ଆଲିଆଙ୍କ ସେଲ୍ଫି

ମୁମ୍ବାଇ: ପାଖାପାଖି ୨ ବର୍ଷ ହେବ ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି ରହି ଆସୁଛନ୍ତି ଚର୍ଚ୍ଚାରେ । ଏହି ଲଭ ବାର୍ଡ ବିବାହ କରିବାକୁ ଯାଉଥିବା ବେଳେ କେବେ ବିବାହ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଉଭୟ ରିଲେଶନସିପରେ ଥିବା ବେଳେ କିଛି କିଛି କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ମଧ୍ୟ ଦେଖିବାକୁ ମିଳେ । ଏମାନଙ୍କ ଭଲ ପାଇବାକୁ ଆଲିଆ ଯଦିଓ ଏକ ପ୍ରକାର ସ୍ୱୀକାର କରି ସାରିଛନ୍ତି ରଣବୀର କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ କେଉଁଠି କିଛିବି କହି ନାହାନ୍ତି । କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହା ତାଙ୍କର ସେଲ୍ଫି । ଏବେ ଆଲିଆ ୪୦ ଦିନ ଫିଟନେସ୍ ଚ୍ୟାଲେଞ୍ଜ ନେଇଛନ୍ତି । ଏହି ଫଟୋ ଶେୟାର କରି ସେ ଲେଖିଛନ୍ତି ଆଉ ରହିଲା ମାତ୍ର ୨୦ ଦିନ । ଉକ୍ତ ଫଟୋରେ ଆଲିଆ ସ୍ପୋର୍ଟସ ଇନର ପିନ୍ଧିଥିବା ଦେଖାଯାଇଛି । ଏହାରି ଭିତରେ ଆଲିଆଙ୍କ ମୋବାଇଲ କଭର ଆସିଯାଇଛି ଚର୍ଚ୍ଚାକୁ । ଯେଉଁଥିରେ ୮ ନମ୍ବର ଲେଖାଯିବା ସହ ହାର୍ଟର ଏକ ଚିତ୍ର ହୋଇଛି । ସୂଚନାଯୋଗ୍ୟ, ରଣବୀର କପୁରଙ୍କ ଲକି ନମ୍ବର ହେଉଛି ୮ । ଗତବର୍ଷ ରଣବୀରଙ୍କ ଜନ୍ମଦିନରେ ଯେଉଁ କେକ୍ ଆସିଥିଲା ତା’ର ଫଟୋକୁ ଅଭିନେତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ହାପି ବାର୍ଥ ଡେ ୮ ବୋଲି ଲେଖିଥିଲେ । ତେଣୁ ଏଥର ବି ଆଲିଆ ତାଙ୍କ ଭଲ ପାଇବାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିଛନ୍ତି ।

Share