ବିକ୍ରି ହେଉଛି ନିଷେଧ ଔଷଧ

ଜଗତ୍‌ସିଂହପୁର,୧୪।୪ (ପ୍ରମୋଦ କୁମାର ନାୟକ)ଅନେକ ସମୟରେ ଦେଖାଯାଉଛି ରୋଗୀ ଠିକ୍‌ ଔଷଧ ସେବନ କରିପାରୁନାହାନ୍ତି। ଏନେଇ ଯେଉଁସବୁ କାରଣ ଥାଉ ନା କାହିଁକି ଭୁଲ୍‌ ଓ ନିଷେଧ ଔଷଧ ସେବନ ଯୋଗୁ ରୋଗୀ ଅଧିକ ଅସୁସ୍ଥ ହୋଇ ପଡ଼ୁଛନ୍ତି। ଏପରି କି ଅନେକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। କୋଭିଡ୍‌-୧୯ ମହାମାରୀ ସମୟରେ ଔଷଧଜନିତ ତ୍ରୁଟି ଓ ତତ୍‌ସଂଲଗ୍ନ ବିପଦ ଚିନ୍ତାର କାରଣ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ୨୦୨୨ ବିଶ୍ୱ ରୋଗୀ ସୁରକ୍ଷା ଦିବସରେ ଔଷଧ ସୁରକ୍ଷା ପ୍ରସଙ୍ଗକୁ ବିଷୟବସ୍ତୁ ରଖିଥିଲେ। ବିନା ବିପଦରେ ଔଷଧ (ମେଡିକେସନ୍‌ ୱିଦାଉଟ ହାର୍ମ) ସ୍ଲୋଗାନ ଦିଆଯାଇଥିଲା। କିନ୍ତୁ ଏଥିମଧ୍ୟରେ ପାଖାପାଖି ୨ ବର୍ଷ ହୋଇ ବିତିଯାଇଥିଲେ ସୁଦ୍ଧା ଜଗତ୍‌ସିଂହପୁର ଜିଲାରେ ଏହା କେବଳ ଔପଚାରିକତା ପୂରଣ ପାଇଁ କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି। ପୂର୍ବପରି ବଜାରରେ ନିଷେଧ ଓ ଭୁଲ୍‌  ଔଷଧ ଅବାଧରେ ବିକ୍ରି ଚାଳିଛି। ବିଶ୍ୱର ଏଭଳି କୌଣସି ବ୍ୟକ୍ତି ନାହାନ୍ତି ଯିଏ ତାଙ୍କ ଜୀବନ କାଳ ମଧ୍ୟରେ ଔଷଧ ଉପରେ ନିର୍ଭର କରନ୍ତି ନାହିଁ। କିନ୍ତୁ ଏହି ଔଷଧ ବେଳେବେଳେ ଗୁରୁତର ବିପଦ ସୃଷ୍ଟି କରିଥାଏ। ଅସୁରକ୍ଷିତ ଔଷଧ ଅଭ୍ୟାସ ଏବଂ ଏହାର ବ୍ୟବହାରରେ ତ୍ରୁଟି ସ୍ବାସ୍ଥ୍ୟ ପ୍ରତି ବଡ ବିପଦ ଆଣିଥାଏ। ଅନ୍ୟପଟେ ଅବସନ୍ନତା, ଦୁର୍ବଳ ପରିବେଶଗତ ଅବସ୍ଥା ତଥା କର୍ମଚାରୀଙ୍କ ଅଭାବ ଔଷଧ ସୁରକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ।  ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ବ୍ୟାପକ ସଚେତନତା ଓ ଅନ୍ୟାନ୍ୟ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ରୋଗୀ ସୁରକ୍ଷା ସମିତି ମାଧ୍ୟମରେ ଅସୁରକ୍ଷିତ ଅଭ୍ୟାସ ଓ ଔଷଧଜନିତ ବିପଦ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା ଦର୍ଶାଯାଉଛି। କେବଳ ଏତିକି ନୁହେଁ, ଔଷଧଜନିତ ତ୍ରୁଟିକୁ ପ୍ରତିରୋଧ କରିବା ପାଇଁ ତୃତୀୟ ପକ୍ଷ ନିଯୁକ୍ତ ଉପରେ ଗୁରୁତ୍ୱ ଦିଆଯାଉଛି। ଔଷଧର ସୁରକ୍ଷିତ ବ୍ୟବହାର ସମ୍ପର୍କରେ  ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ଜ୍ଞାନ ବଣ୍ଟାଯାଉଛି ବୋଲି କୁହାଯାଉଛି। ବାସ୍ତବ କ୍ଷେତ୍ରରେ ଏହା କେବଳ ପ୍ରହସନ ପାଲଟିଛି।
ଜିଲାରେ ସେଭଳି ଅନୁଭବ ହେଉନାହିଁ। ବିଭିନ୍ନ ଔଷଧ ଦୋକାନରେ ଅବାଧରେ ବ୍ୟାନ୍‌ ଔଷଧ ବିକ୍ରୟ ଚାଲିଛି। ଏପରି କି ଦିନକୁ ଦିନ ବ୍ୟାନ୍‌ ହେଉଥିବା ଔଷଧ ସମ୍ପର୍କରେ ଡାକ୍ତରମାନେ ଅବଗତ ହେଉନାହାନ୍ତି। ଏହାଦ୍ୱାରା ସେମାନେ ମଧ୍ୟ ବେଳେବେଳେ ବ୍ୟାନ ଔଷଧ ବ୍ୟବହାର ପାଇଁ ପ୍ରେସ୍‌କ୍ରିପ୍‌ଶନ୍‌ରେ ଉଲ୍ଲେଖ କରି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି। ଏଥିସହ ଅନେକ ସମୟରେ ଲୋକେ ପୂର୍ବରୁ ବ୍ୟବହାର କରୁଥିବା କେତେକ ଜଣାଶୁଣା ଔଷଧ ଦୋକାନରୁ ମନଇଚ୍ଛା କିଣି ନେଉଛନ୍ତି। ବାସ୍ତବରେ ଏହା ବ୍ୟାନ ହୋଇଛି କି ନାହିଁ ତା’ଉପରେ ଅଧିକ ଜାଣିବାକୁ ଚାହୁଁନାହାନ୍ତି। ଏହାର ପରିଣତି ରୋଗୀ ଭୋଗୁଛି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଔଷଧ ଦୋକାନୀ କହିଛନ୍ତି ଲାସା (ଲୁକ୍‌ ଆଲାଇକ୍‌ ସାଉଣ୍ଡ ଆଲାଇକ୍‌) ଭଳି କିଛି ଔଷଧ ଅଛି ଯାହା ଭ୍ରମ ସୃଷ୍ଟି କରେ। ପ୍ରେସ୍‌କ୍ରିପ୍‌ଶନ୍‌କୁ ଠିକ ଭାବେ ପଢି ନ ପାରି କେତେଜଣ ଦୋକାନୀ ଭୁଲ୍‌ ଔଷଧ ଦେଇଦିଅନ୍ତି। ଏହାଦ୍ୱାରା ରୋଗୀ ସୁସ୍ଥ ହେବା ପରିବର୍ତ୍ତେ ବିପଦରେ ପଡ଼ିଯାଏ। ତେଣୁ ଏଥିପ୍ରତି ସଚେତନ ଓ ସତର୍କ ରହିବା ଜରୁରୀ। ବିଶେଷକରି ଔଷଧ କିଣିଲା ପରେ ଡାକ୍ତରଙ୍କୁ ଦେଖାଇ ନେବା ଉଚିତ। କିନ୍ତୁ ଅନେକ ସମୟରେ ଡାକ୍ତରଙ୍କ ସହ ପୁନଃ ଦେଖା କରିବା କଷ୍ଟକର ହେଉଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଔଷଧ କିଣି ଘରକୁ ପଳାଇଥାନ୍ତି। ତା’ପରେ ଏହା ସେବନ କରି ଅଡ଼ୁଆରେ ପଡ଼ିଥାନ୍ତି। କେବଳ ଏତିକି ନୁହେଁ, କେତେଜଣ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ରୋଗର ନିରାକରଣ ଅପେକ୍ଷା ନିଜର ସ୍ବାର୍ଥକୁ ଗୁରୁତ୍ୱ ଦିଅନ୍ତି। ଯେହେତୁ ଅନେକ ଡାକ୍ତର ବିଭିନ୍ନ ବେସରକାରୀ ନର୍ସିଂହୋମ୍‌ କିମ୍ବା ବ୍ୟକ୍ତିଗତ କ୍ଲିନିକ୍‌ ସହ ଅର୍ଥ ରୋଜଗାର ପାଇଁ ଯୋଡିହୋଇ ରହିଥାନ୍ତି, ତେଣୁ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଅଧିକ ସମୟ ଦେବାକୁ ଚାହାନ୍ତି ନାହିଁ। ଅତୀତରେ ରୋଗୀ ଅବହେଳାକୁ ନେଇ ଅନେକ ବାର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ନଜିର ରହିଛି। ଅନେକ ସମୟରେ ଚିକିତ୍ସାରେ ଅବହେଳାକୁ ନେଇ ଜନ ଅସନ୍ତୋଷ ବଢି ଚାଲିଛି। ସରକାର ସ୍ବାସ୍ଥ୍ୟ ସେବା ପାଇଁ ପ୍ରାଥମିକତା ଦେଉଥିବା ଡେଙ୍ଗୁରା ପିଟୁଥିବା ବେଳେ ଜଗତ୍‌ସିଂହପୁର ଜିଲାରେ ସଚେତନତା ଆଳରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‌ କରାଯାଉଥିବା ଗୁରୁତର ଅଭିଯୋଗ ହେଉଛି। ବର୍ଷର ଅଧିକାଂଶ ଦିନ ରୁଦ୍ଧଦ୍ୱାର କୋଠରି ଭିତରେ ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ଦିବସ ପାଳନ ନାଁରେ ଟଙ୍କା ହରିଲୁଟ୍‌ ଚାଲିଛି। ଅନ୍ୟପଟେ ରୋଗୀଙ୍କୁ ଦେଖିବା କିମ୍ବା ରୋଗ ନିରୂପଣ ପାଇଁ ଆନ୍ତରିକତା ପ୍ରକାଶ ପାଉନାହିଁ। କେତେଜଣ ଡାକ୍ତର ତରତର ହୋଇ ପ୍ରେସ୍‌କ୍ରିପ୍‌ଶନ ୍‌ଲେଖୁଥିବାରୁ ରୋଗୀ ଅଧିକ ଅସୁସ୍ଥ ହେଉଛି। ତେଣୁ ବିଭିନ୍ନସ୍ତରରେ ସଚେତନ ଓ ସତର୍କତା ରହିଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇ ଦିଆଯାଇପାରିବ ବୋଲି ଦାବି ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କ୍ଷେତ୍ରବାସୀ ଦାଶଙ୍କ ସହ ମୋବାଇଲ୍‌ ଫୋନ୍‌ରେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ କଲ୍‌ ଉଠାଇ ନ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?