Posted inଜାତୀୟ

ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି ସୀମା ହେଦର

ନୂଆଦିଲ୍ଲୀ,୧୭।୭: ପାକିସ୍ତାନ ଛାଡି ଭାରତ ପଳାଇଆସିଥିବା ସୀମା ଗୁଲାମ ହେଦର ଏବଂ ତାଙ୍କ ସ୍ବାମୀ ସଚିନଙ୍କୁ ଜାମିନ ମିଳିଛି। କିଛି ସର୍ତ୍ତରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। କୋର୍ଟ କହିଛନ୍ତ, ଯଦି ସୀମାଙ୍କୁ ସହର ବାହାରେ କୌଣସି ସ୍ଥାନକୁ ଯିବାକୁ ପଡେ, ତେବେ ତାଙ୍କୁ ପୋଲିସକୁ ଜଣାଇବାକୁ ପଡିବ। ସେ କେବଳ ସଚିନଙ୍କ ଠିକଣାରେ ରହିବେ। ମୋକଦ୍ଦମା ଚାଲିଥିବା ପର୍ଯ୍ୟନ୍ତ ତାଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ। ଅନ୍ୟପକ୍ଷରେ ପାକିସ୍ତାନ ସୀମାଙ୍କ ସ୍ବାମୀ ଗୁଲାମ ସୀମା ଗୁଲାମ ହେଦର ସୋସିଆଲ ମିଡିଆ ମାଧ୍ୟମରେ ଭାରତ ସରକାରଙ୍କୁ ତାଙ୍କ ସ୍ତ୍ରୀଙ୍କୁ ପାକିସ୍ତାନ ପଠାଇବାକୁ ନିବେଦନ କରୁଛନ୍ତି।
ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସୀମା କହିଛନ୍ତି, ସେ ବାଗେଶ୍ୱର ଧାମର ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ପସନ୍ଦ କରନ୍ତି। ସେ କହିଛନ୍ତି, ମୁଁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ପସନ୍ଦ କରେ। ତାଙ୍କ ହସ ମୋତେ ବହୁତ୍‌ ପସନ୍ଦ। ତାଙ୍କ ଈଶ୍ୱରୀୟ ଧାମକୁ ଯିବାକୁ ମୋର ଇଚ୍ଛା। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ହେତୁ ମୁଁ କୌଣସି ସ୍ଥାନକୁ ଯାଇପାରିବି ନାହିଁ। କୋର୍ଟଙ୍କ ନିଷ୍ପତ୍ତି ମୋ ସପକ୍ଷରେ ଆସିବ। ମୁଁ କେବଳ ଭାରତରେ ରହିବି, ଏଠାରେ ମୋତେ ବଞ୍ଚିବାକୁ ପଡିବ।
ସୂଚନାଯୋଗ୍ୟ, ସୀମା ଗୁଲାମ ହେଦର ଅନ୍‌ଲାଇନ୍‌ ପବ୍‌ଜି ଖେଳି ନୋଏଡାର ସଚିନ ମିଣାଙ୍କ ପ୍ରେମରେ ପଡ଼ିବା ପରେ ପାକିସ୍ତାନ ଛାଡ଼ି ଭାରତ ଚାଲିଆସିଥିଲେ। ନିଜ ୪ ପିଲାଙ୍କ ସହ ନେପାଳ ଦେଇ ଭାରତ ଆସିଥିବା ସୀମା ପୁଣିଥରେ ପାକିସ୍ତାନ ନ ଫେରନ୍ତୁ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି। ସେମାନଙ୍କ ମତରେ ସୀମା ଏବେ ଅନ୍ୟ ସମ୍ପ୍ରଦାୟର ହୋଇଗଲେଣି। ସେଥିପାଇଁ ତାଙ୍କୁ ପୁଣିଥରେ ଗ୍ରହଣ କରାଯାଇ ପାରିବ ନାହିଁ। ଭାରତରେ ବେଆଇନ ପ୍ରବେଶ ନେଇ ସୀମାଙ୍କୁ ଜୁଲାଇ ୪ରେ ଗିରଫ କରାଯାଇଥିଲା। ଜାମିନରେ ଆସିବା ପରେ ସେ ପାକିସ୍ତାନ ଯିବାକୁ ଏବେ ଅରାଜି। ସେଠାକୁ ଗଲେ ତାଙ୍କୁ ମୃତ୍ୟୁ ଭୟ ଥିବା ସୀମା କହିଛନ୍ତି।
ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହେଦର ସାଉଦି ଆରବରେ ଚାକିରି କରୁଥିବାବେଳେ ସୀମା ତାଙ୍କ ପିଲାଙ୍କ ସହ ଏକୁଟିଆ ଗୁଲିସ୍ତାନ-ଇ-ଜୈହାରସ୍ଥିତ ଘରେ ରହୁଥିଲେ। ୨୦୧୯ରୁ ସୀମା ସଚିନଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ଗୁଲାମ ପୁଣିଥରେ ସୀମାଙ୍କୁ ଆପଣାଇବାକୁ ପ୍ରସ୍ତୁତ ଥିବା ଏକ ଭିଡିଓ ଶେୟାର କରି କହିଛନ୍ତି। ୧୦ ବର୍ଷ ପୂର୍ବେ ସୀମା ଓ ଗୁଲାମ ପ୍ରେମ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri