ପିସ୍ତଲ ଧରି ନେଉଥିଲେ ସେଲ୍‌ଫି: ଫୁଟିଲା ଗୁଳି, ତାପରେ…

ନୋଏଡ଼ା,୮।୧୧: ଏବେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିବା ଲାଗି କେତେକ ଭିନ୍ନ ଭିନ୍ନ ସେଲ୍‌ଫି ନେଉଛନ୍ତି। ବେଳେବେଳେ ବହୁ ଅଘଟଣ ମଧ୍ୟ ଘଟୁଛି। ଏଭଳି ଏକ ଅଘଟଣ ଉତ୍ତରପ୍ରଦେଶ ନୋଏଡ଼ାରେ ଘଟିଛି। କାର୍‌ରେ ବସି ସୌରଭ ମାଓ୍ବି ନାମକ ଜଣେ ଯୁବକ ପିସ୍ତଲ ଧରି ସେଲ୍‌ଫି ଉଠାଉଥିଲେ। ହଠାତ୍‌ ଗୁଳି ଫୁଟିଥିଲା। ଗୁଳି ତାଙ୍କ ଶରୀର ଭେଦ କରିଥିଲା। କାର ଚଳାଉଥିବା ତାଙ୍କ ବନ୍ଧୁ ନକୁଲ ଶର୍ମା ସୌରଭଙ୍କୁ ନୋଏଡ଼ାର ଶାରଦା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ନନ୍ଦୁଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ପିସ୍ତଲରେ ଗୁଳି ନ ଥିଲା ବୋଲି ସୌରଭ ଭାବିଥିଲେ ବୋଲି ନନ୍ଦୁ ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି। ଏହାର ତଦନ୍ତ ଜାରି ରହିଥିବା ନୋଏଡ଼ା ସେଣ୍ଟ୍ରାଲ ଡିସିପି ହରିଶ୍ଚନ୍ଦ୍ର ସୂଚନା ଦେଇଛନ୍ତି।

Share