Categories: ଖେଳ

ନିଜକୁ ଯୁବତୀ ରୂପରେ ଦେଖି ଏମିତି କହିଲେ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ସୋସିଆଲ ମିଡିଆରେ ଭାରତୀୟ ଖେଳାଳିଙ୍କ ‘ଫିମେଲ୍‌ ଭର୍ସନ୍‌’ର ଏକ ଫଟୋ ଛାଡିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫଟୋରେ ଷ୍ଟାର କ୍ରିକେଟରମାନେ ମହିଳା ରୂପରେ ନଜର ଆସିଛନ୍ତି। ଏଥିରେ ରୋହିତ ଶର୍ମା, ବିରାଟ କୋହଲି, ଶିଖର ଧାୱନ, କେ.ଏଲ ରାହୁଲ, ଏମଏସ ଧୋନୀ, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଅଜିଙ୍କ୍ୟ ରାହାଣେ, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ମହମ୍ମଦ ଶାମି, ୟୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଜସପ୍ରୀତ ବୁମରା ନଜର ଆସିଛନ୍ତି। ଯୁବରାଜ ଏହି ଫଟୋ ଛାଡିବାର ଗୋଟିଏ ଦିନ ପରେ ହରଭଜନ ମଧ୍ୟ ଫିମେଲ୍‌ ଭର୍ସନର ଆଉ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ସୌରଭ ଗାଙ୍ଗୁଲି, ଯୁବରାଜ ସିଂ, ଗୌତମ ଗମ୍ଭୀର, ଜାହିର୍‌ ଖାନ୍‌ ଭଳି ଖେଳାଳିଙ୍କ ମହିଳା ରୂପେ ଦେଖାଯାଇଛି। ଏହାର କ୍ୟାପସନ୍‌ରେ ଭଜି ଲେଖିଛନ୍ତି ତୁମେ କାହା ସହ ଡେଟ୍‌ରେ ଯିବାକୁ ଚାହୁଁଛ? ଏହାର ଉତ୍ତରରେ ସୌରଭ ଗାଙ୍ଗୁଲି କହିଛନ୍ତି, ମଝିରେ ଥିବା ଝିଅ, ଯିଏ ଚଷମା ଲଗାଇଛନ୍ତି। ସୂଚନାଯୋଗ୍ୟ, ଗାଙ୍ଗୁଲି ନିଜ ଫଟୋକୁ ନଜରରେ ରଖି ଏମିତି କହିଥିଲେ।

Share