Posted inଖେଳ

ପ୍ରଶଂସକଙ୍କୁ ନିଜ ଫୋନ ନମ୍ବର ଦେଲେ ବୀରେନ୍ଦ୍ର ସେହ୍ବାଗ: ଆଉ ତା’ପରେ

ନୂଆଦିଲ୍ଲୀ,୪।୮: ଟିମ ଇଣ୍ଡିଆର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ମଙ୍ଗଳବାର ଏଭଳି ଏକ ଟୁଇଟ୍‌ କରିଛନ୍ତି ଯାହା ପରେ ସମସ୍ତ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେହ୍ବାଗ କହିଛନ୍ତି ଯେ, ତାଙ୍କ ଫୋନ ସାୱରରେ ପଡି ଯାଇଛି ଏବଂ ଠିକ୍‌ ନ ହେବା ପର୍ଯ୍ୟନ୍ତ ଆପଣ ମୋ ସହିତ ୯୧୧୨୦୮୩୩୧୯ରେ କଥା ହୋଇପାରିବେ। ସେହ୍ବାଗଙ୍କ ଏହି ଟୁଇଟ୍‌କୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ କୌଣସି ସେଲିବ୍ରିଟି ସୋସିଆଲ ମିଡିଆରେ ସେମାନଙ୍କ ନମ୍ବର ପୋଷ୍ଟ କରନ୍ତି ନାହିଁ କିନ୍ତୁ ନଜଫଗଡର ନବାବ ଏହା କରିଥିଲେ। ଯଦିଓ ପ୍ରଶଂସକମାନେ ଅନୁଭବ କରୁଥିଲେ ଯେ ବେଧହୁଏ ସେହ୍ବାଗର ଟୁଇଟ୍‌ର ଆକାଉଣ୍ଟ ହ୍ୟାକ ହୋଇଛି। ଅନେକ ପ୍ରଶଂସକ ଏପରିକି ସେହ୍ବାଗଙ୍କ ନମ୍ବରକୁ୍‌ ଫୋନ କରିଥିଲେ ଏବଂ ଲୋକମାନେ ଏହାର ସ୍କ୍ରିନ ସଟ ମଧ୍ୟ ପୋଷ୍ଟ କରିଥିଲେ।
ଏହି ନମ୍ବରକୁ ଡାଏଲ କରିବା ସମୟରେ ବୀରେନ୍ଦ୍ର ସେହ୍ବାଗ ନାମ ଲେଖା ଆସୁଛି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଚିନ୍ତା କରୁଛନ୍ତି ଯେ ଏହା ପ୍ରକୃତରେ ସେହ୍ବାଗଙ୍କ ନମ୍ବର କି? ଉଲ୍ଲେଖଥାଉ କି, କିଛି ଉପଭୋକ୍ତା ସେହ୍ବାଗଙ୍କ ଫୋନ ନମ୍ବରକୁ ମଧ୍ୟ ଡିକୋଡିଂ କରୁଛନ୍ତି। କିଛି ପ୍ରଶଂସକ ବିଶ୍ୱାସ କରନ୍ତି ଯେ ଏହି ସଂଖ୍ୟାରେ ସେହ୍ବାଗରେ ତାଙ୍କର କିଛି ସ୍ମରଣୀୟ ଇନିଂସର ସ୍କୋର ରେକର୍ଡ କରାଯାଇଛି। ଫୋନ ନମ୍ବର ଶେଷରେ ୩୧୯ ନମ୍ବର ହେଉଛି ଟେଷ୍ଟ କ୍ରିକେଟ ରେ ସେହ୍ବାଗଙ୍କ ସର୍ବୋତ୍ତମ ସ୍କୋର। ଏହି ସମୟରେ, ଫୋନ ନମ୍ବର ମଧ୍ୟରେ ୮୩ ଅଙ୍କ ମଧ୍ୟ ଅଛି। ୨୦୦୩ ବିଶ୍ୱକପ ଫାଇନାଲରେ ସେହ୍ବାଗଙ୍କ ଦ୍ୱାରା ଏହି ସ୍କୋର କରାଯାଇଥିଲା। ଏହା ମଧ୍ୟ ହୋଇପାରେ ଯେ ସେହ୍ବାଗ ଉଦ୍ଦେଶ୍ୟମୂଳକ ଭାବେ ଏହି ରହସ୍ୟମୟ ଟୁଇଟ୍‌ କରିଛନ୍ତି ଏବଂ ସେ ଖୁବ ଶୀଘ୍ର ପ୍ରଶଂସକମାନଙ୍କୁ ଏହି ଟୁଇଟ୍‌ର ରହସ୍ୟ ଜଣାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri