ଆତ୍ମବିଶ୍ୱାସର ଅଭାବ

ନୂଆ ଭାରତ ଏବେ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର। ପୁରୁଣା ଭାରତ ମଧ୍ୟ ୧୯୪୭ ପର୍ଯ୍ୟନ୍ତ ବିଶ୍ୱରେ ସବୁଠୁ ଜନବହୁଳ ଦେଶ ଥିଲା। ଏଣୁ ଏ ଦୃଷ୍ଟିରୁ ବିଚାରକଲେ ଏହା କିଛି ନୂଆ କଥା ନୁହେଁ। ଭାରତ ସବୁବେଳେ ସର୍ବାଧିକ ଜନବହୁଳ ଦେଶ ରହିଆସିଛି। ତେବେ ମାନି ନେବା ଯେ, ଏବେ ଆମେ ପ୍ରଥମ ଥର ପାଇଁ ଏହି ସ୍ଥିତିରେ ଅଛୁ। ଦୁଇ ଦଶନ୍ଧି ପୂର୍ବରୁ ଜନସଂଖ୍ୟା ୧୦୦ କୋଟି ଟପିଯାଇଥିଲା ବୋଲି ଭାରତ ଘୋଷଣା କରିଥିଲା ଏବଂ ସେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ। ଜଣେ ଶିଶୁକୁ ୧୦୦ କୋଟିର ପିଲା ଭାବେ ଘୋଷଣା କରାଯିବା ସହ ଏକ ନୂଆ ଯୁଗ ଆରମ୍ଭ ହେଲା ବୋଲି କୁହାଯାଇଥିଲା। ସେ ସମୟରେ ଭାରତ ନିୟମିତ ଭାବେ ଜନଗଣନା କରିଆସୁଥିଲା, ଏଣୁ ଚାଇନାକୁ ଆମେ ଟପିଯାଇଥିବା ବିଷୟ ବାହାର ଦେଶ ଆମକୁ ଜଣାଇବାର ଆବଶ୍ୟକତା ନ ଥିଲା। ସେହି ସମୟ ପାଖାପାଖିରେ ଏପିଜେ ଅବଦୁଲ କଲାମ ‘ଇଣ୍ଡିଆ ୨୦୨୦’ ନାମକ ଏକ ବହି ଲେଖିଥିଲେ। ଆମେ କିଭଳି ୨୦୨୦ ସୁଦ୍ଧା ଏକ ବିକଶିତ ଦେଶ ହୋଇପାରିବା ଏବଂ ସେଭଳି ହେବାର ସମ୍ଭାବନା ଅଛି, ସେ ସମ୍ପର୍କରେ କଲାମ ସେଥିରେ ଉଲ୍ଲେଖ କରିଥିଲେ। ଏହା କିପରି ହାସଲ କରାଯାଇପାରିବ ସେ ବିଷୟରେ ଅନେକ ଅଧ୍ୟାୟ ସେହି ପୁସ୍ତକରେ ଥିଲା। ନିକଟରେ ମୁଁ ସେହି ବହିକୁ ପଢ଼ି ଅନୁଧ୍ୟାନ କଲି ଏବଂ ଏହା କେତେ ସରଳ ଓ ପ୍ରଭାବଶାଳୀ ତାହା ଜାଣିପାରିଲି। ଆମ ଚତୁଃପାର୍ଶ୍ୱରେ ଏବେ ଦେଖୁଥିବା କୌଣସି ବିଷୟକୁ ଏହା ଆକଳନ କରି ନ ଥିଲା କିମ୍ବା ଏସବୁ ଘଟିବାର ଆଶା ବି କରି ନ ଥିଲା। ହେଲେ ବିକଶିତ ହେବାର ସ୍ଲୋଗାନ ପରିବର୍ତ୍ତନ ହେବାରେ ଲାଗିଥିବାରୁ ଆମେ ସବୁବେଳେ ଦ୍ୱନ୍ଦ୍ୱରେ ରହୁଛୁ। ଆମେ ଏବେ ଅମୃତକାଳରେ ଅଛୁ ଏବଂ ଚାଇନାକୁ ଜନସଂଖ୍ୟାରେ ଟପିଯିବାରେ ସାହାଯ୍ୟ କରିବାର ପ୍ରତୀକ ଭାବେ ଯଦି ସରକାରୀ ଭାବେ ଜଣେ ଶିଶୁକୁ ଘୋଷଣା କରାଯାଏ, ତେବେ ଆମେ କେଉଁଠି ଅଛୁ ତାହାର ଏକ ଆକଳନ ଉପସ୍ଥାପନ କରିବାକୁ ପଡ଼ିବ। ପ୍ରଥମେ ଜନସଂଖ୍ୟାଭିତ୍ତିକ ଲାଭକୁ ଦେଖିବା। କାର୍ଯ୍ୟକରିବା ବୟସର ସଂଖ୍ୟାଧିକ ଲୋକ ରହିଲେ ଏହା ହାସଲ ହୁଏ। କିଛି ବର୍ଷ ପୂର୍ବରୁ ଆମେ ଏଭଳି ଏକ ସମୟରେ ପ୍ରବେଶ କରିଥିଲୁ, କିନ୍ତୁ କାମ କରିବାକୁ ସକ୍ଷମ ଲୋକମାନଙ୍କ ପାଇଁ ଅଳ୍ପ ଚାକିରି ଥିବାରୁ ଲାଭ ପାଇପାରି ନାହଁୁ। ଯେଉଁମାନେ କାମ କରିବାକୁ ଅଛନ୍ତି ସେମାନଙ୍କ ମଧ୍ୟରୁ ୧୫ ବର୍ଷ ବୟସରୁ ଅଧିକ ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୪୦%। ପାକିସ୍ତାନ ଓ ବାଂଲାଦେଶ ତୁଳନାରେ ବିଶେଷକରି ଆନୁପାତିକ ଭାବେ ଭାରତୀୟ ମହିଳାମାନେ ବହୁ ସଂଖ୍ୟାରେ ଶ୍ରମ ଶକ୍ତିର ବାହାରେ ରହିଛନ୍ତି। କେବଳ ମହିଳାଙ୍କ କ୍ଷେତ୍ରରେ ନୁହେଁ, ବରଂ ସମୁଦାୟ ଜନସଂଖ୍ୟାକୁ ବିଚାର କଲେ ସ୍ଥିତି ମଧ୍ୟ ଏହିପରି।
କିଛିଦିନ ତଳେ ଓ୍ବାଲ୍‌ଷ୍ଟ୍ରିଟ ଜର୍ନାଲରେ ଭାରତ ଜନସଂଖ୍ୟାରେ ଚାଇନାକୁ ଟପିବା ସମ୍ପର୍କରେ ଏକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଏହା ଦର୍ଶାଇଥିଲା ଯେ, ବିଗତ ଏକ ଦଶନ୍ଧିରେ ୧୦ କୋଟିରୁ ଅଧିକ ଲୋକ ଶ୍ରମଶକ୍ତିରେ ପ୍ରବେଶ କରିଥିଲେ ବି ସେମାନଙ୍କ ପାଇଁ ଚାକିରି ବଢ଼ିନାହିଁ। ୨୦୨୨ରେ କାମ କରୁଥିବା ମୋଟ ଭାରତୀୟଙ୍କ ସଂଖ୍ୟା ୪୦.୨ କୋଟି ଥିଲା, ଯାହା ୨୦୧୭(୪୧.୩ କୋଟି)ଠାରୁ କମ୍‌। ନୂଆ ଚାକିରି ବଢ଼ାଇ ପାରିନାହଁୁ, ବରଂ ଯାହା ଥିଲା ସେଥିରୁ କିଛି ହରାଇଛୁ। କାରଣ ଭାରତୀୟମାନେ ଅଧିକ ନିବେଶ କରୁନାହାନ୍ତି। ଦି ଇକୋନୋମିକ ଟାଇମ୍ସ ସେପ୍ଟେମ୍ବର ୨୦୨୨ରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଭାରତର ନିବେଶ ହାର ଜିଡିପିର ୩୯%ରୁ ୩୧%କୁ କମିଛି ବୋଲି ଶୀର୍ଷକରେ ଉଲ୍ଲେଖ କରାଯାଇଥିଲା। ବିଶ୍ୱ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି, ଜିଡିପିର ଗ୍ରସ୍‌ ଫିକ୍ସଡ କ୍ୟାପିଟାଲ ଫର୍‌ମେଶନ ବା ସରକାରୀ ଓ ଘରୋଇ କ୍ଷେତ୍ରରେ ମୋଟ ପୁଞ୍ଜି ବ୍ୟୟ ୨୦୧୧ରେ ୩୧% ଥିଲାବେଳେ ୨୦୨୨ରେ ଏହା ୨୨%ରେ ପହଞ୍ଚତ୍ଛି। ଏଭଳି ଘଟିବାର କାରଣ ହେଉଛି ଭବିଷ୍ୟତକୁ ନେଇ ଆମେ ଆଶାବାଦୀ ନ ହେବା ଏବଂ ଆମତ୍ବିଶ୍ୱାସର ଅଭାବ। ଏଣୁ ବହୁସଂଖ୍ୟକ ଭାରତୀୟ ଭବିଷ୍ୟତ ଉପରେ ନିବେଶ କରିବେ ନାହିଁ, କାରଣ ସେମାନେ ଭାବନ୍ତି ଯେ ଏହା ନିରାଶାଜନକ।
ବିଶ୍ୱର ଅନ୍ୟ ଏକ ପ୍ରମୁଖ ଦୈନିକ ପ୍ରକାଶନ ଫାଇନାନ୍ସିଆଲ ଟାଇମ୍ସ ୨୦ ଏପ୍ରିଲ ୨୦୨୩ରେ ‘ଭାରତର ଗଣତାନ୍ତ୍ରିକ ଅଧୋଗତି’ ଶୀର୍ଷକ ଏକ ସମ୍ପାଦକୀୟ ପ୍ରକାଶ କରିଥିଲା। ଏହି ସମ୍ପାଦକୀୟ ଭାରତୀୟ ଜନସଂଖ୍ୟା ରିପୋର୍ଟ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କରିଥିଲା। କିନ୍ତୁ ଖବରକାଗଜର ସମ୍ପାଦକୀୟ ବୋର୍ଡ ଆଉ କିଛି ଜଣାଇବାକୁ ଚାହଁିଥିଲା, ଯାହା ଆମ ମିଡିଆ ଆମକୁ କହିନାହିଁ। କାରଣ ଏଥିରେ ଭାରତର କିମ୍ବା ଭାରତ ସରକାରଙ୍କ ଲାଭ ଅଛି। ମୁଦ୍ରାସ୍ଫୀତି ଉଚ୍ଚ ଥିଲାବେଳେ, ୟୁରୋପରେ ଯୁଦ୍ଧ ଚାଲିଥିବା ସମୟରେ ଏବଂ ଚାଇନା ପ୍ରମୁଖ ବିପଦ ଭାବେ ଉଭା ହୋଇଥିବାବେଳେ ଭାରତକୁ ଏକ ପ୍ରତିସନ୍ତୁଳନକାରୀ ରାଷ୍ଟ୍ର ଭାବେ ଦେଖାଯାଉଛି। ଯଦି ଭାରତ ଏକାଧିକ ଦେଶକୁ ଏକାଠି କରିବା ବିଚାରଧାରା ଏବଂ ଖୋଲା ମନୋଭାବ ପ୍ରକାଶ କରିଥା’ନ୍ତା ତେବେ ଭଲ ହୋଇଥାଆନ୍ତା। ଏହା ଠିକ୍‌, କିନ୍ତୁ ସମ୍ପୂର୍ଣ୍ଣ ଭାବେ ନୁହେଁ। ତେବେ ସ୍ବୀକାର କରିବା ଉଚିତ, ବାହାର ଦେଶର ପ୍ରତିଷ୍ଠିତ ମିଡିଆରେ କଠୋର ଶବ୍ଦ ପ୍ରକାଶ ପାଉଥିବା ସତ୍ତ୍ୱେ ଆମେ ଅମୃତକାଳରେ ବିଶ୍ୱଗୁରୁ ହେବାର ଦିବାସ୍ବପ୍ନକୁ ସାଙ୍ଗରେ ନେଇ ଯାଇପାରିବା। ସୁଖର କଥା ଏଥିପାଇର୍ଁ ବିଶ୍ୱ ଆମକୁ ବାଟ ଦେଖାଇବା ଆବଶ୍ୟକତା ନାହିଁ। ସ୍ବାଧୀନତାର ୭୫ ବର୍ଷ ପରେ ଆମେ ଯେଉଁଠି ଅଛୁ ତାହାର ବାସ୍ତବତାକୁ ଯଦି ହୃଦୟଙ୍ଗମ କରିବାକୁ ଚାହିଁବା ତେବେ ଆମେ ନିଜକୁ ଜାଣିପାରିବା ଏବଂ ସହଜରେ ବୁଝିପାରିବା। କିନ୍ତୁ ଆମ ସମ୍ବିଧାନ ଏବଂ ତାହାର ମୂଲ୍ୟ ରାଜନୀତିର କେନ୍ଦ୍ରରେ ନାହିଁ। ଯଦି ସବୁକିଛି ସେହି କେନ୍ଦ୍ରରୁ ଆମେ ଶୀଘ୍ର ଦୂରେଇ ନେବା ତେବେ ବୁଝିବାକୁ ହେବ ଯେ, ଆମେ ଯେଉଁ ଆଡ଼କୁ ଗତିକରୁଛୁ ତାହାର ଆଭାସ କେବେବି ପାଇବାକୁ ସକ୍ଷମ ହେବୁ ନାହିଁ। ବିଶ୍ୱର ସବୁଠୁ ଜନବହୁଳ ଦେଶ ଦେବା ସମ୍ପର୍କିିତ ପ୍ରକାଶିତ ସବୁ ଖବରକୁ ବାସ୍ତବତା ଦୃଷ୍ଟିକୋଣରୁ ଦେଖିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri