Categories: ଖେଳ

ମାତ୍ର ୩ ରନ୍‌ ଯୋଗୁ ଇତିହାସ ରଚିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ-ଦ୍ରାବିଡ ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ

ନୂଆଦିଲ୍ଲୀ,୨୫।୬: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍‌- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ ଦେଖି ଲାହୋରରେ ଦର୍ଶକ ଛିଡ଼ା ହୋଇ ତାଳି ବଜାଇଥିଲେ। ମାତ୍ର ସେହଓ୍ବାଗ୍‌ ଆଉଟ୍‌ ହେବା ପରେ ଏହି ଯୋଡ଼ି ଟେଷ୍ଟ ଉଇକେଟରେ ଓପନିଂ ପାଇଁ ସର୍ବାଧିକ ରନ୍‌ର ଭାଗିଦାରୀ କରି ବିଶ୍ୱ ରେକର୍ଡ କରିବାରୁ ବଞ୍ଚିତ ହୋଇଥିଲେ। ଆଉ ମାତ୍ର ୩ ରନ୍‌ ହୋଇଥିଲେ ସେମାନେ ଏପରି କରିବାରେ ସଫଳ ହୋଇଥାନ୍ତେ।

ଦ୍ରାବିଡ ପାକିସ୍ତାନ ବିପକ୍ଷ ସିରିଜର ପ୍ରଥମ ଟେଷ୍ଟରେ ଓପନିଂ କରିବା ନିଷ୍ପତ୍ତି ନେଇଥିଲେ। ସେ ୨୩୩ ବଲ୍‌ରେ ୧୨୮ ରନ୍‌ କରିଥିବା ବେଳେ ସେହଓ୍ବାଗ୍‌ ୨୪୭ ବଲ୍‌ରେ ୨୫୪ ରନ୍‌ କରିଥିଲେ। ଉଭୟ ପ୍ରଥମ ପାଳିରେ ପ୍ରଥମ ଉଇକେଟ ପାଇଁ ୪୧୦ରନ୍‌ର ଭାଗିଦାରୀ କରିଥିଲେ। ଏହାପୂର୍ବରୁ ୧୯୫୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିନୁ ମାଙ୍କଡ ଏବଂ ପଙ୍କଜ ରାୟ ୪୧୩ରନ୍‌ର ଓପନିଂ ଭାଗିଦାରୀ କରିଥିଲେ।

Share