Posted inଜାତୀୟ

ସ୍ବାଭିମାନୀ ସମାଜବାଦୀ

ନୂଆଦିଲ୍ଲୀ,୧୩ା୧: ୧୯୪୭ ଜୁଲାଇ ୧ରେ ମଧ୍ୟପ୍ରଦେଶର ହୋସଙ୍ଗାବାଦସ୍ଥିତ ବାବାଇ ଗ୍ରାମରେ ଶରଦ ଯାଦବଙ୍କ ଜନ୍ମ। ତାଙ୍କ ମା’ଙ୍କ ନଁା ସୁମିତ୍ରା ଦେବୀ ଓ ବାପା ଥିଲେ ନନ୍ଦ କିଶୋର ଯାଦବ। ଜବଲପୁର ଇଞ୍ଜିନିୟରିଂ କଲେଜରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ ପରେ କୃଷି ପ୍ରତି ମନବଳାଇଥିବା ଶରଦଙ୍କ ରାଜନୈତିକ କ୍ୟାରିୟର ବିହାରରେ କେନ୍ଦ୍ରୀଭୂତ ହୋଇଥିଲେ ହେଁ ଜାତୀୟ ରାଜନୀତିରେ ତାଙ୍କ ପରାକାଷ୍ଠାକୁ କେହି ଅସ୍ବୀକାର କରିପାରିବେ ନାହିଁ। ୧୯୮୯ ଫେବୃୟାରୀ ୧୫ରେ ସେ ରେଖା ଯାଦବଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତାଙ୍କ ଝିଅ ସୁଭାଶିନୀ ରାଜାରାଓ ୨୦୨୦ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇଥିଲେ। ପୁଅ ଶାନ୍ତନୁ ବୁନ୍ଦେଲା ଲଣ୍ଡନ ୟୁନିଭର୍ସିଟିରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।
ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଭାରତୀୟ ରାଜନୀତିର ଏହି ବିଶିଷ୍ଟ ଜନନେତାଙ୍କୁ ଚିକିତ୍ସା ପାଇଁ ଗୁରଗାଓଁସ୍ଥିତ ଫୋର୍ଟିସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୭୫ ବର୍ଷ ବୟସରେ ଗୁରୁବାର ରାତି ୧୦ଟା ୧୯ ମିନିଟ୍‌ରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ଶରଦ ଯାଦବଜୀ ଚାଲିଯିବା ମୋତେ ବ୍ୟଥିତ କରିଛି। ସାର୍ବଜନୀନ ଜୀବନରେ ସେ ଜଣେ ଉଚ୍ଚକୋଟୀର ଏମ୍‌ପି ଏବଂ ମନ୍ତ୍ରୀ ଥିଲେ। ଡକ୍ଟର ରାମମନୋହର ଲୋହିଆଙ୍କ ଆଦର୍ଶ ପ୍ରତି ସେ ଅନୁପ୍ରାଣିତ ହୋଇଥିଲେ। ଶରଦଙ୍କ ସହ ବିତାଇଥିବା ମୁହୂର୍ତ୍ତ ମୋ ପାଇଁ ଚିର ସ୍ମରଣୀୟ ହୋଇ ରହିବ। ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି ବୋଲି ମୋଦି ଟୁଇଟ୍‌ କରିଛନ୍ତି। ଖାର୍ଗେ କହିଛନ୍ତି, ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ତଥା ଦେଶରେ ସାମାଜିକ ଆନ୍ଦୋଳନର ଅଗ୍ରଦୂତ ଶରଦ ଅନେକ ଦଶନ୍ଧି ଧରି ସଂସଦରେ ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ରାଜନୀତିକୁ ସେ ବଳ ଦେଇଛନ୍ତି। ଏଲ୍‌ଜେପି (ପାଶ୍ୱାନ) ନେତା ଚିରାଗ ପାଶ୍ୱାନ କହିଛନ୍ତି, ଦେଶର ବରିଷ୍ଠତମ ସମାଜବାଦୀ ନେତା ଶରଦ ମୋର ପିତୃତୁଲ୍ୟ ଥିଲେ। ତାଙ୍କ ବିୟୋଗ ଭାରତୀୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଶରଦଙ୍କୁ ‘ମଣ୍ଡଳ ତ୍ରାଣକର୍ତ୍ତା’ ଭାବେ ଅଭିହିତ କରିବା ସହ ତାଙ୍କ ପରଲୋକ ସମାଜବାଦୀ ପରିବାର ପାଇଁ ଏକ ଦୁଃଖଦ ଦିନ ବୋଲି କହିଛନ୍ତି। ଭାଜପା ଏମ୍‌ପି ସୁଶୀଲ କୁମାର ମୋଦି କହିଛନ୍ତି, ଶରଦ ମୋର ରାଜନୈତିକ ମାର୍ଗଦର୍ଶକ ଥିଲେ। ମୋତେ ଉପମୁଖ୍ୟମନ୍ତ୍ରୀ କରାଇବାରେ ତାଙ୍କର ବଡ଼ ଭୂମିକା ଥିଲା। ଶରଦଙ୍କ ଅବଦାନକୁ ବିହାର କେବେହେଲେ ଭୁଲିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri