ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ

ଭଞ୍ଜନଗର,୧୯ା୮(ବାବୁଲା ପ୍ରଧାନ): ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ଏମପାଓ୍ବାର୍‌ ସେଲ’ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ଆତ୍ମରକ୍ଷା ତାଲିମ ଶିବିର ବୁଧବାର
ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଦିଲ୍ଲୀପ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ +୩ ଛାତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଶିବିର ଅଗଷ୍ଟ ୨୫ ପର୍ଯ୍ୟନ୍ତ ଚାଲୁରହିବ। ଶକ୍ତିଶ୍ରୀ ସଶକ୍ତି କେନ୍ଦ୍ରର ସଂଯୋଜିକା ଜୟଲକ୍ଷ୍ମୀ ରଥ କାର୍ଯ୍ୟକ୍ରମ ଆଭିମୁଖ୍ୟ ବିଷୟରେ ଜଣାଇଥିଲେ, ଆଇସିସି ଚେୟାରମେନ ଅଧ୍ୟାପିକା ସନ୍ଧ୍ୟାରାଣୀ ପ୍ରଧାନ ଏଂ ଅମୂଲ୍ୟ ଶତପଥୀ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦୁଇଜଣ ମାଷ୍ଟର ଟ୍ରେନର ବର୍ଷା ରାଣୀ ସ୍ବାଇଁ ଏବଂ ଜୟନ୍ତୀ ପ୍ରଧାନ ଯୋଗ ଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କରେ ଜଣାଇଥିଲେ।

Dharitri – Odisha’s No.1 Odia Daily

Share