Posted inଫୁରସତ

ସୋସିଆଲ ମିଡିଆରେ କେବଳ ପାଦର ଫଟୋ ଶେୟାର କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି ଏହି ମଡେଲ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କରୋନା ମହାମାରୀ ସମୟରେ ଇଣ୍ଟରନେଟ୍‌ର ବ୍ୟବହାର ବେଶ୍‌ ବୃଦ୍ଧି ପାଇଛି। ଆଜିକାଲି ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଖାଦ୍ୟ ବ୍ଲଗର୍‌, ଶିକ୍ଷକ, ଜିମ୍‌ ବିଶେଷଜ୍ଞ ଆଦି ହୋଇ ଟଙ୍କା ରୋଜଗାର କରୁଛନ୍ତି। ଜର୍ଜିଆ ନାମକ ଜଣେ ଯୁବତୀ ଟଙ୍କା ରୋଜଗାର କରିବା ପାଇଁ ଇଣ୍ଟରନେଟ୍‌କୁ ଏକ ଅସ୍ତ୍ର ଭାବେ ଗ୍ରହଣ କରିନେଇଛନ୍ତି। ଏଥିରେ ତାଙ୍କର ତରିକା ସମ୍ପୂର୍ଣ୍ଣ ଭିନ୍ନ। ସେ ସୋସିଆଲ ମିଡିଆ ଅନ୍ୟ କିଛି ନୁହଁ କେବଳ ତାଙ୍କ ପାଦର ଫଟୋ ଶେୟାର କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

୨୩ ବର୍ଷୀୟା ଜର୍ଜିଆ ଟଙ୍କା ରୋଜଗାର ପାଇଁ ସୋସିଆଲ ମିଡିଆକୁ ଏକ ମାଧ୍ୟମ ଭାବେ ବାଛି ନେଇଛନ୍ତି। ସେ ଜଣେ ମଡେଲ ଏବଂ ରିସେପ୍ସନିଷ୍ଟ। ଏକ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ଜରିଆରେ ଜର୍ଜିଆ ଟଙ୍କା ରୋଜଗାରର ଉପାୟ ଜାଣୁଥିଲେ। ପରେ ତାଙ୍କ ପାଦର ଫଟୋ ଲଗାଇ ଟଙ୍କା ରୋଜଗାର କରିବାର ପଥ ବାଛିଲେ।

ଏହି ମଡେଲ ଜୁନ୍‌ରେ ବ୍ୟକ୍ତିଗତ ଏକ ପେଜ୍‌ ସୃଷ୍ଟି କରିଥିଲେ। ଯେଉଁଥିରେ ବର୍ତ୍ତମାନ ୪୫,୦୦୦ରୁ ଅଧିକ ଫଲୋଅର୍ସ ରହିଛନ୍ତି। ଏହି ଆକାଉଣ୍ଟରେ ପାଦର ଫଟୋ ବିକ୍ରି କରି ପ୍ରତି ସପ୍ତାହରେ ୪୩୦୦୦ରୁ ଅଧିକ ଟଙ୍କା ରୋଜଗାର କରନ୍ତି। ତାଙ୍କର ମାସିକ ଆୟ ୧ ଲକ୍ଷ ୭୦ ହଜାର ଟଙ୍କାରୁ ଅଧିକ।

ଜର୍ଜିଆ ତାଙ୍କ ନୂତନ ଚାକିରି ବିଷୟରେ କୁହନ୍ତି, ମୁଁ ସ୍ଥିର କଲି ଏହା ମୋ ପାଇଁ ଏକ ମଜାଦାର ହବି ଏବଂ ଆୟର ଉତ୍ସ ହେବ। ମୁଁ ମଧ୍ୟ ଆଶା କରିଥିଲି ଯେ, ଏହା ମୋତେ କିଛି ରୋଜଗାର ଦେବ। ମୁଁ ସବବେଳେ ଜଣେ ମଡେଲ ହେବାକୁ ଚାହୁଁଥିଲି କିନ୍ତୁ ବାହାରକୁ ଯିବାକୁ ଭୟ କରୁଥିଲି। ଅନ୍ୟପକ୍ଷରେ ନଗ୍ନ ଫଟୋ କିମ୍ବା ଅଶ୍ଳୀଳ ବିଷୟବସ୍ତୁ ବଦଳରେ କେବଳ ମୋର ପାଦର ଫଟୋ ପୋଷ୍ଟ କରିବା ଆରମ୍ଭ କଲି। ଏହା ପରେ ଦେଖିଲି ଲୋକମାନେ ଏହାକୁ ପସନ୍ଦ କରିବାକୁ ଲାଗିଲେ। ଯାହା ମୋତେ ରୋଜଗାର କରିବାରେ ସହାୟକ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri