ବାଘ ଲୋମ, ମୁଣ୍ଡ, ହାଡ଼ ଜବତ

ବୌଦ୍ଧ, ୧୧।୪(ସ୍ବ.ପ୍ର): ବୌଦ୍ଧ ଜିଲାରେ ବିଭିନ୍ନ ସମୟରେ ବାଘ, ହରିଣ ଚମଡା ଜବତ କରାଯାଇଆସୁଥିବାବେଳେ ସୋମବାର ପୁଣି ଏଭଳି ଘଟଣା ଘଟିଛି। ବନ କର୍ମଚାରୀମାନେ ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ବଡଖଜୁରି ଗ୍ରାମର ବିଶ୍ୱାମିତ୍ର ଜାନୀଙ୍କ ଘରେ ଚଢାଉକରି ବାଘ ଲୋମ ଓ ମାଟିତଳୁ ବାଘ ମୁଣ୍ଡ ହାଡ଼ ଜବତ କରିଛନ୍ତି।
ସୂଚନା ମୁତାବକ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ବାଣିଗୋଛା ରେଞ୍ଜ ପକ୍ଷରୁ ଦୁଇ ଦିନ ତଳେ ଜଣେ ବ୍ୟକ୍ତିଙ୍କଠାରୁ ବାଘର ଗୋଡ଼ ସହ ନଖ ଜବତ କରାଯାଇଥିଲା। ଏହା କେଉଁଠୁ ଆଣିଲୁ ପଚରାଉଚରା କରିବାରୁ ଅଭିଯୁକ୍ତ ଜଣକ ବିଶ୍ୱାମିତ୍ରଙ୍କ ନାମ ଓ ଠିକଣା କହିଥିଲେ। ଏହି ସୂଚନା ଆଧାରରେ ମହାନଦୀ ବନପ୍ରାଣୀ ବିଭାଗ ଓ ବୌଦ୍ଧ ବନବିଭାଗ ପକ୍ଷରୁ ମିଳିତ ଭାବେ ବିଶ୍ୱାମିତ୍ରଙ୍କ ଘରେ ଭୋର ଚଢାଉ କରାଯାଇଥିଲା। ବନ କର୍ମଚାରୀମାନେ ବିଶ୍ୱାମିତ୍ରଙ୍କ ଘରୁ ବାଘ ଲୋମ ସହ ଦେଶୀ ବନ୍ଧୁକ, ଟାଙ୍ଗିଆ, ଭୁଜାଲି, କଟୁରି ଜବତ କରିଥିଲେ। ପଚରାଉଚରା ପରେ ବାଘକୁ ମାରି ପୋତିଥିବା ସ୍ଥାନକୁ ନେଇଥିଲେ। ସେହି ସ୍ଥାନକୁ ଖୋଲିବା ପରେ ସେଠାରୁ ବାଘର ମୁଣ୍ଡ ହାଡ ମଧ୍ୟ ଜବତ କରାଯାଇଛି। ମହାନଦୀ ବନ୍ୟପ୍ରାଣୀ ପକ୍ଷରୁ ବିଶ୍ୱାମିତ୍ରଙ୍କୁ ଗିରଫ କରାଯାଇ ନୟାଗଡ ନେଇ ଯାଇଥିବା ଜଣାପଡିଛି। ଏହି ଚଢାଉରେ ବୌଦ୍ଧ ବନଖଣ୍ଡ ଏସିଏଫ୍‌ ଆଶିଷ କହଁର, ମାଧପୁର ରେଞ୍ଜର ପ୍ରବୀଣ ମହାକୁଡ, ଗାର୍ଡ ଅର୍ଜୁନ କହଁର, ପ୍ରକାଶ ପ୍ରଧାନ, ପ୍ରଦୀପ ସାହୁ, ଦୀପକ ପ୍ରଧାନ ଓ ବାଣିଗୋଛା ମହାନଦୀ ବନ୍ୟପ୍ରାଣୀ ରେଞ୍ଜର ସଂସାର ବର୍ଗିଆ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?