ପୁରୁଷଙ୍କ ମଧ୍ୟରେ ଏହି ୩ ଗୁଣ ଦେଖି ଆକର୍ଷିତ ହୋଇଥାନ୍ତି ମହିଳା, କ’ଣ ଆପଣଙ୍କଠାରେ ଅଛି…

ଆଚାର୍ଯ୍ୟ ଚାଣକ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କୁହନ୍ତି ପ୍ରତିଟି ବ୍ୟକ୍ତିର ଜୀବନରେ ଜୀବନସାଥୀର ଗୁରୁତ୍ୱ ଅଧିକ। ଏଥିଲାଗି ସେ ମହିଳା ହେଉ ଅବା ପୁରୁଷ, ସମସ୍ତେ ନିଜ ପାଇଁ ଭଲ ଜୀବନସାଥୀ ଖୋଜିବାକୁ ଚେଷ୍ଟା କରିଥାନ୍ତି। ତେବେ ମହିଳାଙ୍କୁ କିଭଳି ଜୀବନସାଥୀ ଆବଶ୍ୟକ ସେ ନେଇ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି। ଯେପରିକି:

-ସ୍ବଭାବରେ ଶାନ୍ତ ଏବଂ ସୁନ୍ଦର କଥା:
ଚାଣକ୍ୟ କୁହନ୍ତି ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ। ବିଶେଷକରି ଶାନ୍ତ ସ୍ବଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ। କାରଣ ଏଭଳି ପୁରୁଷ ଗମ୍ଭୀର ଏବଂ ଜ୍ଞାନୀ ହୋଇଥାନ୍ତି। ଏମାନେ କାହା ସହ ଖରାପ ବ୍ୟବହାର କରି ନ ଥାନ୍ତି। ମହିଳାମାନଙ୍କୁ ବହୁତ ସମ୍ମାନ କରନ୍ତି। ଏଥିସହ ନିଜର କଥାରେ ସମସ୍ତଙ୍କ ମନ କିଣିନେଇଥାନ୍ତି।

-ବ୍ୟକ୍ତିତ୍ୱର ଗୁରୁତ୍ୱ:
ଚାଣକ୍ୟ କୁହନ୍ତି ମହିଳା ଏବଂ ପୁରୁଷ ଚାହାନ୍ତି ସେମାନଙ୍କ ଜୀବନସାଥୀ ଦେଖିବାକୁ ସୁନ୍ଦର ହୋଇଥାନ୍ତୁ। ହେଲେ ମହିଳାଙ୍କ ଲାଗି ସାଥୀର ସୁନ୍ଦରତାରୁ ଅଧିକ ତାଙ୍କ ବ୍ୟକ୍ତିତ୍ୱର ଗୁରୁତ୍ୱ ରହିଛି। ପୁରୁଷଟିଏ ଯଦି ଗର୍ବୀ ହୋଇଥାଏ ନଚେତ ଲୋଭୀ, ଧ୍ରୁତ ତେବେ ମହିଳାମାନେ ତାଙ୍କଠାରୁ ଦୂରରେ ରୁହନ୍ତି। ଯେଉଁ ପୁରୁଷ ସଚ୍ଚୋଟ ଏବଂ ପରିଶ୍ରମୀ ହୋଇଥାନ୍ତି ସେମାନଙ୍କୁ ମହିଳାମାନେ ପସନ୍ଦ କରିଥାନ୍ତି। ଏଭଳି ଲୋକ ସମସ୍ତ କଷ୍ଟର ସମ୍ମୁଖୀନ ହୋଇପାରନ୍ତି।

-ଶ୍ରୋତା ସ୍ବଭାବର ପୁରୁଷ:
ଚାଣକ୍ୟ କୁହନ୍ତି ପ୍ରତିଟି ମହିଳା ଚାହେଁ ତାର ଜୀବନସାଥୀ ତାର ପ୍ରତିଟି କଥା ଶୁଣନ୍ତୁ। ତାକୁ ବୁଝନ୍ତୁ। ମହିଳାମାନେ ଜୀବନସାଥୀଙ୍କ ଦୁଷ୍ଟକଷ୍ଟ ବାଣ୍ଟିବାରେ ନିଜର ଖୁସି ପାଇଥାନ୍ତି। ଏମିତିରେ ଯଦି ପୁରୁଷଟିଏ କେବଳ ନିଜ କଥା ଚିନ୍ତା କରେ ତେବେ ମହିଳାମାନେ ତାଙ୍କଠାରୁ ଦୂରେଇ ଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri