ସୀମା ସାମି ଜାତିସଂଘ ମହିଳା ମୁଖ୍ୟ

ଜାତିସଂଘ, ୧୫ା୯: ଜୋର୍ଡାନର ସୀମା ସାମି ବାହୋସ୍‌ ଜାତିସଂଘ ମହିଳା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଏହି ପଦ ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ତାଙ୍କ ନାମ ଘୋଷଣା କରିଛନ୍ତି। ୨୦୧୬ରୁ ଆମେରିକାରେ ଜୋର୍ଡାନର ସ୍ଥାୟୀ ରାଷ୍ଟ୍ରଦୂତ ଥିବା ବାହୋସ୍‌ ଦକ୍ଷିଣ ଆଫ୍ରିକାର ଫୁମଜିଲେ ମାଲାମ୍ବୋଙ୍କ ସ୍ଥାନ ନେଇଥିବା ଜାତିସଂଘ ମହାସଚିବଙ୍କ ଅଫିସ୍‌ରୁ ଜାରି ବିବୃତିରେ କୁହାଯାଇଛି। ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ବାହୋସ୍‌ ଜାତିସଂଘ ବିକାଶ ପ୍ରୋଗ୍ରାମ ରିଜିଓନାଲ ବ୍ୟୁରୋ ଫର୍‌ ଆରବ ଷ୍ଟେଟ୍‌ସ ପାଇଁ ଅତିରିକ୍ତ ପ୍ରଶାସକ ଏବଂ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି। ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ସେ ଲିଗ୍‌ ଆରବ ଷ୍ଟେଟ୍‌ସର ସାମାଜିକ ବିକାଶ ବିଭାଗ ମୁଖ୍ୟ ଏବଂ ସହକାରୀ ମହାସଚିବ ରହିଛନ୍ତି।

Share