ବାଘଛାଲ ରାକେଟରେ ଯବାନ

ଭୁବନେଶ୍ୱର,୨ା୯(ସୂର୍ଯ୍ୟକାନ୍ତ ବେହେରା): ବାଘ ଛାଲ ବିକ୍ରି ପାଇଁ ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ କାଶୀପୁରରେ ଚାଲିଥିଲା ଡିଲ୍‌। ଗ୍ରାହକ ବେଶରେ ଚଢ଼ାଉ କରି ସମ୍ପୃକ୍ତ ରାକେଟକୁ ଧରିଛି ବନ ବିଭାଗ। ଏହି ଅପରେଶନରେ ଜଣେ ଯବାନଙ୍କ ସମେତ ମୋଟ ୭ଜଣଙ୍କୁ ଗିରଫ କରାଯିବା ସହ ଏକ ବାଘଛାଲ ଜବତ ହୋଇଛି। ଗତ ୨୮ ତାରିଖରେ ବାଘଛାଲ ଜବତ ସହ ଅଭିଯୁକ୍ତ ବିଭୂତି ଭୂଷଣ ନାୟକ, ସନତ ଉର୍ମା, ସନ୍ତୋଷ ସାହୁ ଏବଂ ଓଆଇଏସ୍‌ଏଫ୍‌ ଯବାନ ପପୁ ସାହୁଙ୍କୁ ଗିରଫ କରାଯାଇଥିବାବେଳେ ଫେରାର ଥିବା ଅନ୍ୟ ୩ଜଣଙ୍କୁ ଏବେ ବୌଦ୍ଧ ଓ ନୟାଗଡ଼ରୁ ଗିରଫ କରାଯାଇଛି। ସେମାନେ ହେଲେ ପ୍ରବୀଣ କୁମାର ପ୍ରଧାନ, କବିରାଜ ସ୍ବାଇଁ ଓ ଅମିତ ମଲ୍ଲିକ। ପ୍ରବୀଣ ଓ କବିରାଜଙ୍କୁ ବନ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ଅମିତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସେମାନଙ୍କ ନିକଟରୁ ୫ ମୋବାଇଲ, ବାଘ ନିଶ, ବାଘ ଦାନ୍ତ ଓ ବାଘ ନଖ ଆଦି ଜବତ ହୋଇଛି। ନୟାଗଡ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ, ଡବ୍ଲ୍ୟୁସିସିବିର କର୍ମଚାରୀଙ୍କ ଜଏଣ୍ଟ ଟାସ୍କ ଫୋର୍ସଙ୍କ ସହଯୋଗରେ ନଗର ବନଖଣ୍ଡ କର୍ମଚାରୀମାନେ ଏହି ଅପରେଶନରେ ସାମିଲ ଥିଲେ। ଅମିତ ମଲ୍ଲିକ ଶିକାରୀ ହୋଇଥିବା ବେଳେ ଅନ୍ୟମାନେ ଏହି ରାକେଟର ସଦସ୍ୟ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଅଗଷ୍ଟ ୨୮ ସକାଳେ ତମାଣ୍ଡୋ କାଶୀପୁରରେ ଏକ କଲରାପତରିଆ ବାଘ ଛାଲ ବେପାର ଚାଲିଥିବା ସମ୍ପର୍କରେ ବନ ବିଭାଗ ଖବର ପାଇଥିଲା। ଏହାପରେ ଭୁବନେଶ୍ୱର ନଗର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀମାନେ ସେଠାରେ ପହଞ୍ଚତ୍ଥିଲେ। ବନ ବିଭାଗର ଜଣେ କର୍ମଚାରୀ ଗ୍ରାହକ ବେଶରେ ସନ୍ଦିଗ୍ଧ ବିଭୂତି ଭୂଷଣଙ୍କୁ ଭେଟିଥିଲେ। ଏହାପରେ ବେପାରୀ ସାଜିଥିବା ବନ କର୍ମଚାରୀ ବାଘଛାଲ କଥା ପଚାରିବାରୁ ଅଭିଯୁକ୍ତ ବିଭୂତି ବସ୍ତାରେ ରଖିଥିବା ଛାଲକୁ ଦେଖାଇଥିଲେ। ଏହି ସମୟରେ ବନ ବିଭାଗର କର୍ମଚାରୀମାନେ ଘେରିଯାଇ ତାଙ୍କୁ କାବୁ କରିବା ସହ ଛାଲ ଜବତ କରିଥିଲେ। ଅଭିଯୁକ୍ତ ବିଭୂତିଙ୍କୁ ପଚରାଉଚରା ବେଳେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ହାସଲ କରି ସେମାନଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri