କୁମ୍ଭୀର ସହ ସେଲ୍‌ଫି

କେନ୍ଦ୍ରାପଡ଼ା,୧୦ା୧୨(ଜଗନ୍ନାଥ ଧଳ)ଶୀତୁଆ ସକାଳରେ ଖରା ପୋଉଁଛି କୁମ୍ଭୀର। ଏହାର ମାତ୍ର ୩୦ ହାତ ଦୂରରେ କୁମ୍ଭୀର ସହ ସେଲ୍‌ଫି ଉଠାଉଛନ୍ତି ଏକାଧିକ ଯୁବକ। ଜୀବନକୁ ବାଜି ଲଗାଇ ଏପରି ସେଲ୍‌ଫି ନେଉଥିବା ଯୁବକମାନେ ବୋଧେ ଜାଣିନାହାନ୍ତି କୁମ୍ଭୀର କେତେ ଭୟଙ୍କର। କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଡଅଁରମୁଣ୍ଡା ଗ୍ରାମରେ ପ୍ରତିଦିନ ଏମିତି ଚାଲିଛି। ଗୋବରୀ ନଦୀପଠାରେ ଏବେ ପ୍ରାୟ ୫ଟି କୁମ୍ଭୀର ରହିଛନ୍ତି ବୋଲି ଗ୍ରାମବାସୀ କହୁଛନ୍ତି। ସେହି ଭୟରେ କେହି ନଦୀକୁ ଯାଉନାହାନ୍ତି। ଏପରି କି ନଦୀ ଜଳକୁ କ୍ଷେତରେ ମଡ଼ାଇବା କଥାକୁ ଗ୍ରାମବାସୀ ଭୁଲି ଯାଇଛନ୍ତି। ଏହି ଭୟଙ୍କର ଜୀବ ପାଇଁ ନଦୀକୁ ଶୌଚ ହେବାକୁ ଯିବା ପାଇଁ ଲୋକେ ଉଚିତ ମଣୁନାହାନ୍ତି। କାରଣ ଗତ ଜୁନ୍‌ ଓ ଜୁଲାଇ ମାସର ମାତ୍ର ୪୫ ଦିନ ମଧ୍ୟରେ ଏହି ଜିଲାରେ ୫ ଜଣଙ୍କ ଜୀବନ କୁମ୍ଭୀର ମୁହଁରେ ଯାଇଛି। ଖାଲି ମଣିଷ ନୁହନ୍ତି, ଗୃହପାଳିତ ପଶୁପକ୍ଷୀ ବି କୁମ୍ଭୀର ମୁହଁରୁ ବାଦ୍‌ ପଡିନାହାନ୍ତି। ଗ୍ରାମବାସୀଙ୍କ ଜୀବନ ସୁରକ୍ଷା, ପାନୀୟ ଜଳ ଓ କ୍ଷେତକୁ ପାଣି ମଡ଼ାଇବା, ଗୃହପାଳିତ ପଶୁପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ନଦୀକୁ କୁମ୍ଭୀର ମୁକ୍ତ କରିବାକୁ ଗ୍ରାମବାସୀ ଦାବି କରୁଥିବା ବେଳେ କେତେଜଣ ଯୁବକଙ୍କ ସେଲ୍‌ଫି ଉଠାଇବା ମଜା କାଳ ହୋଇପାରେ ବୋଲି ଆଲୋଚନା ହେଉଛି।
ଏ ସମ୍ପର୍କରେ ଗ୍ରାମର ରତିକାନ୍ତ ବେଉରା, ଅଜୟ କୁମାର ରାଉତ, ସଜନୀ ସେଠୀ, ହେମଲତା ସେଠୀ ପ୍ରମୁଖ କହିଛନ୍ତି, ଗୋବରୀ ନଦୀ ଏବେ କୁମ୍ଭୀରପ୍ରବଣ ହୋଇଗଲାଣି। ପୂର୍ବରୁ ଜାତୀୟ ଉଦ୍ୟାନ ଭିତରକନିକାରେ ଏହି ଭୟଙ୍କର ଜୀବଙ୍କୁ ଦେଖିବାକୁ ମିଳୁଥିଲା। କୁମ୍ଭୀର ଏବେ ୮୦ କି.ମି. ଦୂର ଡଅଁରଗଣ୍ଡ ଗ୍ରାମରେ ଆତଯାତ ହେଉଛନ୍ତି। ନଦୀପଠାରେ ଏହି ଜୀବଙ୍କୁ ଦେଖିବାକୁ ମିଳୁଛି। ପଠାରେ ଗୋରୁମାନଙ୍କ ସହିତ ଛେଳି ମେଣ୍ଢା ବି ଚରିଥାଆନ୍ତି। ଗତ ସପ୍ତାହରେ ଗୋଟିଏ ଛେଳିକୁ କୁମ୍ଭୀର ଟାଣି ନେଇଥିଲା। ସେହିପରି ନଦୀକୁ ଲାଗି ଚାଷଜମି ରହିଛି। ନଦୀଜଳ ଚାଷ କାମରେ ଲାଗିଥାଏ। ମାତ୍ର କୁମ୍ଭୀର ଭୟରେ ଚାଷ କରିବା ବିପଦ ହୋଇଛି। ସେହିପରି ଗ୍ରାମ ନିକଟରେ ଗୋବରୀ ନଦୀ ଥିବାରୁ ଭୟ ବଢ଼ୁଛି। ନଦୀକୁ ଶୌଚ ପାଇଁ ଯାଇହେଉନାହିଁ। ଏପରିକି ଗ୍ରାମକୁ କୁମ୍ଭୀର ଆସିବା ଭୟ ଲାଗିଯାଇଛି। ଏହି ଅଞ୍ଚଳରେ ୩ ଫୁଟରୁ ପ୍ରାୟ ୧୦ ଫୁଟ୍‌ ଲମ୍ବର ୩ରୁ ୫ଟି କୁମ୍ଭୀର ଦେଖିବାକୁ ମିଳୁଥିବା ସେମାନେ ପ୍ରକାଶ କରିଛନ୍ତି। ଏଥିସହ ଜନଜୀବନ ସୁରକ୍ଷା ପାଇଁ ନଦୀରୁ କୁମ୍ଭୀରକୁ ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି।
ମାର୍ଶାଘାଇର ବୁଦ୍ଧିଜୀବୀ ପ୍ରମୋଦ କୁମାର ଦାସ କହିଛନ୍ତି, କୁମ୍ଭୀର ବଂଶବୃଦ୍ଧି ଓ ଆକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଜାତୀୟ ଉଦ୍ୟାନ ଭିତରକନିକାରେ ବନ ବିଭାଗ ପକ୍ଷରୁ ଗଣନା ଅନୁଯାୟୀ ମାତ୍ର ୧୭୯୩ଟି କୁମ୍ଭୀର ଅଛି। ତେବେ ବାସ୍ତବରେ କୁମ୍ଭୀରଙ୍କ ସଂଖ୍ୟା ବହୁତ ବଢ଼ିଛି। ଏବେ ଗଣନା ସ୍ଥଳକୁ ଛାଡି ଜିଲାର ବିଭିନ୍ନ ନଦୀ, ପୋଖରୀରେ ଏହି ଜୀବଙ୍କୁ ଦେଖିବାକୁ ମିଳୁଛି। ଗତ ଜୁନ୍‌ ଓ ଜୁଲାଇ ମାସର ୪୫ ଦିନ ମଧ୍ୟରେ ୫ ଜଣଙ୍କ ଜୀବନ ଯାଇଛି। ସେହିପରି ଅଗଷ୍ଟ ମାସରେ ଜଣଙ୍କ ମୃତ୍ୟୁ ଘଟିଛି। ଗୋବରୀ ନଦୀକୂଳରେ ଥିବା କୁମ୍ଭୀର ସହ ସେଲ୍‌ଫି ନେବା ମଜାଠାରୁ ଆକ୍ରମଣ ସଜା ଅଧିକ ହୋଇଯିବ। ଏଥିପ୍ରତି ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଭିତରକନିକା ରେଞ୍ଜ ଅଧିକାରୀ ମାନସ ଦାସ କହିଛନ୍ତି, ପ୍ରଜନନ ସମୟରେ ଅଧିକ ଖାଦ୍ୟ ପାଇଁ କେତେକ କୁମ୍ଭୀର ନଦୀକୁ ବାଛିଥାନ୍ତି। ଏହି ଭୟଙ୍କର ଜୀବ ସହିତ ସେଲ୍‌ଫି ନେବା ମରଣକୁ ବରଣ କରିବା ସହ ସମାନ। ଏହି ଜୀବଙ୍କୁ ଉତ୍ସାହିତ କଲେ ଅଧିକ ଭୟଙ୍କର ହୋଇଥାନ୍ତି। ଯୁବବର୍ଗ ଏଥିରୁ ନିବୃତ୍ତ ରହିବା ଉଚିତ। ଏଥିସହିତ ଉପଦ୍ରବ ଅଞ୍ଚଳରୁ କୁମ୍ଭୀର ସ୍ଥାନାନ୍ତର ହେଉଥିବା ରେଞ୍ଜ ଅଧିକାରୀ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri