ସେଲ୍‌ଫି ବେବୋ ଲିପ୍‌ସା

ସଙ୍ଗୀତ ଜଗତର ୟଙ୍ଗ୍‌ ଆଣ୍ଡ୍‌ ଷ୍ଟାଇଲିଷ୍ଟ କଣ୍ଠଶିଳ୍ପୀ ହେଉଛନ୍ତି ଲିପ୍‌ସା ମହାପାତ୍ର। ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ଖୁବ୍‌ କମ୍‌ ଦିନରେ ଲୋକଙ୍କ ହୃଦୟ ଜିଣି ପାରିଛନ୍ତି। ଦଶମ ଶ୍ରେଣୀରେ ପଢ଼ିବାବେଳେ ରିଆଲିଟି ଶୋ ‘ଭଏସ୍‌ ଅଫ୍‌ ଓଡ଼ିଶା’ରେ ଅଂଶଗ୍ରହଣ କରି ଫାଇନାଲିଷ୍ଟ ହୋଇଥିଲେ। ଏହାପରେ ସମ୍ବଲପୁରୀ ଗୀତ ‘ସେଲ୍‌ଫି ବେବୋ’ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଏହି ଗୀତ ଏତେ ହିଟ୍‌ ହୋଇଥିଲା ଯେ, ଏହାପରଠାରୁ ତାଙ୍କୁ ଅଫର୍‌ ପରେ ଅଫର୍‌ ମିଳି ଚାଲିଛି। ଇତିମଧ୍ୟରେ ସେ ୩୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ର ଏବଂ ୫୦ରୁ ଅଧିକ ଓଡ଼ିଆ ଓ ସମ୍ବଲପୁରୀ ଗୀତ ଗାଇ ଓଡ଼ିଶା ସଙ୍ଗୀତ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛନ୍ତି। କେବଳ ସେତିକି ନୁହେଁ, ଓ୍ବାଲର୍‌ଡକପ୍‌ ହକିର ଥିମ୍‌ ସଙ୍ଗ୍‌କୁ ବଲିଉଡ୍‌ ସିଙ୍ଗର ମିକା ସିଂହଙ୍କ ସହ ଗାଇ ଚର୍ଚ୍ଚାକୁ ଆସିଥିଲେ ଲିପ୍‌ସା। ବ୍ରହ୍ମପୁର ଗଜପତିନଗରର ମୂଳ ବାସିନ୍ଦା ଲିପ୍‌ସା ଏବେ କଟକର ସିଡିଏରେ ରହୁଛନ୍ତି। ତାଙ୍କ ସହ ଏଥରର ଧରିତ୍ରୀ ଆଳାପ…

କେବେଠାରୁ ସଙ୍ଗୀତ ସହ ସାଥୀ ହୋଇଗଲେ?
ଛୋଟବେଳୁ ମୋର ସଙ୍ଗୀତ ପ୍ରତି ରୁଚି ରହିଥିଲା। ୫ବର୍ଷ ବୟସରୁ ତାଲିମ୍‌ ନେବା ଆରମ୍ଭ କରିଥିଲି। ସଙ୍ଗୀତକୁ ଛାଡ଼ି ଆଉ କୌଣସି ଜିନିଷ ପ୍ରତି ମୋର ଆଗ୍ରହ ନ ଥିଲା। ବଡ଼ହୋଇ ଜଣେ ପ୍ରଚ୍ଛଦପଟ ଗାୟିକା ହେବାର ନିଶା ସବୁବେଳେ ରହୁଥିଲା। ଆମ ଘରେ କେହି ବି କଳା ସହିତ ଜଡ଼ିତ ନ ଥିଲେ ମଧ୍ୟ ଗୀତକୁ ଭଲ ପାଉଥିଲେ। ମାତ୍ର ମୋର ଆଗ୍ରହ ଦେଖି ସେମାନେ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିଥିଲେ।
କେଉଁ ପ୍ରକାର ଗୀତ ଗାଇବାକୁ ଭଲଲାଗେ?
ସମ୍ବଲପୁରୀ, ରୋମାଣ୍ଟିକ୍‌, ସ୍ଲୋ ସଙ୍ଗ୍‌ ଓ ଭଜନ। ସବୁ ପ୍ରକାରର ଗୀତ ମୁଁ ଗାଇଛି। ବ୍ୟକ୍ତିଗତ ପସନ୍ଦ ହେଉଛି ରୋମାଣ୍ଟିକ୍‌ ଗୀତ। କିନ୍ତୁ ମଁୁ ସବୁ ପ୍ରକାରର ଗୀତ ଗାଇବାକୁ ଚାହେଁ। କାରଣ ଜଣେ ସଫଳ ପ୍ରଚ୍ଛଦପଟ ଗାୟିକା ହେବାକୁ ହେଲେ ଭର୍ସାଟାଇଲ୍‌ ସିଙ୍ଗର ହେବାକୁ ପଡ଼ିବ।
ସଙ୍ଗୀତରେ କାହାକୁ ଆଦର୍ଶ ମାନନ୍ତି?
ବଲିଉଡ୍‌ରେ କବିତା କ୍ରିଷ୍ଣମୂର୍ତ୍ତି, ଶ୍ରେୟା ଘୋଷାଲ ଓ ଓଲିଉଡ୍‌ରେ ଇରା ମହାନ୍ତି, ସ୍ବର୍ଗତ ତପୁ ମିଶ୍ରଙ୍କୁ ମୁଁ ମୋ ଆଦର୍ଶ ବୋଲି ମାନେ। ସେମାନଙ୍କର ପ୍ରତିଟି ଗୀତକୁ ମୁଁ ଶୁଣେ। ମୋର ଆଗାମୀ ଚଳଚ୍ଚିତ୍ର ‘ଷଷ୍ଠରୁ ନଷ୍ଟ’ରେ ବଲିଉଡ୍‌ ଗାୟକ ଉଦିତ୍‌ ନାରାୟଣଙ୍କ ସହ ମତେ ଗାଇବାର ସୁଯୋଗ ମିଳିଛି। ଭବିଷ୍ୟତରେ ସୋନୁ ନିଗମଙ୍କ ସହ ଗୀତ ଗାଇବାର ସ୍ବପ୍ନ ଅଛି। ତା’ଠାରୁ ବଡ଼ ସ୍ବପ୍ନ ହେଉଛି ମୁଁ ଏ.ଆର୍‌. ରେହମାନଙ୍କ ମ୍ୟୁଜିକ୍‌ ଶୁଟିଂରେ ବସିବାକୁ ଚାହିଁୁଛି।
ନୂଆ କଣ୍ଠଶିଳ୍ପୀଙ୍କ ପାଇଁ କ’ଣ ବାର୍ତ୍ତା ରହିବ?
ଆଗରୁ ନୂଆ ନୂଆ ଗୀତ ଆସିବାର ମାଧ୍ୟମ ଆଲବମ୍‌ ଥିଲା। ଏବେ ସେ ଜାଗା ୟୁଟ୍ୟୁବ୍‌ ନେଇଛି। ପ୍ରତିଦିନ ୬୦/୭୦ ନୂଆ ଗୀତ ୟୁଟ୍ୟୁବ୍‌ରେ ଆସୁଛି। ସେହିଭଳି ନୂଆ ନୂଆ ନିର୍ଦ୍ଦେଶକ, ସଙ୍ଗୀତକାର, କଣ୍ଠଶିଳ୍ପୀ ମଧ୍ୟ ଆସୁଛନ୍ତି। କହିବାକୁ ଗଲେ ଏ ଇଣ୍ଡଷ୍ଟ୍ରିରେ ଏବେ ବହୁତ ଭିଡ଼ ହୋଇଗଲାଣି। ତେଣୁ ଜଣେ ନୂଆ କଣ୍ଠଶିଳ୍ପୀ ଯାହା ପାଖରେ ପ୍ରକୃତ ଦକ୍ଷତା ଅଛି, ସେ ପ୍ରଥମେ ଉପଯୁକ୍ତ ଲୋକ ପାଖରେ ପହଞ୍ଚତ୍ବା ଦରକାର। କାରଣ ଏ ଇଣ୍ଡଷ୍ଟ୍ରିରେ ମିଛ ସତ କହି ଖରାପ ରାସ୍ତାକୁ ନେବାକୁ ବହୁତ ଲୋକ ଅଛନ୍ତି। ଅନ୍ଧଭଳି କାହାକୁ ବିଶ୍ୱାସ କରିବା କଥା ନୁହେଁ। ଏଠାରେ ତିଷ୍ଠିବାକୁ ହେଲେ ଦକ୍ଷତା ସହ ଚାଲାକ୍‌ ମଧ୍ୟ ହେବା ଆବଶ୍ୟକ।
ବଲିଉଡ୍‌ରେ ଏଣ୍ଟ୍ରି କରିବାର ଯୋଜନା ଅଛି କି?
ବଲିଉଡ୍‌ରେ ଗୀତ ଗାଇବାର ଇଚ୍ଛା ସବୁ କଣ୍ଠଶିଳ୍ପୀଙ୍କର ଥାଏ, ମୋର ବି ଅଛି। କିନ୍ତୁ ମୁଁ ଓଡ଼ିଶାରେ ରହି ପ୍ରଥମେ ଓଡ଼ିଆ ଲୋକଙ୍କ ହୃଦୟକୁ ଜିତିବାକୁ ଚାହୁଛି। ଯଦି ମତେ କେବେ ସୁଯୋଗ ମିଳେ ତେବେ ମୁଁ ବଲିଉଡ୍‌ରେ ଗାଇବି। ମାତ୍ର ଓଡ଼ିଶା ଓ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଛାଡ଼ି ସେଠାରେ ଷ୍ଟ୍ରଗଲ କରିବାର ଇଚ୍ଛା କି ଯୋଜନା ନାହିଁ।
ଖାଇବାକୁ କ’ଣ ଭଲଲାଗେ?
ଆମିଷ, ବିଶେଷକରି ଚିକେନ୍‌ର ସବୁ ଭେରାଇଟି ମୋର ପସନ୍ଦ। ମୁଁ ଜଣେ ଭଲ କୁକ୍‌। ଫ୍ରି ସମୟରେ ନୂଆ ନୂଆ ରୋଷେଇ ଉପରେ ଏକ୍ସପେରିମେଣ୍ଟ କରିବାକୁ ଭଲଲାଗେ। ୟୁଟୁବ୍‌ରୁ ଦେଖି ରେଷ୍ଟୁରାଣ୍ଟ ଖାଇବା ବନେଇକି ଖୁଆଇବାକୁ ଖୁସି ଲାଗେ। ନିଜେ ରାନ୍ଧି ଖାଇବାଠାରୁ ଅନ୍ୟମାନଙ୍କୁ ଖୁଆଇବାର ମଜା ନିଆରା।
ବିବାହ, ଜୀବନସାଥୀକୁ ନେଇ କ’ଣ କହିବେ?
ଏ ପ୍ରଶ୍ନ ଯେତେ ସହଜ, ଉତ୍ତର ସେତେ କଷ୍ଟ। ମୁଁ ଲଭ୍‌ ମ୍ୟାରେଜ୍‌ କରିବି। ପଇସାବାଲା, ସୁନ୍ଦର ଏପରି ବେଶି କିଛି ଖୋଜିବାର ନାହିଁ। ପିଲା ଭଲ ହୋଇଥିବ। ମତେ ବୁଝି ପାରୁଥିବ। ମୋର ଭଲ ଓ ଖରାପ ଗୁଣକୁ ନିଜର କରିପାରୁଥିବ। ଆମ ଭିତରେ ବୁଝାମଣା ଭଲ ରହୁଥିବ। ତେବେ ମୋ ଭଲପାଇବାକୁ ଘରୁ ସ୍ବୀକୃତି ମିଳିବା ନିହାତି ଆବଶ୍ୟକ।

– ସାକ୍ଷାତ୍‌କାର: ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri