଖଣ୍ଡର ଜାମସେଦପୁରସ୍ଥିତ ଗୋପାଲ ମୈଦାନରେ ଡିସେମ୍ବର ୧୫ ରୁ ୨୦ ପର୍ଯ୍ୟନ୍ତ ଚାଲିଥିବା ଜାତୀୟ ଏନଟିପିସି ସିନିୟର ତୀରନ୍ଦାଜ ପ୍ରତିଯୋଗିତାରେ ଲାଞ୍ଜିଗଡର ଆଦିବାସୀ ଯୁବକ ସଞ୍ଜୟ ମାଝୀ କାଂସ୍ୟ ପଦକ ହାସଲ କରି ଓଡ଼ିଶା, ଜିଲା ତଥା ବ୍ଳକ ପାଇଁ ଗୌରବ ଆଣିଛନ୍ତି।
କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟ୍ୟୁଷିତ ଲାଞ୍ଜିଗଡ ବ୍ଳକ ପାହାଡ଼ ପଦର ପଞ୍ଚାୟତର ମଦନଗୁଡା ଗ୍ରାମର ଦାନ ମାଝୀଙ୍କ ପୁଅ ସଞ୍ଜୟ। ସଞ୍ଜୟ ଲାଞ୍ଜିଗଡ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମେ ଷଷ୍ଠ ଶ୍ରେଣୀରୁ ଅଧ୍ୟୟନ କରି ଯୁକ୍ତ-୨ ପର୍ଯ୍ୟନ୍ତ ଶିକ୍ଷା ସହିତ କୋଚ ଶୀମାଞ୍ଚଳ କାଟ୍ରାକାଙ୍କ ଠାରୁ ତୀରନ୍ଦାଜ ତାଲିମ ମଧ୍ୟ
ନେଉଥିଲେ। ଚଳିତବର୍ଷ ବାଣିଜ୍ୟରେ ଉତ୍ତୀର୍ଣ୍ଣ ହେବାପରେ ଭୁବନେଶ୍ୱରସ୍ଥିତ କିସ ବିଦ୍ୟାଳୟ ଅଧ୍ୟୟନ କରୁଛନ୍ତି। ସେ ଭୁବନେଶ୍ୱର କିସ ବିଦ୍ୟାଳୟ ପକ୍ଷରୁ ଏହି ଜାତୀୟ ଏନଟିପିସି ସିନିୟର ତୀରନ୍ଦାଜ ପ୍ରତିଯୋଗିତାରେ ଇଣ୍ଡିଆନ ରାଉଣ୍ଡ ସିନିୟର ବାଳକ ବିଭାଗରେ ଭାଗ ନେଇ ୫୦ ମିଟରରେ ବ୍ୟବଧାନରେ ୩୨୭ ପଏଣ୍ଟ ଓ ୩୦ ମିଟର ବ୍ୟବଧାନରେ ୩୨୮ ପଏଣ୍ଟ ରଖି ମୋଟ ୬୫୫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିଛନ୍ତି। ସଞ୍ଜୟ ଓଡ଼ିଶା, ଜିଲା ତଥା ବ୍ଳକ ପାଇଁ ଗୌରବ ଆଣିଥିବାରୁ ଜିଲା ତଥା ବ୍ଲକ ଅଞ୍ଚଳରେ ବିଭିନ୍ନ ମହଲରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଉଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri