ସୁଯୋଗର ସଦୁପଯୋଗ କରି ସଫଳ

ଗ୍ରାହକ ସେବାରେ ଢେଙ୍କାନାଳ ଜିଲାର ହିରୋ ବାଇକ୍‌ ଓ ସ୍କୁଟର ଶୋ’ରୁମ୍‌ ‘ସୋମ୍‌ ଅଟୋ’ ନିଜର ସ୍ବତନ୍ତ୍ରତା ବଜାୟ ରଖିଛି। ଏହାର ଅଧିକୃତ ବିକ୍ରେତା ତଥା ସ୍ବତ୍ୱାଧିକାରୀ ହର୍ଷବର୍ଦ୍ଧନ ସିଂହଦେଓ ୨ଚକିଆ ଯାନ ବ୍ୟବସାୟରେ ସଫଳତା ହାସଲ କରି ତାଙ୍କର ଲକ୍ଷ୍ୟ ଓ ସ୍ବପ୍ନକୁ ବାସ୍ତବ ରୂପ ଦେଇଛନ୍ତି। ଦୀର୍ଘ ୧୬ ବର୍ଷ ଧରି ସୋମ ଅଟୋ ମାଧ୍ୟମରେ ହିରୋ ବାଇକ୍‌ ଓ ସ୍କୁଟର ବ୍ୟବସାୟରେ ଗ୍ରାହକମାନଙ୍କ ମଧ୍ୟରେ ସେ ଏକ ବିଶେଷତ୍ୱ ବଜାୟ ରଖିଛନ୍ତି। ଢେଙ୍କାନାଳ ରାଜ ପରିବାରର ସଦସ୍ୟ ହୋଇଥିଲେ ମଧ୍ୟ ବ୍ୟବସାୟ ପାଇଁ ତାଙ୍କ ମନରେ ସେଭଳି କୌଣସି ଭାବନା ନ ଥିଲା। ତେବେ ହିରୋ କମ୍ପାନୀ ପକ୍ଷରୁ ମିଳିଥିବା ସୁଯୋଗକୁ ସଦୁପଯୋଗ କରି ଆଜି ସେ ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି। ସୋମ୍‌ ଅଟୋର ପ୍ରୋପ୍ରାଇଟର ହର୍ଷବର୍ଦ୍ଧନ ସିଂହଦେଓଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତକାର…

ପ୍ରଶ୍ନ-୧: କୋଭିଡ୍‌ ପରବର୍ତ୍ତୀ ମାନ୍ଦାବସ୍ଥାକୁ କିଭଳି ସାମ୍‌ନା କରିଛନ୍ତି?
ଉ- କୋଭିଡ୍‌ ବେଳେ କଟକଣା ଯୋଗୁ ଶଟ୍‌ଡାଉନ ହେବାରୁ ଉପତ୍ାଦନ ବନ୍ଦ ହେଲା ପରେ ଗାଡ଼ିଗୁଡ଼ିକର ଶୋ’ରୁମ୍‌ ବନ୍ଦ ହେଲା। କିଛି ଲୋକ ଚାକିରି ହରାଇଲେ। ପରବର୍ତ୍ତୀ ସମୟରେ ସ୍ବାଭାବିକ ଅବସ୍ଥା ଫେରିବା ପରେ ଶୋ’ରମ୍‌ଗୁଡ଼ିକ ଖୋଲିବା ପରେ ମଧ୍ୟ ଲୋକଙ୍କର ଆର୍ଥିକ ମାନଦଣ୍ଡ ଭୁଶୁଡ଼ି ପଡିଥିବାରୁ ଗାଡ଼ି ବିକ୍ରି କମିଥିଲା। ଏଭଳି ପରିସ୍ଥିତିରେ ହିରୋ କମ୍ପାନୀ ମଧ୍ୟ ଆମକୁ ବହୁ ସହଯୋଗ କରିଥିଲା, ଯାହାକୁ କେବେ ଭୁଲି ହେବ ନାହିଁ। କମ୍ପାନୀ ତା’ର ଇଣ୍ଟରେଷ୍ଟ କମ୍‌ କରିବା ସହ ଷ୍ଟକ୍‌ ଦେଇ ଆମକୁ ସାହାଯ୍ୟ କଲେ। ଏପରି କି ଅର୍ଥଲଗାଣ ସଂସ୍ଥାମାନେ ମଧ୍ୟ ଗ୍ରାହକମାନଙ୍କ ପାଇଁ ଋଣର ସୁବିଧା କଲେ। ବର୍ତ୍ତମାନ ସୁଦ୍ଧା ଆମେ କୋଭିଡ୍‌ ପୂର୍ବ ସ୍ଥିତିରେ ଗାଡ଼ି ବିକ୍ରି କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ପହଞ୍ଚତ୍ ପାରିନୁ। ଆଉ କିଛି ଦିନ ସମୟ ଲାଗିବ। ଡଲାର ମୂଲ୍ୟ ୨୦୧୯ରେ ୭୧ଟଙ୍କା ଥିଲା। ଆଜି ଏହାର ମୂଲ୍ୟ ୮୩ ଟଙ୍କା। ଏଥିଯୋଗୁ ଆମର ଯେତେ ଇମ୍ପୋର୍ଟେଡ କମ୍ପୋନେଣ୍ଟ ମୂଲ୍ୟ ବଢୁଥିବାରୁ ସମସ୍ୟା ହୋଇଛି।
ପ୍ରଶ୍ନ-୨: ଅଟୋମୋବାଇଲ ଇଣ୍ଡଷ୍ଟ୍ରିର କେଉଁ ସବୁ ପ୍ରମୁଖ ସମସ୍ୟା ରହିଛି?
ଉ- ଭାରତରେ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ପାଇଁ ବହୁ ନିୟମକାନୁନ୍‌ ରହିଛି। ଏପରିକି ଦେଶରେ ବେରୋଜଗାରୀ ସମସ୍ୟା ଯୋଗୁ ଲୋକଙ୍କ ହାତରେ ଲିକ୍ୟୁଡିଟିର ଅଭାବ ରହିଛି। ପେଟ୍ରୋଲ ଦର ଅହେତୁକ ବୃଦ୍ଧି ହେଉଥିବାରୁ ଗାଡ଼ି ଶିଳ୍ପ ପାଇଁ କ୍ଷତିକାରକ। ସେହିପରି ସେମିକଣ୍ଡକ୍ଟର ଅଭାବ ଯୋଗୁ ଏଥିରେ ୨ ଓ ୪ଚକିଆ ଗାଡ଼ି ଶିଳ୍ପ ଉପରେ ପ୍ରଭାବ ମଧ୍ୟ ପଡୁଛି।
ପ୍ରଶ୍ନ-୩: ଗାଡି ବିକ୍ରି କିମ୍ବା ସେବାରେ କଭଳି ଉନ୍ନତି କରିପାରିବା?
ଉ- ପ୍ରଥମେ କଷ୍ଟମରଙ୍କ ପାଇଁ ସୁବିଧା ସୁଯୋଗ ଜରୁରୀ। ଶୋ’ରୁମରେ କଷ୍ଟମରଙ୍କ ସମସ୍ୟା ସମାଧାନ କରିବା ଏବଂ ଋଣ ପ୍ରଦାନ ପାଇଁ ସୁବିଧା ଯେତେ ଭଲ ରହିବ, ସେତିକି ବ୍ୟବସାୟ ବଢ଼ିବ। କୋଭିଡ୍‌ ପରେ ଡିଜିଟାଲ ପ୍ଲାଟଫର୍ମର ଉପକାରିତା ବଢ଼ିଛି, ଗ୍ରାହକମାନେ ମୋବାଇଲରେ ନିଜ ପସନ୍ଦର ଗାଡ଼ି ଦେଖିବା ସହ ବାଛି ପାରୁଛନ୍ତି ଏବଂ କିଣି ମଧ୍ୟ ପାରୁଛନ୍ତି। ଏହା ମଧ୍ୟ ଏକ ଭଲ ସୁବିଧା। ସେହିପରି ସର୍ଭିସିଂ ପାଇଁ ଆମ ଶୋ’ରୁମର କର୍ମଚାରୀମାନେ ଘରେ ଘରେ ମଧ୍ୟ ସର୍ଭିସ୍‌ ଦେବା ଭଳି ସୁବିଧା କରାଯାଇଛି। କୌଣସିଠାରେ ଦୁର୍ଘଟଣା ହେଲେ ଫୋନ କଲେ ସେଠାରୁ ମଧ୍ୟ ଆମେ ଗାଡ଼ି ପଠାଇ କ୍ଷତିଗ୍ରସ୍ତ ଗାଡ଼ିକୁ ଆଣି ମରାମତି କରି ଗ୍ରାହକଙ୍କୁ ଦେଉଛୁ।
ପ୍ରଶ୍ନ-୪: ବର୍ତ୍ତମାନ ସୁଦ୍ଧା ସୋମ୍‌ ଅଟୋର ଯାତ୍ରା କିଭଳି ରହିଛି?
ଉ- ୨୦୦୭ରେ ଢେଙ୍କାନାଳ ଜିଲା ପାଇଁ ହିରୋ କମ୍ପାନୀର ଶୋ’ରୁମ୍‌ ସୋମ୍‌ ଅଟୋ ଆରମ୍ଭ ହୋଇଥିଲା। ଦୀର୍ଘ ୧୫ବର୍ଷ ମଧ୍ୟରେ ଆମେ ୪୦ହଜାର ଗ୍ରାହକଙ୍କୁ ଗାଡ଼ି ବିକ୍ରି କରିଛୁ। ଏପରି କି ୨ଗୁଣ ଅଧିକ ଗ୍ରାହକଙ୍କୁ ସର୍ଭିସିଂ ସେବା ଯୋଗାଇ ଦେଇଛୁ। ବିଶେଷ କରି କର୍ମଚାରୀମାନଙ୍କର ପରିଶ୍ରମ ଏବଂ ଅଞ୍ଚଳର ଗ୍ରାହକମାନଙ୍କ ନିକଟରେ ଗୁଡୱିଲ ଯୋଗୁ ୧୫ବର୍ଷର ଯାତ୍ରା ସଫଳ ହୋଇଛି।
ପ୍ରଶ୍ନ-୫: ଇଭି ବଜାରକୁ ନେଇ କେତେ ଆଶାବାଦୀ ଅଛନ୍ତି?
ଉ- କମର୍ସିଆଲ ଭେହିକିଲ ଆଗକୁ ଇଭି ହେବାକୁ ଯାଉଛି। ଏପରିକି ୨ ଓ ୩ ଚକିଆ ଯାନଗୁଡ଼ିକୁ ଇଭି କରିବା ପାଇଁ ଲକ୍ଷ୍ୟ ରହିଛି। ୨୦୨୨ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ୪.୫ ଲକ୍ଷ ଇ-ଯାନ ବିକ୍ରି କରିଛି। ହିରୋ କମ୍ପାନୀ ପକ୍ଷରୁ ମଧ୍ୟ ଚାର୍ଜିଂ ଭିତ୍ତିଭୂମି ବିସ୍ତାର ହେବାକୁ ଯାଉଛି। ପରିବେଶ ସୁରକ୍ଷା ପାଇଁ ସରକାର ଏହାକୁ ପ୍ରୋତ୍ସାହିତ କରିବା ସହ ସବ୍‌ସିଡି ମଧ୍ୟ ଦେଉଛନ୍ତି। ଏଥିସହିତ ଆଗକୁ ମଧ୍ୟ କଠିନ ନିୟମାବଳୀ ଆଣୁଛନ୍ତି। ବର୍ତ୍ତମାନ ଇ-ଯାନର ଚାହିଦା ୨୨% ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri