Posted inଖେଳ

ଟେଷ୍ଟୋଷ୍ଟେରୋନ ନିୟମ: ଲମ୍ବା ଲଢେଇରେ ହାରିଲେ ସିମେନ୍ୟା

ଜେନିଭା,୧୦।୯ (ଏପି): ଦୁଇଥର ଅଲିମ୍ପିକ୍‌ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ମିଡିଲ ଡିଷ୍ଟାନ୍ସ ରନର କାଷ୍ଟର ସିମେନ୍ୟା ଏକ ଲମ୍ବା ତଥା ଗୁରୁତ୍ୱପୂର୍ଣ୍ଣ ଆଇନଗତ ଲଢେଇରେ ପରାସ୍ତ ହୋଇଛନ୍ତି। ପୁରୁଷ ହରମୋନ ଟେଷ୍ଟୋଷ୍ଟେରୋନ ନିୟମ ନେଇ ସେ ଏହି ଲଢେଇ ସୁଇଜରଲାଣ୍ଡ ସୁପ୍ରିମ୍‌କୋର୍ଟରେ ଦୀର୍ଘବର୍ଷ ଧରି ଲଢି ଆସୁଥିଲେ। ଟ୍ରାକ୍‌ ଆଣ୍ଡ ଫିଲ୍ଡ୍‌ ନିୟମ ଅନୁସାରେ ଯେଉଁ ମହିଳା ଆଥଲେଟଙ୍କ ଶରୀରରେ ଆବଶ୍ୟକଠାରୁ ଅଧିକ ଟେଷ୍ଟୋଷ୍ଟେରୋନ ରହିଥିବ ସେମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ନାହିଁ। ଫଳରେ ସିମେନ୍ୟା ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ସରେ ୮୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିପାରିବେ ନାହିଁ। ଏଥିସହିତ ସେ ୪୦୦ମି ଓ ଏକ ମାଇଲ୍‌ ମଧ୍ୟରେ କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ। ତେବେ ଆସ୍ତ୍ରୋପଚାର ବା ଚିକିତ୍ସା ମାଧ୍ୟମରେ ତାଙ୍କର ଟେଷ୍ଟୋଷ୍ଟେରୋନ ମାତ୍ରା କମାଇଲେ ସେ ଅଂଶଗ୍ରହଣ କରିପାରିବେ ବୋଲି ସର୍ତ୍ତ ରଖାଯାଇଛି।
ଗତବର୍ଷ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌)ର ରୁଲିଂ ବିରୋଧରେ ସେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ତେବେ ଜଜ୍‌ମାନେ ସିମେନ୍ୟାଙ୍କ ଏହି ଅପିଲକୁ ଖାରଜ କରିଛନ୍ତି ବୋଲି ସୁଇଜରଲାଣ୍ଡ ସୁପ୍ରିମକୋର୍ଟ କହିଛନ୍ତି। ଟ୍ରାକ୍‌ ଆଣ୍ଡ ଫିଲ୍ଡର ନିୟମ ଅନୁସାରେ ଯେଉଁ ମହିଳା ଆଥଲେଟଙ୍କ ଶରୀରରେ ଏହି ହରମୋନ ଅଧିକ ରହିଥିବ ସେମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହି ନିୟମୁ କାସ୍‌ ବଜାୟ ରଖିଥିଲା ଓ ଏବେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ୭୧ ପୃଷ୍ଠା ସମ୍ବଳିତ ରାୟରେ ଏହାକୁ ସମର୍ଥନ କରିଛନ୍ତି।
ସୁପ୍ରିମକୋର୍ଟଙ୍କ ରାୟରେ ନିରାଶ ହୋଇଛି ବୋଲି ସେ କହିଛନ୍ତି। ଏଥି ସହିତ ସେ ଓ୍ବାଲର୍‌ଡ ଆଥଲେଟିକ୍ସ ବିରୋଧରେ ସେ ଅସନ୍ତୋଷ ଜାହିର କରିଛନ୍ତି। ୨୦୧୯ ମେ’ରେ କାସ୍‌ର ୩ ଜଣିଆ ଜଜ୍‌ ୨-୧ରେ ସିମେନ୍ୟାଙ୍କ ଅପିଲକୁ ଖାରଜ କରିଥିଲେ। ଉଲ୍ଲେଖଥାଉ କି, ଟେଷ୍ଟୋଷ୍ଟେରୋନ ହେଉଛି ଏକ ହରମୋନ। ଏହା ମସଲ ଟୋନ୍‌ ଓ ବୋନ୍‌ ମାସ ବଢାଇବାରେ ସହାୟ ହୋଇଥାଏ। ଯଦି ଟେଷ୍ଟୋଷ୍ଟେରୋନ ଇଞ୍ଜେକ୍‌ଶନ ମାଧ୍ୟମରେ ନିଆଯାଏ ଏହା ଡୋପିଂ ଜନିତ ନିଷିଦ୍ଧ ପଦାର୍ଥରୂପେ ବିବେଚିତ ହୋଇଥାଏ। ମହିଳା ଆଥଲେଟଙ୍କ ମାନବିକ ଅଧିକାର ପାଇଁ ମୋର ଲଢେଇ ଜାରି ରହିବ ବୋଲି ସିମେନ୍ୟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏବେ ସେ କି ନିଷ୍ପତ୍ତି ନେବେ ସେ ନେଇ ସ୍ପଷ୍ଟ କରିନାହାନ୍ତି। ତେବେ ସେ ୧୦୦ କିମ୍ବା ୨୦୦ କିମ୍ବା ଏକ ମାଇଲ୍‌ରୁ ଅଧିକ ଦୂରତା ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri