Categories: ଜାତୀୟ

ସଚ୍ଚିନଙ୍କ ସହ ତ୍ରିରଙ୍ଗା ଉଡାଇଲେ ସୀମା

ନୂଆଦିଲ୍ଲୀ,୧୪।୮: ଭାରତ ସୀମା ଅତିକ୍ରମ କରିଥିବା ପାକିସ୍ତାନୀ ନାଗରିକ ସୀମା ହାଇଦର ରବିବାର ‘ହର ଘର ତିରଙ୍ଗା’ ଅଭିଯାନରେ ଯୋଗ ଦେଇ ତାଙ୍କ ଘରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ବର୍ତ୍ତମାନ ଉତ୍ତରପ୍ରଦେଶର ନୋଏଡାଠାରେ ରହୁଥିବା ସୀମା ତାଙ୍କ ସ୍ବାମୀ ସଚିନଙ୍କ ସହ ତ୍ରିରଙ୍ଗାକୁ ଉଡାଇ ଦେଶର ସ୍ବାଧୀନତା ଦିବସ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ତାଙ୍କ ଓକିଲ ଏପି ସିଂ ମଧ୍ୟ ସେଠାରେ ଉପସ୍ଥିତ ଥିଲେ, ସେ କହିଥିଲେ ଯେ ସୀମା ବଲିଉଡ ଫିଲ୍ମରେ କାମ କରିବେ ନାହିଁ ଏବଂ ସେ ବଲିଉଡରେ ଡେବ୍ୟୁ କରିବାକୁ ଥିବା ଅଫରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ସୀମା ଏବଂ ସଚିନ ତ୍ରିରଙ୍ଗାକୁ ଉଡାଇବାବେଳେ ‘ଭାରତ ମାତା କି ଜୟ’ ଏବଂ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ। ନିକଟରେ ଖବର ଆସିଥିଲା ଯେ ସୀମା ହାଇଦରଙ୍କୁ ବଲିଉଡ ଫିଲ୍ମରେ ଅଭିନୟ କରିବାର ଅଫର ମିଳିଛି। ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ) ନେତା ସୀମାଙ୍କୁ ଏ ବିଷୟରେ ଚେତାବନୀ ଦେଇଥିଲେ।

Share