ବାଘଛାଲ ଜବତ, ୩ ଗିରଫ

ଝାରସୁଗୁଡ଼ା ଅଫିସ,୧୬ା୧୦: ଝାରସୁଗୁଡ଼ା ଏବଂ ସମ୍ବଲପୁର ପୋଲିସ ସହାୟତାରେ ଏସ୍‌ଟିଏଫ୍‌ ଟିମ୍‌ ମିଳିତ ଭାବେ ଚଢ଼ାଉ କରି ଝାରସୁଗୁଡ଼ା ଜିଲାର ମାଳିଡିହି ଛକରୁ ୩ଟି ବାଘଛାଲ ଜବତ କରିଛି। ବାଘଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଏହି ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅନ୍ତର୍ଗତ ଯୋଗୀଡିହି ଗ୍ରାମର ସୁମିତ କୁମାର ପଟେଲ, ବଲାଙ୍ଗୀର ଜିଲା ସୁଦୁପଡ଼ା ଗ୍ରାମର କୃପା ସାହୁ, ସମ୍ବଲପୁର ଜିଲା ଜୁଜୁମରା ଥାନା ଅନ୍ତର୍ଗତ ପଳାସମାଳର ଆଦିତ୍ୟ ପାତ୍ରଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ୩ଟି ଚିତାବାଘର ଛାଲ ଜବତ କରାଯାଇଛି। କେସ୍‌ ନଂ ୨୨/୨୨ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।