୪ଶହ ଲିଟର ମଦ ଜବତ: ଧରାପଡ଼ି ଜେଲ ଗଲେ ୪ ଅଭିଯୁକ୍ତ

ଛତ୍ରପୁର,୧୪।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଛତ୍ରପୁର ଅବକାରୀ ରେଞ୍ଜ ପକ୍ଷରୁ ଖଲିକୋଟ ଆଦର୍ଶ ଅବକାରୀ ଥାନା ଅଧୀନ ଖୋଜାପଲ୍ଲୀ, ତୁଳସୀପୁର ଓ କୈରାସୀଛକ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ୪ଶହ ଲିଟର ଚୋରା ମଦ ସହ ଗୋଟିଏ କାରକୁ ଜବତ କରିଥିଲେ।

ଅନ୍ୟପକ୍ଷେ ଅବକାରୀ ବିଭାଗ ଘଟଣାରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚଢ଼ାଉରେ ଛତ୍ରପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ବାଲକ ବିଶି, ଏଏସ୍‌ଆଇ ସନ୍ତୋଷ କୁମାର ପାଢ଼ୀ, ଖଲିକୋଟ ଆଦର୍ଶ ଅବକାରୀ ଥାନା ଓଆଇସି ଦେବସ୍ମିତା ନାୟକ, କନ୍‌ଷ୍ଟେବଲ ଅନନ୍ତ କହଁର, ଏସ୍‌. ପର୍ଶୁରାମ ରେଡ୍ଡୀ, ଅଞ୍ଜନ କୁମାର ଦାଶ, କାଁହୁ ଚରଣ ନାହାକ ପ୍ରମୁଖ ସାମିଲ ଥିଲେ।