ବଢ଼ୁଛି ଭେଜାଲ, ରଙ୍ଗମିଶା ଖାଦ୍ୟ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୬।୮: ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଷ୍ଟଲ୍‌, ଦୋକାନରେ ଭଳିକି ଭଳି ରଙ୍ଗ ବେରଙ୍ଗ ମିଠା ସହ ଅନ୍ୟ ଖାଦ୍ୟ ସଜା ଯାଉଛି। ଯେଭଳି ଏହା ଗ୍ରାହକଙ୍କୁ ଆକୃଷ୍ଟ କରିବ। ତେବେ ଏହି ରଙ୍ଗଦିଆ ଖାଦ୍ୟ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ ରୋଗର କାରଣ ସାଜିଛି। ଅସ୍ବାସ୍ଥ୍ୟକର ପରିବେଶରେ ତିଆରି ଗୁପ୍‌ଚୁପ୍‌ଠାରୁ ଆରମ୍ଭ କରି ହୋଟେଲ, ଜଳଖିଆ, ଫାଷ୍ଟଫୁଡ ଦୋକାନରେ ଖାଦ୍ୟସାମଗ୍ରୀ କେନ୍ଦ୍ରାପଡ଼ା ଜିଲାରେ ବୁଦ୍ଧିଜୀବୀମାନଙ୍କୁ ଚିନ୍ତାରେ ପକାଇଛି। ପାଉଁରୁଟି, ପାଣି ବୋତଲ ଓ ପାଉଚ, ଆଇସକ୍ରିମ ଆଦି ସ୍ଥାନୀୟ ଅଞ୍ଚଳରୁ ଉପତ୍ାଦନ କରାଯାଇ ପ୍ୟାକେଟରେ ବିକ୍ରି ହେଉଛି। ଏଥିରେ ପ୍ରସ୍ତୁତି ତାରିଖ, ବ୍ୟବହାର ସମୟ ଶେଷ ଅବଧି ଆଦି ଲେଖା ରହୁନାହିଁ। ପ୍ରଶାସନ ଏ ନେଇ ସବୁ ଜାଣୁଥିଲେ ମଧ୍ୟ ନୀରବ ରହିଛି। ଏକ ବଡଧରଣର ବିପଦ ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିଥିବା ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଖଡିଅଙ୍କର ସେକ୍‌ ଅମଜାନ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ଗ୍ରାମାଞ୍ଚଳ ସହ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରାୟ ୫ ହଜାରରୁ ଅଧିକ ଛୋଟ ବଡ ଜଳଖିଆ ଦୋକାନ ଅଛି। ସେହିପରି ଜିଲାରେ ୨୦୦ରୁ ଅଧିକ ମଧ୍ୟମ ଧରଣର ହୋଟେଲ ରହିଛି। ଏଠାରେ ମିଳୁଥିବା ଖାଦ୍ୟ ଉପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ନାହିଁ। ପ୍ରତି ଦୋକାନରେ ରଙ୍ଗମିଶା ଖାଦ୍ୟ ସହ କେତେକ ସ୍ଥାନରେ ଗ୍ରାହକଙ୍କୁ ବାସି ଖାଦ୍ୟ ପରଷା ଯାଉଛି। ସେହିପରି ଚାଟ୍‌, ଜିଲାପି, ପକୋଡା ପ୍ରଭୃତି ଫାଷ୍ଟ ଫୁଡ ଆଦିରେ ବହୁଳ ରାସାୟନିକ ରଙ୍ଗ ମିଶାଯାଉଛି। ଗୁପଚୁପର ଖଟାପାଣି ପାଟିକୁ ସ୍ବାଦ ହେବା ଲାଗି ତେନ୍ତୁଳି ବଦଳରେ ଭିନେଗାର ପ୍ରୟୋଗ କରାଯାଉଛି। ଏହି ରାସାୟନିକ ପଦାର୍ଥ ଏବେ ରୋଗର କାରଣ ହୋଇଛି। ସାମାଜିକ କର୍ମୀ ମନୋଜ କୁମାର ନାୟକ କୁହନ୍ତି, ଜୀବନଧାରଣ ପାଇଁ ଖାଦ୍ୟ ଜରୁରୀ। ତେବେ ବ୍ୟବସାୟୀମାନେ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଉନାହାନ୍ତି। ଖାଦ୍ୟରେ ରଙ୍ଗ ମିଶାଇବା, ପୋଡା ତେଲରେ ଛାଣିବା, ବାସିଖାଦ୍ୟ ଦେବା ଆଦି ବ୍ୟବସାୟୀଙ୍କ ସ୍ବଭାବ ହେଲାଣି। କମ୍‌ ପଇସା ଖର୍ଚ୍ଚରେ ବେଶି ଲାଭ ସମସ୍ତଙ୍କ ଲକ୍ଷ୍ୟ ହୋଇଛି। ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ରୋଗ ସୃଷ୍ଟିର ଅନ୍ୟତମ କାରଣ ହୋଇଛି। ଆଇସକ୍ରିମ ଓ ପାଉଁରୁଟି ନିର୍ମାଣ ସ୍ଥଳ ଆଦୌ ପରିଷ୍କାର ହେଉନାହିଁ। ସେହିପରି ଏଠାରେ ବ୍ୟବହୃତ ସାମଗ୍ରୀ ଉପରେ କୌଣସି ତନଖି ନ ଥିବାରୁ ନିର୍ମାତାକାରୀ ମନଇଚ୍ଛା ଗ୍ରାହକଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ କରୁଛନ୍ତି। ଏପରି କି ଏଠାରେ ପ୍ରସ୍ତୁତ ପାଣି ବୋତଲ ଓ ପାଉଚ, ଆଇସକ୍ରିମ ଆଦିର ବ୍ୟବହାରର ସମୟ ଅବଧି ସମ୍ବନ୍ଧୀୟ ତଥ୍ୟ ଆଦୌ ଉଲ୍ଲେଖ ରହୁନାହିଁ। ଆଇନଜୀବୀ ବିଧୁଭୂଷଣ ମହାପାତ୍ର କୁହନ୍ତି, ଖାଦ୍ୟରେ ରଙ୍ଗ ବ୍ୟବହାର, ବାସିଖାଦ୍ୟ ଯୋଗୁ ଗଳା ଓ ଜିଭ କୁଣ୍ଡାଇ ହେବା, ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା, ଲୋ ବ୍ଲଡ ପ୍ରେସର, ବାନ୍ତି, ଡାଇରିଆ, ଦେହରେ ଫଳିଯିବାଠାରୁ ଆରମ୍ଭ କରି କର୍କଟ ରୋଗ ପର୍ଯ୍ୟନ୍ତ ସୃଷ୍ଟି ହେଉଛି। ଫଳ ପାଚିବା ପାଇଁ ରାସାୟନିକ ଦ୍ରବ୍ୟ ବହୁଳ ବ୍ୟବହାର ହେଉଥିବା ବେଳେ ପରିବା କଞ୍ଚା ଦେଖାଯିବା ପାଇଁ ବ୍ୟବସାୟୀମାନେ ରଙ୍ଗର ବ୍ୟବହାର କରୁଛନ୍ତି। ଯେଉଁ ଡବା ବା ପ୍ୟାକେଟ୍‌ରେ ସବୁଜ ବିନ୍ଦୁ ରହିଛି, ସେଥିରେ ଆମିଷ ଓ ଅଣ୍ଡା ପଡୁନାହିଁ। ଆଉ ଯେଉଁ ପ୍ୟାକେଟ ଓ ଡବାରେ ଲାଲ ବିନ୍ଦୁ ରହୁଛି, ସେଥିରେ ଆମିଷ ଓ ଅଣ୍ଡାର ବ୍ୟବହାର କରାଯାଉଥିବା ସୂଚନା ଦିଆଯାଇଛି। ଯେଉଁ ଡବା ଉପରେ କଳା ଚିହ୍ନ ରହିଛି ତାହା ରାସାୟନିକ ପଦର୍ଥ ବୋଲି ଜଣାପଡିବ। ଜିଲାରେ ଖାଦ୍ୟ ନମୁନା ପରୀକ୍ଷା ପାଇଁ ଗବେଷଣାଗାରର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଜିଲା ଖାଦ୍ୟ ନିରୀକ୍ଷିକା ଅନିତା ଦାସଙ୍କୁ ପଚାରିବାରେ ପ୍ରତିମାସ ବିଭିନ୍ନ ସ୍ଥାନରେ ଗ୍ରାହକଙ୍କୁ ଦିଆଯାଉଥିବା ଖାଦ୍ୟ ସମ୍ପର୍କରେ ତନଖି ହେଉଛି। କେତେକ ସ୍ଥାନରେ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଉଛି। କର୍ମଚାରୀ ଅଭାବରୁ ଜିଲାର ସମସ୍ତ ସ୍ଥାନରେ ଚଢ଼ାଉ ସମ୍ବବ ହେଉ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri