ପ୍ରଶଂସକଙ୍କୁ ପାଗଳ କରୁଛି ସେଲ୍‌ଫି କୁଇନ୍‌ଙ୍କ ଲୁକ୍‌

ମୁମ୍ବାଇ: ବଲିଉଡ୍‌ରେ ସେଲ୍‌ଫି କୁଇନ୍‌ ଭାବରେ ଜଣାଶୁଣା ଗାୟିକା ନେହା କକ୍କର କେବଳ ତାଙ୍କ ଗୀତ ପାଇଁ ନୁହେଁ ବରଂ ତାଙ୍କ ସ୍ବତନ୍ତ୍ର ଷ୍ଟାଇଲ୍‌ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନେହା ଏବଂ ରୋହନପ୍ରୀତ୍‌ ଅଧିକାଂଶ ସମୟ ରୋମାଣ୍ଟିକ ନଜରରେ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଫଟୋ ଶେୟାର କରିଥାନ୍ତି।

ଏବେ ନେହା ପ୍ୟାରିସ୍‌ ବୁଲିବାକୁ ଯାଇଛନ୍ତି। ଏହି ସମୟର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନେହା ସବୁବେଳେ ତାଙ୍କ ଗ୍ଲାମରସ୍‌ ଫଟୋ ପାଇଁ ଦର୍ଶକଙ୍କ ହୃଦୟ ଜିଣିଥାନ୍ତି। ଏଥର ବି ନେହାଙ୍କ ଷ୍ଟାଇଲ୍‌ ଏବଂ ଲୁକ୍‌ ପ୍ରଶଂସକଙ୍କୁ ପାଗଳ କରୁଛି।

ସେ ଏକ କଳା ବ୍ରାଲେଟରେ ନଜର ଆସିଛନ୍ତି। ଏଥିସହିତ ଏକ ଲଙ୍ଗ୍‌ କୋଟ୍‌ ଏବଂ ପ୍ୟାଣ୍ଟ ପିନ୍ଧିଛନ୍ତି। ବିଭିନ୍ନ ପୋଜ୍‌ରେ ଫଟୋ ଉଠାଇଛନ୍ତି। ଫଟୋ ଶେୟାର କରି ନେହା କ୍ୟାପଶନ ଲେଖିଛନ୍ତି, ପ୍ୟାରିସ୍‌ ରାସ୍ତାରେ…

ତେବେ ଦର୍ଶକମାନେ ନେହାଙ୍କ ପ୍ରତିଟି ଫଟୋକୁ ବେଶ୍‌ ପସନ୍ଦ କରିଛନ୍ତି। ଏଥିସହ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଇଛନ୍ତି।

Share