ଏହି ଅଭିନେତ୍ରୀଙ୍କ ପାଦ ଦେଖି ତାଙ୍କ ପ୍ରେମରେ ପଡିଥିଲେ ସଲମାନ

ଏକଦା ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଥିଲା। ଯଦିଓ ଏବେ ଉଭୟଙ୍କର ରାସ୍ତ ଭିନ୍ନ, କିନ୍ତୁ ଆଜିବି ଦୁହଁିକୁ ପ୍ରେମ କାହାଣୀକୁ ଦର୍ଶକ ଭୁଲିନାହାନ୍ତି। ଦୁହେଁ ଏକାଠି କେବଳ ଗୋଟିଏ ଫିଲ୍ମ କରିଛନ୍ତି ଏବଂ ଏହାର ନାମ ହେଉଛି – ହମ ଦିଲ ଦେ ଚୁକେ ସନମ। ଫିଲ୍ମଟି ସୁପରହିଟ ଥିଲା। ଏହାର କିଛି ଦୃଶ୍ୟ ବେଶ୍‌ ସ୍ମରଣୀୟ ।
ଏହି ଦୃଶ୍ୟଗୁଡିକ ମଧ୍ୟରେ ଗୋଟିଏ ଦୃଶ୍ୟ ଏମିତି ଥିଲା, ଯେଉଁଥିରେ ସଲମାନ ଐଶ୍ୱର୍ଯ୍ୟା ରାୟଙ୍କ ଭବିଷ୍ୟତ ହାତ ଦେଖି ନୁହେଁ ବରଂ ପାଦ ଦେଖି ତାଙ୍କ ଭବିଷ୍ୟତ କଥା କହିଥିଲେ। ଏହି ଦୃଶ୍ୟ ପରେ ହିଁ ଉଭୟଙ୍କ ମଧ୍ୟରେ ରିୟଲ୍‌ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା କୁହାଯାଏ। ଐଶ୍‌ଙ୍କ ପାଦ ଦେଖି ସଲ୍ଲୁ ଫିଦା ହୋଇଯାଇଥିଲେ। ଉଭୟଙ୍କ କ୍ୟାରିୟରର ସର୍ବୋତ୍ତମ ଫିଲ୍ମ ଥିଲା। ଏହି ଫିଲ୍ମର ଗୀତଗୁଡ଼ିକ ମଧ୍ୟ ହିଟ ହୋଇଥିଲା। ଏହି ଚଳଚ୍ଚିତ୍ର ପରେ ସଲମାନ ଏବଂ ଐଶ୍ୱର୍ଯ୍ୟା ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ। କିନ୍ତୁ ଅଢେଇ ବର୍ଷ ମଧ୍ୟରେ ଉଭୟଙ୍କ ପ୍ରେମ ସମ୍ପର୍କ ଭାଙ୍ଗିଯାଇଥିଲା। ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କର ଏହା ପ୍ରଥମ ଏବଂ ଶେଷ ଫିଲ୍ମ ଥିଲା। ଏହା ପରେ ଏହି ଯୋଡି କେବେ ରୂପେଲି ପରଦାରେ ଏକାଠି ଦେଖା ଦେଇ ନ ଥିଲେ।

Share