ହାଇଏଷ୍ଟ ଟାକ୍ସପେୟର ହୋଇଥିବାରୁ ଗର୍ବ କରନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ । ଏବେ ଆକ୍ଟର ତାଙ୍କ ଲାଟେଷ୍ଟ ରିଲିଜ୍ ମୁଭି ‘ସେଲଫି’କୁ ନେଇ ଅଛନ୍ତି ଲାଇମ ଲାଇଟରେ । ଏସବୁ ଭିତରେ ଅଭିନେତା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ସେ ଜଣେ ହାଇଏଷ୍ଟ ଟାକ୍ସ ପେୟର ହୋଇଥିବାରୁ ଗର୍ବ କରନ୍ତି ।
ସୂଚନାଯୋଗ୍ୟ, କିଛି ଫ୍ଲପ ମୁଭି ଭେଟି ଦେଇଥିବା ଅକ୍ଷୟ ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ଟାକ୍ସ ଦେଉଥିବା ଅଭିନେତା । ଗତବର୍ଷ ଅକ୍ଷୟଙ୍କୁ ଇନକମ ଟାକ୍ସ ଡିପାର୍ଟମେଣ୍ଟ ଏଥିପାଇଁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ତେବେ ଠିକ୍ ସମୟରେ ଟାକ୍ସ ଭରୁ ଥିବାକୁ ନେଇ ସେ କୁହନ୍ତି, ଜଣେ ଆକାଉଣ୍ଟାଟଙ୍କ ପୁଅ ହେବା ଓ ସମୟରେ କର ପଇଠ କରିବାକୁ ନେଇ ମୁଁ ଗର୍ବ କରେ । ‘ସେଲଫି’ ଆକ୍ଟର ଇଣ୍ଡିଆ ଟୁଡେକୁ କହିଛନ୍ତି, ପିତା ମୋତେ ଏହା ଶିଖାଇଛନ୍ତି, ଠିକ ସମୟରେ କର ପଇଠ କର । କାରଣ ସେ ଚାହୁଁଥିଲେ କେହି ଯେମିତି ଆମ ଘରକୁ ଆସି ନ କୁହନ୍ତୁ ଆପଣ ଟଙ୍କା କୋଉଠି ଲୁଚାଇ ରଖଛନ୍ତି ।
ଏହି ସାକ୍ଷାତକାର ସମୟରେ ଅକ୍ଷୟ ଆଉ ଏକ କଥା ବି କହିଛନ୍ତି । ସେ କହିଛନ୍ତି ମୁଁ ଭାରତୀୟ ପାସପୋର୍ଟ ପାଇଁ ଆବେଦନ କରିଛି । ଆଉ ଦେଶପ୍ରେମ ପାଇଁ ସେ ତାଙ୍କ କାନାଡା ପାସପୋର୍ଟ ଛାଡିଦେବେ । ସେ କହିଛନ୍ତି ଭାରତ ମୋତେ ସବୁକିଛି ଦେଇଛି । ମୋତେ ସେତେବେଳେ ଖରାପ ଲାଗିଥାଏ ଯେତେବେଳେ ଲୋକେ କିଛି ନ ବୁଝି ଓଲଟା ସିଧା କଥା କହିଥାଆନ୍ତି ।

Share