ନାଇଜରରେ କ୍ଷମତା ଦଖଲ, କାରାଗାରରେ ରାଷ୍ଟ୍ରପତି…

ନିଆମେ,୨୭।୭ : ଆଫ୍ରିକୀୟ ଦେଶ ନାଇଜରରେ ସେନା କ୍ଷମତା ଦଖଲ କରିଛନ୍ତି। ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କ ସରକାରକୁ ହଟାଇ ଦିଆଯାଇଛି ବୋଲି ନାଇଜର ସେନା ଦାବି କରିଛି। ସେମାନେ ରାଷ୍ଟ୍ରପତି ବାଜୁମଙ୍କୁ କାରାଗାରରେ ରଖିଛନ୍ତି। ଜାତିସଂଘ-ଆମେରିକାର ହସ୍ତକ୍ଷେପକୁ ସୈନିକମାନେ ବିରୋଧ କରିଥିଲେ ଏବଂ ସେମାନଙ୍କୁ ଧମକ ଦେଇଥିଲେ।

ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ନାଇଜରର ଜାତୀୟ ଚ୍ୟାନେଲରେ ସୈନିକମାନେ ଏନେଇ ଘୋଷଣା କରିଛନ୍ତି। କଲୋନେଲ ଆମାଦୋ ଅବଦ୍ରାମାନେ ତାଙ୍କ ସାଥୀ ସୈନିକ ଏବଂ ଅଧିକାରୀଙ୍କ ସହ ଟିଭିରେ ଦେଖାଦେଇଛନ୍ତି। ବାଜୁମଙ୍କ ସରକାରକୁ ହଟାଇବାକୁ ସେ ଟିଭିରେ ଘୋଷଣା କରିଥିଲେ। ଟିଭିରେ ସିଧା ପ୍ରସାରଣରେ ସେ କହିଥିଲେ ଦେଶରେ ସୁରକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଛି ଏବଂ ଖରାପ ଶାସନ ଯୋଗୁଁ ଆମେ ରାଷ୍ଟ୍ରପତିଙ୍କ ଶାସନକୁ ସମାପ୍ତ କରୁଛୁ। ନାଇଜରର ସୀମା ସିଲ ହୋଇଛି । ବର୍ତ୍ତମାନ କେହି ଦେଶ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାର ଦେଶରୁ ମଧ୍ୟ ପ୍ରବେଶ କରିପାରିବେ ନାହିଁ। ସମଗ୍ର ଦେଶରେ କର୍ଫ୍ୟୁ ଜାରି ଅଛି । ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି।

 

Share