Categories: ଜାତୀୟ

ଜଲିକଟ୍ଟୁ ଦେଖି କୃଷକଙ୍କୁ ସମର୍ଥନ କରିବେ ରାହୁଲ

ନୂଆଦିଲ୍ଲୀ୧୨।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ତାମିଲନାଡୁ ଗସ୍ତ କରିବେ। ଗସ୍ତ ବେଳେ ପୋଙ୍ଗଲ ପର୍ବ ପାଳନ ଅବସରରେ ମଦୁରାଇରେ ଆୟୋଜିତ ହେଉଥିବା ‘ଜଲିକଟ୍ଟୁ’(ଷଣ୍ଢ ଲଢେଇ) କାର୍ଯ୍ୟକ୍ରମରେ ଯୋଗଦେଇ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇବେ ବୋଲି ଦଳର ତାମିଲନାଡୁ ମୁଖ୍ୟ କେ.ଏସ୍‌ ଆଲାଗିରି ମଙ୍ଗଳବାର ପ୍ରକାଶ କରିଛନ୍ତି। ଷଣ୍ଢ କୃଷକମାନଙ୍କ ପ୍ରତୀକ ଏବଂ ତାଙ୍କ ଜୀବନର ଏକ ଅଂଶ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷେ ରାହୁଲ ସେ ଦିନ କୌଣସି ର୍ନିବାଚନ ପ୍ରଚାରରେ ଭାଗ ନେବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ତାମିଲନାଡୁ ର୍ନିବାଚନର କିଛି ମାସ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦଳ ପକ୍ଷରୁ ସ୍ବାଗତ କରାଯାଇଛି। ଏପ୍ରିଲ-ମେ ମାସରେ ର୍ନିବାଚନ ହେବାର ଅଛି। ରାହୁଲ ଦିଲ୍ଲୀରୁ ଆସି ମଦୁରାଇରେ ଅବତରଣ କରିବେ। ପରେ ସେ ବିଭିନ୍ନ ମନ୍ଦିର ପରିଦର୍ଶନ କରି ସହରରେ ଚାରି ଘଣ୍ଟା ବିତାଇବେ। ସୂଚନା ଯୋଗ୍ୟ, ପଶୁଙ୍କ ଉପରେ ନିର୍ଯାତନା କାରଣରୁ ‘ଜଲିକଟ୍ଟୁ’ ପରମ୍ପରା ବେଶ୍‌ ବିବାଦୀୟ। ୨୦୧୪ରେ ସୁପ୍ରିମକୋର୍ଟ ଭାରତର ପଶୁ କଲ୍ୟାଣ ବୋର୍ଡ ଏବଂ ପିପୁଲ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ୍ସ(ପେଟା)ଙ୍କ ଆବେଦନ ପରେ ଜଲିକଟ୍ଟୁ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ହେଲେ ତାମିଲନାଡୁ ସଂସ୍କୃତିର ଏହା ଅଶଂ ବିଷେଶ ହୋଇଥିବାରୁ ସୁପ୍ରିମକୋର୍ଟଙ୍କ ନିଦେର୍ଶକୁ ପ୍ରବଳ ବିରୋଧ କରାଯାଇଥିଲା। ପରେ ୨୦୧୭ରେ ଏହି ପ୍ରତିବନ୍ଧକ ହଟାଯାଇଥିଲା।

Share