ନୀଳଗିରି ବାଇପାସ୍‌ରୁ ଜବରଦଖଲ ଉଚ୍ଛେଦ

ନୀଳଗିରି,୨୧।୭(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଦେଇ ଯାଇଥିବା ଶେରଗଡ଼-ନୀଳଗିରି ଓ ଝରଣାଘାଟୀ ୧୯ନଂ. ରାଜ୍ୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ନୀଳଗିରି ବାଇପାସ୍‌ ପିଚୁ ରାସ୍ତାର (ତଳ ସଡ଼କ) ଉଭୟ ପାଶର୍‌ବରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।
ପୂର୍ବରୁ ରାସ୍ତାର ଉଭୟ ପାଶର୍‌ବ ମାପଚୁପ ସାରିଥିଲା ବେଳେ ଶୁକ୍ରବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ନୀଳଗିରି ତହସିଲଦାର ରଞ୍ଜନ ବେହେରା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଡୁ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, ପୂର୍ତ୍ତବିଭାଗ ଏସ୍‌ଡିଓ ଜ୍ୟୋତିପ୍ରକାଶ ପଣ୍ଡା, ଯନ୍ତ୍ରୀ ଲକ୍ଷ୍ମଣ ସିଂଙ୍କ ସମେତ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇ ଜେସିବି ସାହାଯ୍ୟରେ ଦୋକାନ ଗୃହ ଭଙ୍ଗା ଯାଇଥିଲା।