ମତେ ଜେଲ ପଠାଇବା ଲଣ୍ଡନ ଯୋଜନାର ଏକ ଷଡ଼ଯନ୍ତ୍ର: ନଓ୍ବାଜଙ୍କୁ ଇମ୍ରାନ୍‌ଙ୍କ ସମାଲୋଚନା…

ଇସଲାମାବାଦ,୧୫।୩ : ପୂର୍ବତନ ପାକିସ୍ତାନ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଏବେ ଗିରଫଦାରୀ ଖଣ୍ଡା ଝୁଲୁଛି। ଗତ ସପ୍ତାହରେ ପିଟିଆଇ ସମର୍ଥକ ଏବଂ ପାକିସ୍ତାନ ପୋଲିସ ମଧ୍ୟରେ ଇମ୍ରାନଙ୍କ ଘର ବାହାରେ ଧସ୍ତାଧସ୍ତିରେ ଦଶହଜାର ପାଖାପାଖି କାର୍ଯ୍ୟକର୍ତ୍ତା ଆହତ ହୋଇଥିଲେ ଏବଂ ଜଣଙ୍କର ମୃତ୍ୟୁ ଘଟିଥିଲା।

ଏଥି ସହିତ ଇମ୍ରାନ ଖାନ ଏ ସମ୍ପର୍କରେ ଏକ ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମକୁ ପ୍ରଥମ ଥର ପୋଲିସ ଏଭଳି ଟାର୍ଗେଟ କରିଥିଲା। ଇମ୍ରାନ ତାଙ୍କ ସମ୍ଭାବ୍ୟ ଗିରଫ ପୂର୍ବରୁ କହିଛନ୍ତି ଯେ ସରକାର ଏହି ପଦକ୍ଷେପ ନେଇଥିବାର କୌଣସି କାରଣ ନାହିଁ। ମୋର ଜାମିନ ୧୮ ତାରିଖ ଥିଲା। ସେମାନେ ଜାଣିଥିଲେ ସୁରକ୍ଷା କାରଣରୁ ମୁଁ ଜାମିନ ଶୁଣାଣି ପାଇଁ ଆସୁ ନାହିଁ।

ଇସଲାମାବାଦ କୋର୍ଟରେ ଅନେକ ଥର ଆକ୍ରମଣ କରାଯାଇଛି। ଯେଉଁଥିରେ ବିଚାରପତିମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇମ୍ରାନ କହିଛନ୍ତି ଯେ ସେମାନେ ପୁନର୍ବାର ପ୍ରସ୍ତୁତ ହେଉଛନ୍ତି, ମୁଁ ଜାଣେ। ମୁଁ ଲାହୋର ହାଇକୋର୍ଟରେ ଏକ ପ୍ରତିଶ୍ରୁତି ଦେଇଛି ଯେ ମୁଁ ୧୮ ତାରିଖ ଦିନ କୋର୍ଟରେ ଉପସ୍ଥିତ ରହିବି। କିନ୍ତୁ ଏହାକୁ ଗ୍ରହଣ କରାଯାଇ ନ ଥିଲା।

ସେ କହିଛନ୍ତି, ଏପରି କାହିଁକି ଘଟୁଛି ତାହା ସମସ୍ତେ ଜାଣନ୍ତି, ଏହା ଲଣ୍ଡନ ଯୋଜନାର ଏକ ଷଡ଼ଯନ୍ତ୍ର। ନୱାଜ ସରିଫଙ୍କୁ କଡ଼ା ସମାଲୋଚନା କରି ଇମ୍ରାନ କହିଛନ୍ତି ଯେ ନୱାଜଙ୍କୁ ନିଶ୍ଚିତ କରାଯାଇଛି ଯେ ମୋତେ ଏବଂ ମୋ ଦଳ ଉପରେ ଆକ୍ରମଣ କରାଯିବ ଏବଂ ମୋତେ ଜେଲରେ ରଖାଯିବ। ପୋଲିସ ମୋତେ ଗିରଫ କରି ଜେଲକୁ ପଠାଇବା ପାଇଁ ଆସିଛି। ଯଦି ମୋ ସହିତ କିଛି ଘଟେ, କିମ୍ବା ଜେଲକୁ ପଠାଯାଏ, କିମ୍ବା ସେମାନେ ମୋତେ ହତ୍ୟା କରନ୍ତି, ତେବେ ଦେଶର ଜନସାଧାରଣଙ୍କୁ ଏହା ପ୍ରମାଣ କରିବାକୁ ପଡ଼ିବ ଏବଂ ଇମ୍ରାନଙ୍କ ବିନା ମଧ୍ୟ ଏହି ଦେଶ ସଂଘର୍ଷ ଜାରି ରଖିବ।

Share