Categories: ଖେଳ

ରାହାଣେଙ୍କୁ ଆଉ ଥରେ ସୁଯୋଗ ମିଳୁ, ଫେଲ୍‌ ହେଲେ ଦଳରୁ ବାହାର କରିଦିଆଯାଉ: ସେହ୍ବାଗ

ନୂଆଦିଲ୍ଲୀ,୧୫।୯: ଭାରତର ପୂର୍ବତନ ଓପନର୍‌ ବିରେନ୍ଦର ସେହ୍ବାଗ କହିଛନ୍ତି ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ପରବର୍ତ୍ତୀ ଘରୋଇ ଟେଷ୍ଟ ସିରିଜରେ ଯଦି ସେ ବିଫଳ ହୁଅନ୍ତି ତେବେ ତାଙ୍କୁ ଟେଷ୍ଟ ଦଳରୁ ବାହାର କରିଦେବା ଉଚିତ ବୋଲି ସେ କହିଛନ୍ତି।

ସୋନି ସ୍ପୋର୍ଟସ ସହ ଏକ ସାକ୍ଷାତକାରରେ ସେହ୍ବାଗ କହିଛନ୍ତି, ରାହାଣେ ବର୍ଷ ବର୍ଷ ଧରି ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଆସୁଛନ୍ତି। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ବାରମ୍ବାର ସୁଯୋଗ ସତ୍ତ୍ୱେ ସେ ରନ୍‌ ସ୍କୋର କରିବାରେ ବିଫଳ ହେଉଛନ୍ତି। ତେବେ ତାଙ୍କୁ ନିଶ୍ଚିତ ଭାବେ ଭାରତର ପରବର୍ତ୍ତୀ ଘରୋଇ ଟେଷ୍ଟ ସିରିଜରେ ସୁଯୋଗ ଦିଆଯିବା ଉଚିତ। ସେଥିରେ ସେ ରନ ସ୍କୋର କରିବାରେ ଅସମର୍ଥ ହେଲେ ଦଳରୁ ଓହରିଯିବା ଭଲ।

ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପରେ ରାହାଣେ ଭାରତର ଶ୍ରେଷ୍ଠ ରନ ସ୍କୋରର ହୋଇଥିଲେ। ତା’ପରେ ସେ ୧୮ ଟି ମ୍ୟାଚରେ ୧୧୫୯ ରନ ସ୍କୋର କରିଥିଲେ। ସମସ୍ତେ ଖରାପ ସମୟ ଦେଇ ଗତି କରନ୍ତି। ଖରାପ ସମୟରେ ଖେଳାଳିଙ୍କ ସହ କିପରି ବ୍ୟବହାର କରାଯାଏ ତାହାକୁ ନେଇ ପ୍ରଶ୍ନ ଉଠେ। ତୁମେ ସେମାନଙ୍କୁ ସମର୍ଥନ କର କିମ୍ବା ଦଳରୁ ବାହାର କର।
ମୁଁ ବିଶ୍ୱାସ କରେ ଯେ ଯେତେବେଳେ ଆପଣଙ୍କର ବିଦେଶ ଗସ୍ତ ଖରାପ ହୁଏ, ସେତେବେଳେ ଆପଣଙ୍କୁ ଭାରତରେ ଏକ ସୁଯୋଗ ମିଳିବା ଉଚିତ। କାରଣ ଚାରି ବର୍ଷରେ ଥରେ ବିଦେଶ ଗସ୍ତ ଆସେ, କିନ୍ତୁ ଭାରତରେ ଆପଣ ପ୍ରତିବର୍ଷ ସିରିଜ ଖେଳନ୍ତି। ଭାରତରେି ସିରିଜ ଖରାପ ଚାଲିଥିଲେ ଖରାପ ଫର୍ମରେ ଥିବା ସ୍ପଷ୍ଟ ହୋଇଯାଏ। ଏହାପରେସେ ଦଳରୁ ଓହରିଯିବା ଠିକ୍‌ ବୋଲି ସେହ୍ବାଗ କହିଛନ୍ତି।

Share