Posted inଜାତୀୟ

୨୦୨୪ର ସେମିଫାଇନାଲ, ଭାଜପା-କଂଗ୍ରେସର ଭବିଷ୍ୟତ ନିର୍ଣ୍ଣୟ କରିବ ୫ ରାଜ୍ୟର ବିଧାନସଭା ନିର୍ବାଚନ…

ନୂଆଦିଲ୍ଲୀ, ୧୦।୧ : ଦେଶରେ ୫ଟି ରାଜ୍ୟରେ ବିିଧାନସଭା ନିର୍ବାଚନ ହୋବକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ୍‌ ଭାବେ ରାଜନୈତିକ ସମୀକ୍ଷକ ବିଚାର କରୁଛନ୍ତି। ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତ ଏହି ପାଞ୍ଚଟି ରାଜ୍ୟରେ ବାସ କରନ୍ତି। ଏପରି ପରିସ୍ଥିତିରେ, ଏହାର ଫଳାଫଳ ୨୦୨୪ ର ଦିଗ ନିର୍ଣ୍ଣୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ନିର୍ବାଚନ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଂଗ୍ରେସ ପାଇଁ ମଧ୍ୟ ଏହା ଏକ ନିର୍ଣ୍ଣାୟକ ନିର୍ବାଚନ ହେବ। ବିଧାନସଭା ନିର୍ବାଚନ ହେଉଥିବା ୪ ରାଜ୍ୟରେ ଭାଜପା ସରକାର ଏବଂ ଗୋଟିଏରେ କଂଗ୍ରେସ ସରକାର ଅଛି। ଏହି ନିର୍ବାଚନ ଭାଜପା ପାଇଁ ଏକ ଲିଟମସ ପରୀକ୍ଷା ସାବ୍ୟସ୍ତ ହେବ।

ବିଶେଷକରି କୃଷି ଆଇନ ପ୍ରତ୍ୟାହାର ସହିତ ଡିସେମ୍ବର ୨୬କୁ ପ୍ରକାଶ ପର୍ବ ଅବସରରେ ବୀର ବାଲ୍‌ ଦିବସ ପାଳନ ପାଇଁ ଘୋଷଣା କରି ଭାଜପା ପଞ୍ଜାବ ଭୋଟରଙ୍କୁ ହାତେଇବାର ପ୍ରୟାସ କରି ମାଷ୍ଟର ଷ୍ଟ୍ରୋକ୍‌ ମାରିଛି। ପଞ୍ଜାବ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶର ତରାଇ ଅଞ୍ଚଳରେ ଭାଜପା ପ୍ରତି କୃଷକଙ୍କ ମଧ୍ୟରେ କ୍ରୋଧ ଅଛି କି ନାହିଁ ତାହା ନିର୍ବାଚନ ଫଳାଫଳ ଦର୍ଶାଇବ।

୫ ଟି ରାଜ୍ୟରେ ୬୯୦ ଟି ଆସନରେ ଭୋଟିଂ ଅନୁଷ୍ଠିତ ହେବ ଏବଂ ସେଥିମଧ୍ୟରୁ ପ୍ରାୟ ୨୪୦ ଟି ବିଧାନସଭା ଆସନ ଚାଷୀଙ୍କ ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇଛି। ଉତ୍ତରପ୍ରଦେଶ ଏବଂ ପଞ୍ଜାବକୁ ବ୍ୟତୀତ ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ବିଏସପି ନିଜର ନିଜର ଅସ୍ଥିତ୍ୱ ରକ୍ଷା ଲାଗି ଲଢ଼ିବେ। ତେବେ ପଞ୍ଜାବରେ କଂଗ୍ରେସ, ଆମ ଆଦମୀ ପାର୍ଟି ଏବଂ ଅକାଳୀ ଦଳ ମଧ୍ୟରେ ଏକ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେବାର ଆଶା ରହିଛି।

ଏଠାରେ ପ୍ରଥମ ଥର ପାଇଁ ଅକାଳୀ ଦଳରୁ ଅଲଗା ହୋଇ ଭାଜପା ନିର୍ବାଚନ ଲଢ଼ିବ। ପ୍ରଥମ ଦୁଇଟି ପର୍ଯ୍ୟାୟର ଭୋଟିଂ ଭାଜପା ଏବଂ କଂଗ୍ରେସ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହେବାର ଆଶା ରହିଛି। ଫେବୃଆରୀ ୧୦ ଏବଂ ୧୪ରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଦୁଇଟି ପର୍ଯ୍ୟାୟ ମତଦାନ ଭାଜପା ଏବଂ କଂଗ୍ରେସ ସବୁଠାରୁ ଆହ୍ବାନପୂର୍ଣ୍ଣ। କାରଣ ଏହି ପର୍ଯ୍ୟାୟରେ ପଞ୍ଜାବ ଏବଂ ଜାଟ ପ୍ରାଧାନ୍ୟ ପଶ୍ଚିମ ଉତ୍ତରପ୍ରଦେଶରେ ଭୋଟିଂ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri