ମାଓବାଦୀ ସାମଗ୍ରୀ ଜବତ

ଫୁଲବାଣୀ ଅଫିସ,୧୯।୮: କନ୍ଧମାଳ ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି। ବାଲନ୍ଦାପଡ଼ା ପଞ୍ଚାୟତ ସୁକାଙ୍ଗୀ ଜଙ୍ଗଲରେ ମିଳିତ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି । ସର୍ଚ ଅପରେଶନ ବେଳେ ଏହି ଜଙ୍ଗଲରେ ମାଓବାଦୀମାନେ ଏକ ଗୁମ୍ଫାରେ ବହୁ ସାମଗ୍ରୀ ଲୁଚାଇ ରଖିଥିବା ସନ୍ଧାନ ମିଳିଥିଲା। ଗତ ୧୬ ତାରିଖରେ ସୁରକ୍ଷା କର୍ମୀମାନେ ବାଲନ୍ଦାପଡ଼ା ଅଞ୍ଚଳରେ କୋମ୍ବିଂ କରୁଥିଲେ। କୋମ୍ବିଂ ଅପରେଶନ ବେଳେ ଗୁମ୍ଫାରୁ ମାଓବାଦୀମାନେ ବ୍ୟବହାର କରୁଥିବା ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି। ସେସବୁ ସାମଗ୍ରୀ କେକେବିଏନ୍‌ ଡିଭିଜର ହୋଇ ଥାଇପାରେ ବୋଲି କନ୍ଧମାଳ ଏସ୍‌ପି ବିନିତ ଅଗ୍ରୱାଲ କହିଛନ୍ତି। ଜବତ ହୋଇଥିବା ମାଓବାଦୀ ସାମଗ୍ରୀ ମଧ୍ୟରେ ମେଡିସିନ, ପୋଷାକ, ଜିଲୋଟିନ ଷ୍ଟିକ, କମ୍ବଳ ଓ ଆପତ୍ତିଜନକ ସାମଗ୍ରୀ ସହ ଅନ୍ୟାନ ସାମଗ୍ରୀ ରହିଛି। ସୁକାଙ୍ଗୀ ଜଙ୍ଗଲରେ ଏସ୍‌ଓଜି ଓ ଡିଭିଏଫ ସୁରକ୍ଷା କର୍ମୀମାନେ ମିଳିତ କୋମ୍ବିଂ ଅପରେଶନ ଜାରି ରଖିଥିବା ଏସ୍‌ପି ଏକ ଖବରଦାତା ସମିଳନୀରେ ସୂଚନା ଦେଇଛନ୍ତି। ଏଥସହ ମାଓବାଦୀ ମାନେ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି।