ପୁରୁଷଙ୍କ ମଧ୍ୟରେ ଏହି ୩ ଗୁଣ ଦେଖି ଆକର୍ଷିତ ହୋଇଥାନ୍ତି ମହିଳା, କ’ଣ ଆପଣଙ୍କଠାରେ ଅଛି…

ଆଚାର୍ଯ୍ୟ ଚାଣକ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କୁହନ୍ତି ପ୍ରତିଟି ବ୍ୟକ୍ତିର ଜୀବନରେ ଜୀବନସାଥୀର ଗୁରୁତ୍ୱ ଅଧିକ। ଏଥିଲାଗି ସେ ମହିଳା ହେଉ ଅବା ପୁରୁଷ, ସମସ୍ତେ ନିଜ ପାଇଁ ଭଲ ଜୀବନସାଥୀ ଖୋଜିବାକୁ ଚେଷ୍ଟା କରିଥାନ୍ତି। ତେବେ ମହିଳାଙ୍କୁ କିଭଳି ଜୀବନସାଥୀ ଆବଶ୍ୟକ ସେ ନେଇ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି। ଯେପରିକି:

-ସ୍ବଭାବରେ ଶାନ୍ତ ଏବଂ ସୁନ୍ଦର କଥା:
ଚାଣକ୍ୟ କୁହନ୍ତି ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ। ବିଶେଷକରି ଶାନ୍ତ ସ୍ବଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ। କାରଣ ଏଭଳି ପୁରୁଷ ଗମ୍ଭୀର ଏବଂ ଜ୍ଞାନୀ ହୋଇଥାନ୍ତି। ଏମାନେ କାହା ସହ ଖରାପ ବ୍ୟବହାର କରି ନ ଥାନ୍ତି। ମହିଳାମାନଙ୍କୁ ବହୁତ ସମ୍ମାନ କରନ୍ତି। ଏଥିସହ ନିଜର କଥାରେ ସମସ୍ତଙ୍କ ମନ କିଣିନେଇଥାନ୍ତି।

-ବ୍ୟକ୍ତିତ୍ୱର ଗୁରୁତ୍ୱ:
ଚାଣକ୍ୟ କୁହନ୍ତି ମହିଳା ଏବଂ ପୁରୁଷ ଚାହାନ୍ତି ସେମାନଙ୍କ ଜୀବନସାଥୀ ଦେଖିବାକୁ ସୁନ୍ଦର ହୋଇଥାନ୍ତୁ। ହେଲେ ମହିଳାଙ୍କ ଲାଗି ସାଥୀର ସୁନ୍ଦରତାରୁ ଅଧିକ ତାଙ୍କ ବ୍ୟକ୍ତିତ୍ୱର ଗୁରୁତ୍ୱ ରହିଛି। ପୁରୁଷଟିଏ ଯଦି ଗର୍ବୀ ହୋଇଥାଏ ନଚେତ ଲୋଭୀ, ଧ୍ରୁତ ତେବେ ମହିଳାମାନେ ତାଙ୍କଠାରୁ ଦୂରରେ ରୁହନ୍ତି। ଯେଉଁ ପୁରୁଷ ସଚ୍ଚୋଟ ଏବଂ ପରିଶ୍ରମୀ ହୋଇଥାନ୍ତି ସେମାନଙ୍କୁ ମହିଳାମାନେ ପସନ୍ଦ କରିଥାନ୍ତି। ଏଭଳି ଲୋକ ସମସ୍ତ କଷ୍ଟର ସମ୍ମୁଖୀନ ହୋଇପାରନ୍ତି।

-ଶ୍ରୋତା ସ୍ବଭାବର ପୁରୁଷ:
ଚାଣକ୍ୟ କୁହନ୍ତି ପ୍ରତିଟି ମହିଳା ଚାହେଁ ତାର ଜୀବନସାଥୀ ତାର ପ୍ରତିଟି କଥା ଶୁଣନ୍ତୁ। ତାକୁ ବୁଝନ୍ତୁ। ମହିଳାମାନେ ଜୀବନସାଥୀଙ୍କ ଦୁଷ୍ଟକଷ୍ଟ ବାଣ୍ଟିବାରେ ନିଜର ଖୁସି ପାଇଥାନ୍ତି। ଏମିତିରେ ଯଦି ପୁରୁଷଟିଏ କେବଳ ନିଜ କଥା ଚିନ୍ତା କରେ ତେବେ ମହିଳାମାନେ ତାଙ୍କଠାରୁ ଦୂରେଇ ଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟୁଟି ମାସ୍କ

ବ୍ୟୁଟି ଟ୍ରିଟ୍‌ମେଣ୍ଟ ବି ହେବ ଆଉ ସୋସିଆଲ ଡିଷ୍ଟାନ୍ସକୁ ପାଳନ କରିହେବ। ସେଥିପାଇଁ ତିଆରି କରାଯାଇଛି ଏକ ସ୍ବତନ୍ତ୍ର ପ୍ରକାରର ମାସ୍କ। ଗ୍ରହକମାନଙ୍କ ପାଇଁ ଏଭଳି...

ଜୀବନସାଥୀଙ୍କୁ ନିକଟତର କରିବା ପାଇଁ ଆପଣାନ୍ତୁ ଏପରି ଉପାୟ

ସମ୍ପର୍କର ଆରମ୍ଭ ହେଉ କିମ୍ବା ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥାଉ, ପ୍ରତ୍ୟେକ ଦମ୍ପତି ଚାହାନ୍ତି ଯେ, ସେମାନଙ୍କ ମଧ୍ୟରେ କୌଣସି ଦୂରତା ରହିବା ଉଚିତ୍‌...

ଏସବୁ ଘରୋର ଉପଚାରରେ ଦୂର ହେବ ଗ୍ୟାସ ସମସ୍ୟା

ବର୍ତ୍ତମାନ ସମୟରେ ପେଟ ଗ୍ୟାସ ହେବା ମୁଖ୍ୟ ସମସ୍ୟା ପାଲଟିଛି। ବେଳେବେଳେ ଗ୍ୟାସ ଯୋଗୁ ପେଟ ଦରଜ ହେବା ସହ ଭୀଷଣ ମୁଣ୍ଡ ବିନ୍ଧା ହୋଇଥାଏ।...

ନିଃସଙ୍ଗତା ଦୂର କରିବ ରୋବୋ

ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ଏଣିକି ଏହାକୁ ନିଃସଙ୍ଗତା ଦୂର କରିବା ପାଇଁ ବ୍ୟବହାର କରାଯାଇପାରିବ। ଜାପାନର ବୈଜ୍ଞାନିକମାନେ ଏପରି ଏକ ଅତ୍ୟାଧୁନିକ ଜ୍ଞାନକୌଶଳ...

ଓ୍ବାନ୍‌ ଶୋଲ୍ଡର ଟପ୍ସ

ଅଫିସ୍‌ ହେଉ ଅବା ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ଅନେକେ ଜିନ୍ସ ଓ ଟପ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କାରଣ ଏହା ଷ୍ଟାଇଲିଶ୍‌ ଲୁକ୍‌ ଦେବା...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଲବଙ୍ଗ

ସାଧାରଣତଃ ଲବଙ୍ଗକୁ ମସଲାଭାବେ ବ୍ୟବହାର କରାଯାଇଥାଏ। ହେଲେ ଏହାର ଅନ୍ୟ ଔଷଧୀୟ ଗୁଣ ମଧ୍ୟ ରହିଛି। ଲବଙ୍ଗରେ ମ୍ୟାଗ୍ନେସିୟମ, ଭିଟାମିନ-ସି, ଭିଟାମିନ-କେ ଏବଂ ଭିଟାମିନ-ଇ ଆଦି...

ପାଠପଢ଼ା ଆଗ୍ରହକୁ ସକ୍ରିୟ କରେ ବ୍ୟାୟାମ

ଆଜିକାଲି ନିଜକୁ ଫିଟ୍‌ ଏବଂ ସୁସ୍ଥ ରଖିବା ପାଇଁ ଅନେକ ବ୍ୟାୟାମକୁ ନିଜର ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରୁଛନ୍ତି। ପ୍ରତିଦିନ ସକାଳେ କିଛି ସମୟ...

ଟ୍ରେଣ୍ଡି ଲେଦର୍‌ ଜ୍ୟାକେଟ୍‌

ଶୀତରେ ଜ୍ୟାକେଟ୍‌ ପିନ୍ଧିବାର ସଉକ ଅନେକଙ୍କର ଥାଏ। ତେବେ ଜ୍ୟାକେଟ୍‌ ଭିତରେ ଲେଦର ଜ୍ୟାକେଟ୍‌ର କଥା ହିଁ ନିଆରା। ଏହା ଇନ୍‌ଷ୍ଟାଣ୍ଟ ଗ୍ଲାମର ଲୁକ୍‌ ଦେଇଥାଏ।...

Advertisement
Archives

Model This Week