ନମୁନା ସଂଗ୍ରହ ଦିନ ହିଁ ଲ୍ୟାବ୍‌କୁ ପଠାନ୍ତୁ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର କୋଭିଡ୍‌ ପରୀକ୍ଷା ପାଇଁ ନୂଆ ନିୟମ ଜାରି କରିଛନ୍ତି। ସମସ୍ତ କରୋନା ସନ୍ଦିଗ୍ଧଙ୍କ ନମୁନା ଉପଯୁକ୍ତ ସମୟରେ ପରୀକ୍ଷା କରାଇବା ଏବଂ ପଜିଟିଭ୍‌ ଚିହ୍ନଟ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ସଙ୍ଗରୋଧରେ ରଖିବା ପାଇଁ ଏଥିରେ ଗୁରୁତ୍ୱ ଦିଆଯାଇଛି।
ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପି.କେ. ମହାପାତ୍ର ଏ ସଂକ୍ରାନ୍ତରେ ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ସିଡିଏମ୍‌ଓ ଏବଂ ପିଏଚ୍‌ଓମାନଙ୍କୁ ପତ୍ର ଲେଖିଛନ୍ତି। ସାମ୍ପୁଲ ସଂଗ୍ରହ କେନ୍ଦ୍ରଗୁଡ଼ିକରେ ସନ୍ଦିଗ୍ଧ ସଂକ୍ରମିତଙ୍କ କ୍ଷେତ୍ରରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉ। ସେଠାକୁ ନମୁନା ଦେବାକୁ ଯାଇଥିବା ବ୍ୟକ୍ତିମାନେ ମୁହଁରେ ମାସ୍କ ପିନ୍ଧନ୍ତୁ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ କ୍ୱାରାଣ୍ଟାଇନ୍‌ରେ ରୁହନ୍ତୁ। ଆର୍‌ଟି-ପିସିଆର୍‌ ସାମ୍ପୁଲଗୁଡ଼ିକୁ ସଂଗ୍ରହ କରାଯିବା ଦିନ ହିଁ ଲ୍ୟାବ୍‌କୁ ପଠାଯାଉ। ବିଳମ୍ବ ଏଡ଼ାଇବା ପାଇଁ ଜିଲାଗୁଡ଼ିକରୁ ପଠାଯାଇଥିବା ସାମ୍ପୁଲ ସଂଖ୍ୟା ଜିଲାକୁ ଦିଆଯାଇଥିବା ଟାର୍ଗେଟ ମଧ୍ୟରେ ସୀମିତ ରହୁ। ଲ୍ୟାବ୍‌ ପକ୍ଷରୁ ଇ-ମେଲ୍‌ ଜରିଆରେ ପଠାଯାଇଥିବା ଟେଷ୍ଟ ରିପୋର୍ଟଗୁଡ଼ିକୁ ଜିଲାସ୍ତରରେ ଯାଞ୍ଚ କରାଯାଉ। ରିପୋର୍ଟ ପଜିଟିଭ୍‌ ଆସିଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସେହିଦିନ ଅବଗତ କରାଯାଉ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଅନେକ ଜିଲାରେ କୋଭିଡ୍‌ ପ୍ରୋଟୋକଲ ପାଳନ ହେଉ ନ ଥିବାରୁ ସଂକ୍ରମିତ ବ୍ୟକ୍ତିମାନଙ୍କ ନମୁନା ପରୀକ୍ଷା ଓ ତାଙ୍କୁ ଆଇସୋଲେଶନରେ ରଖାଯିବାରେ ବିଳମ୍ବ ହେଉଛି। ତେଣୁ ଉପରୋକ୍ତ ନିୟମଗୁଡ଼ିକୁ ଜିଲା ସ୍ତରରେ କଡ଼ାକଡ଼ି ପାଳନ କରିବାକୁ ସେ ଏଥିରେ ନିର୍ଦ୍ଦେଶ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri