ଅଫ୍‌ଲାଇନ, ଅନ୍‌ଲାଇନରେ ସାମଗ୍ରୀ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୧।୨: ସୁନେଲି ରଙ୍ଗର ବଣୁଆ ଘାସ କାଇଁଚ। ଏହି ଘାସ ଏବେ କେନ୍ଦ୍ରାପଡ଼ା ଜିଲାର ୧୮୬୪ ପରିବାରର ମହିଳାଙ୍କୁ ରୋଜଗାର ଦେବା ସହ ଏଥିରୁ ଉପତ୍ନ୍ନ ସାମଗ୍ରୀ ଦେଶ ବିଦେଶରେ ଚାହିଦା ବଢ଼ାଇଛି। ଏ ସମ୍ପର୍କରେ କାଇଁଚ କାରିଗର କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗ ଗଁାର ଭଗବତୀ ତ୍ରିପାଠୀ କହିଛନ୍ତି, ଜିଲା ଶିଳ୍ପକେନ୍ଦ୍ର, ମିଶନ ଶକ୍ତି, ଓର୍‌ମାସ ପ୍ରମୁଖ କାଇଁଚ କଳାକୁ ପ୍ରୋତ୍ସାହିତ କରୁଛନ୍ତି। ବ୍ଲକର ଜଜାଙ୍ଗଠାରେ କାଇଁଚ କ୍ଲଷ୍ଟର ଆରମ୍ଭ ହୋଇଛି। ଅନ୍‌ଲାଇନ ଓ ଅଫ୍‌ଲାଇନରେ ଏହାର ବିକ୍ରି ଚାଲିଛି। ବାରୋ ଗଁାର ଜାନକୀ ପଣ୍ଡା କହିଛନ୍ତି, ଏହି ଗ୍ରାମ ସହ ଜଜାଙ୍ଗ, କପାଳେଶ୍ୱର, ସମଲପୁର, ପୋଇପାଟ, ତରାଣ୍ଡୋ, ତ୍ରିଲୋଚନପୁର, କେରୋ ଆଦି ଗଁାରେ କାଇଁଚ ପ୍ରଚୁର ମାତ୍ରାରେ ମିଳିଥାଏ। ଏଥିସହ ଡେରାବିଶ ବ୍ଲକର ଛତା, ବଳଭଦ୍ରପୁର, ଲକ୍ଷ୍ମୀନାରାୟଣପୁର, ମାର୍ଶାଘାଇ ବ୍ଲକର ତୁଳସୀପୁର, ଭିରଙ୍ଗ, ପଳାସପୁର, ଛଘରିଆ, ଅଙ୍ଗୁଳାଇ, ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର, ଓଉପଦା, ଓସମରା, ଡାମରପୁର ଆଦି କାଇଁଚର ଗନ୍ତାଘର। ବର୍ଷାଦିନେ ଏହା ୫ରୁ ୬ ଫୁଟ୍‌ ପର୍ଯ୍ୟନ୍ତ ବଢ଼ିଥାଏ। ଏହାକୁ ସଂଗ୍ରହ କରି ଖରାରେ ଶୁଖାଇବା ପରେ ସବୁଜରୁ ସୁନେଲି ରଙ୍ଗ ଧାରଣକରେ। ପରେ ଆବଶ୍ୟକ ଅନୁଯାୟୀ କାଇଁଚ ଡାଙ୍ଗକୁ ରଙ୍ଗ କରାଯାଇ ସାମଗ୍ରୀ ନିର୍ମାଣରେ ବ୍ୟବହାର ହୁଏ। କାରିଗର ମନୋରମା ତ୍ରିପାଠୀ କହିଛନ୍ତି, ଏଥିରେ ରଙ୍ଗବେରଙ୍ଗର ଟୋପି ସହ ବାସ୍କେଟ, ହାତପଙ୍ଖା, ଖେଳଣା, ପେଡ଼ି, ଫୁଲଦାନୀ ଆଦି ନିର୍ମାଣ ହୁଏ। ଖରାଦିନେ ଏହାର ଟୋପି ପିନ୍ଧିଲେ ଭଲ ଦେଖାଯିବା ସହିତ ମୁଣ୍ଡକୁ ଥଣ୍ଡା ରଖେ। ଏହା ବ୍ୟତୀତ କାଇଁଚରେ ତିଆରି ଅଳଙ୍କାର ଦେଶ ବିଦେଶରେ ଯୁବତୀଙ୍କ ଆକର୍ଷଣ ହୋଇଛି। କାନଫୁଲ, ବେକରେ କାଇଁଚ ମାଳ ଏବେ ଅତ୍ୟାଧୁନିକ ଯୁବତୀଙ୍କ ଫ୍ୟାଶନରେ ସାମିଲ ହୋଇଛି। ପ୍ଲାଷ୍ଟିକ ବଦଳରେ ଏହାର ବହୁଳ ବ୍ୟବହାର ହେଉଛି। ବଟୁଆ, ହ୍ୟାଣ୍ଡବ୍ୟାଗ୍‌, ଚାବି ରିଂ, ମୋବାଇଲ ଷ୍ଟାଣ୍ଡ ଆଦି କାଇଁଚ ସାମଗ୍ରୀ ମେଳା ମହୋତ୍ସବ ଅପେକ୍ଷା ଅନ୍‌ଲାଇନରେ ବିକ୍ରି ବୃଦ୍ଧି ହୋଇଛି। ବିଭିନ୍ନ ମେଳାରେ ଦେଶ ବିଦେଶର ଲୋକ ଏହାକୁ କିଣିବା ବେଳେ କେନ୍ଦ୍ରାପଡ଼ା ଜିଲାର ଏହି ହସ୍ତକଳା ପ୍ରତି ଗର୍ବ ଆସୁଥିବା ସେ ପ୍ରକାଶ କରିଛନ୍ତି। ହସ୍ତଶିଳ୍ପୀ ରଶ୍ମିତା ବେହେରା କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ଭାବେ କାଇଁଚ ସାମଗ୍ରୀ ବ୍ୟବହାର ହେଉଥିଲା। ତେବେ ୨୦୦୬ରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ସାମୂହିକ ଭାବେ ସାମଗ୍ରୀ ଉପତ୍ାଦନ କରାଗଲା। ଏହି ସମୟରେ ଜିଲା ଶିଳ୍ପକେନ୍ଦ୍ର ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମପ୍ରାପ୍ତ ମହିଳାଙ୍କ ସଂଖ୍ୟା ଏବେ ୨ ହଜାରରୁ ଅଧିକ ହୋଇଛି। ଏ ସମ୍ପର୍କରେ ଜିଲା ଶିଳ୍ପକେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରା କହିଛନ୍ତି, ବିଭିନ୍ନ ହସ୍ତଶିଳ୍ପ ପାଇଁ ତାଲିମ ପ୍ରଦାନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ବାରୋ, ଜଜାଙ୍ଗ ବ୍ୟତୀତ ଜିଲାର ସମସ୍ତ ଅଞ୍ଚଳରେ କାଇଁଚ ଶିଳ୍ପ ଆରମ୍ଭ ହୋଇଛି। ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ଥାନୀୟ ବ୍ୟାଙ୍କ ସହ ଅନୁବନ୍ଧିତ କରାଇ ଋଣ ଅର୍ଥ ଯୋଗାଇ ଦିଆଯାଉଛି। ଓର୍‌ମାସର ଡେପୁଟି ସିଇଓ ନିରୋଦ କୁମାର ଜେନାଙ୍କୁ ପଚାରିବାରେ ପୂର୍ବରୁ ପଲ୍ଲିଶ୍ରୀ ମେଳା, ବିଭିନ୍ନ ଯାତ୍ରା ମହୋତ୍ସବରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ସାମିଲ ହୋଇ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଥିଲେ। ଏବେ ଜଜାଙ୍ଗଠାରେ କାଇଁଚ କ୍ଲଷ୍ଟର ନିର୍ମାଣ ପରେ ଅନ୍‌ଲାଇନରେ ବିକ୍ରି ବୃଦ୍ଧି ହୋଇଛି। ନିକଟରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ପକ୍ଷରୁ ଏହି ହସ୍ତକଳାର ବିକ୍ରି ବୃଦ୍ଧି ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri