ବିଶ୍ୱର ସବୁଠାରୁ ଭୟଙ୍କର ଜେଲକୁ ପଠାଯାଉ ଆମେରିକୀୟ ଅପରାଧୀଙ୍କୁ…, ଏହି ଦେଶର ରାଷ୍ଟ୍ରପତି ଦେଲେ ବଡ଼ ଅଫର

ଓ୍ବାଶିଂଟନ,୪।୧: ଏପର୍ଯ୍ୟନ୍ତ ଆମେରିକା କେବଳ ଅନ୍ୟ ଦେଶର ଇଞ୍ଜିନିୟର ଏବଂ ଡାକ୍ତରମାନଙ୍କୁ ଆଉଟସୋର୍ସ କରୁଥିଲା। ଏବେ ଆମେରିକା ତା’ର କଏଦୀମାନଙ୍କ ପାଇଁ ଜେଲଗୁଡ଼ିକୁ ଆଉଟସୋର୍ସ କରିପାରିବ। ଆମେରିକା ଏବଂ ଏଲ ସାଲଭାଡୋର ଏକ ଅତ୍ୟନ୍ତ ସ୍ବତନ୍ତ୍ର ଚୁକ୍ତିରେ ପହଞ୍ଚିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହାକୁ ଅବୈଧ ପ୍ରବାସୀଙ୍କୁ ଆହୁରି ରୋକିବା ପାଇଁ ‘ସବୁଠାରୁ ଅଭୂତପୂର୍ବ ଏବଂ ଅସାଧାରଣ’ ଚୁକ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସାଲଭାଡୋର ରାଷ୍ଟ୍ରପତି ନାୟିବ ବୁକେଲ ରାଜଧାନୀ ସାନ ସାଲଭାଡୋରର ଲେକ କୋଟେପେକରେ ଥିବା ତାଙ୍କ ବାସଭବନରେ ରୁବିଓଙ୍କ ସହ ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା କରିଥିଲେ। ବୈଠକ ପରେ, ରୁବିଓ ସୋମବାର ଘୋଷଣା କରିଥିଲେ ଯେ ଏଲ ସାଲଭାଡୋରର ରାଷ୍ଟ୍ରପତି ଆମେରିକାର ଯେକୌଣସି ଜାତୀୟତାର ଅବୈଧ ପ୍ରବାସୀଙ୍କୁ ତାଙ୍କ ଦେଶକୁ ନେବାକୁ ରାଜି ହୋଇଛନ୍ତି, ଯେଉଁଥିରେ ଆମେରିକାର ଜେଲରେ ବନ୍ଦୀ ଥିବା ହିଂସାତ୍ମକ ଅପରାଧୀ ମଧ୍ୟ ସାମିଲ ଅଛନ୍ତି।
ରାଷ୍ଟ୍ରପତି ବୁକେଲ ବିଶ୍ୱର ସବୁଠାରୁ ଅଭୂତପୂର୍ବ ଏବଂ ଅସାଧାରଣ ପ୍ରବାସ ଚୁକ୍ତିନାମା ପ୍ରଦାନ କରିଛନ୍ତି, ଏଲ ସାଲଭାଡୋରର ବୈଦେଶିକ ମନ୍ତ୍ରୀଙ୍କ ସହ ଏକ ବେସାମରିକ ପରମାଣୁ ଚୁକ୍ତିନାମା ସ୍ବାକ୍ଷର କରିବା ପରେ ରୁବିଓ ଏହା କହିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ସେ ଆମେରିକାର ସବୁଠାରୁ ବିପଦଜନକ ଅପରାଧୀଙ୍କୁ ମଧ୍ୟ ତାଙ୍କ ଜେଲକୁ ନେବାକୁ ପ୍ରସ୍ତୁତ, ସେମାନେ ଆମେରିକୀୟ ନାଗରିକ ହୁଅନ୍ତୁ କିମ୍ବା ଆଇନଗତ ବାସିନ୍ଦା ହୁଅନ୍ତୁ। ଟାଇମର ରିପୋର୍ଟ ଅନୁଯାୟୀ, ଜଣେ ଆମେରିକୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଟ୍ରମ୍ପ ପ୍ରଶାସନର ଆମେରିକୀୟ ନାଗରିକଙ୍କୁ ଦେଶାନ୍ତର କରିବାର କୌଣସି ଯୋଜନା ନାହିଁ। କିନ୍ତୁ ରାଷ୍ଟ୍ରପତି ବୁକେଲଙ୍କ ପ୍ରସ୍ତାବ ଗୁରୁତ୍ୱପୂର୍ଣ୍ଣ। ଆମେରିକା ସରକାର ନିଜ ନାଗରିକଙ୍କୁ ଦେଶରୁ ବାହାର କରିପାରିବେ ନାହିଁ। ଏପରି ପଦକ୍ଷେପ ଆମେରିକା ପାଇଁ ଏକ ଆଇନଗତ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
ପ୍ରବାସୀଙ୍କ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ପାଇଁ ରୁବିଓ ଏଲ ସାଲଭାଡୋରରେ ପହଞ୍ଚିଥିଲେ। ଏଲ ସାଲଭାଡୋରର ଜେଲ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଜେଲ ମଧ୍ୟରୁ ଗୋଟିଏ। ରାଷ୍ଟ୍ରପତି ବୁକେଲେ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ଆମେ ଆମର ଜେଲ ବ୍ୟବସ୍ଥାର ଏକ ଅଂଶକୁ ଆଉଟସୋର୍ସ କରିବା ପାଇଁ ଆମେରିକାକୁ ପ୍ରସ୍ତାବ ଦେଇଛୁ। ଆମେ ଅଳ୍ପ କିଛି ଫି ବିନିମୟରେ କେବଳ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କୁ ଆମର ମେଗା ଜେଲକୁ ନେବାକୁ ପ୍ରସ୍ତୁତ। ଏହି ଦେୟ ଆମେରିକା ପାଇଁ ବହୁତ କମ ହେବ, କିନ୍ତୁ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଆମର ସମ୍ପୂର୍ଣ୍ଣ ଜେଲ ବ୍ୟବସ୍ଥାକୁ ସ୍ଥାୟୀ କରିବ।’ ସେ କଏଦୀମାନେ ବସିଥିବା ଏବଂ ରକ୍ଷୀମାନଙ୍କୁ ନିୟୋଜିତ କରାଯାଇଥିବା ଫଟୋ ମଧ୍ୟ ସେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri