Categories: ଜାତୀୟ

କରୋନାରେ ପ୍ରାଣ ହରାଇଲେ ସେନକୋ ଗୋଲ୍ଡ ଚେୟାରମ୍ୟାନ୍‌

କୋଲକାତା,୨୯।୭: ଅଳଙ୍କାର ରିଟେଲିଂ କମ୍ପାନୀ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଚେୟାରମ୍ୟାନ ଶଙ୍କର ସେନଙ୍କର ପରଲୋକ ଘଟିଛି। ସେ କରୋନାରେ ପ୍ରାଣ ହରାଇଥିବା କମ୍ପାନୀ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ନିକଟରେ ସେନଙ୍କ ଆଣ୍ଠୁରେ ଅପରେସନ ହୋଇଥିଲେ। ଜାତୀୟ ବୋର୍ଡରେ ସେନକୋ ଗୋଲ୍ଡର ସ୍ବୀକୃତି ସୁନିଶ୍ଚିତ କରିବାରେ ସେନଙ୍କର ବଡ ଭୂମିକା ଥିଲା। ୧୯୯୦ ଦଶକରେ ସେ ତାଙ୍କ ପିତାଙ୍କଠାରୁ କମ୍ପାନୀର ୩ଟି ଷ୍ଟୋରର ଉତ୍ତରାଧିକାରୀ ଦାୟିତ୍ୱ ନେଇଥିଲେ। ଏବେ ଦେଶରେସେନକୋର ୧୦୦ରୁ ଅଧିକ ଷ୍ଟୋର ରହିଛି।

Share