ବିରାଟଙ୍କ ଶତକ ଦେଖି ଅନୁଷ୍କା କହିଲେ…

ଦୁବାଇ,୯।୯: ଗୁରୁବାର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏସିଆ କପ ୨୦୨୨ର ୧୧ତମ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ୩ ବର୍ଷ ପରେ ବିରାଟ କୋହଲି ଏକ ଶତକ ହାସଲ କରିଥିଲେ। ବିରାଟଙ୍କୁ ସବୁଠାରେ ପ୍ରଶଂସା କରାଯାଉଛି। ଏଥିରେ ସାମିଲ ଅଛନ୍ତି ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କା ବିରାଟଙ୍କ ପାଇଁ ଏକ ପୋଷ୍ଟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବିରାଟଙ୍କ ଏକ ଫଟୋ ଶେୟାର କରି ସେ କହିଛନ୍ତି, ଯେକୌଣସି ପରିସ୍ଥିତ ତଥା ସବୁବେଳେ ତୁମ ସହିତ ଅଛି। ଏହା ସହିତ ସେ ହୃଦୟ ଇମୋଜି ଦେଇଥିଲେ। ଅନୁଷ୍କାଙ୍କ ପୋଷ୍ଟରେ ବିରାଟ କୋହଲି ମଧ୍ୟ କମେଣ୍ଟ ଦେଇ ହୃଦୟ ଇମୋଜି ଦେଇଥିଲେ।
ବିରାଟ ଅନୁଷ୍କା ଶର୍ମାଙ୍କୁ ତାଙ୍କ ଶତକର ଶ୍ରେୟ ଦେଇଛନ୍ତି। ସେ ଷ୍ଟାଡିୟମରେ ବେକରୁ ଅନୁଷ୍କାଙ୍କ ରିଙ୍ଗ ବାହାର କରି ସମସ୍ତଙ୍କ ସାମ୍ନାରେ ଚୁମ୍ବନ ଦେଇଥିଲେ। ଯଦି ତୁମେ ମୋତେ ଏଠାରେ ଠିଆ ହେବାର ଦେଖୁଛ, ଏହା କେବଳ ଜଣେ ବ୍ୟକ୍ତିଙ୍କ କାରଣରୁ, ଅନୁଷ୍କା। ଏହି ଶତକ ଝିଅ ଭାମିକା ପାଇଁ। ସମୟ ମୋତେ ବହୁତ କିଛି ଶିଖାଇଛି ବୋଲି ବିରାଟ କହିଛନ୍ତି।

Share