Categories: ଖେଳ

ପଡିଆରେ ସ୍ବାମୀଙ୍କ ସାହସ ଦେଖି ସ୍ତ୍ରୀ କହିଲେ ଗତକାଲି ରାତିରେ…

ସିଡନୀ,୧୧।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସସିଜି)ରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ଡ୍ର’ ଭାବେ ଶେଷ ହୋଇଛି। ଚେତେଶ୍ୱର ପୂଜାରା ଏବଂ ରିଷଭ ପନ୍ତଙ୍କ ଶତକୀୟ ଭାଗିଦାରୀ ପରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଦୃଢ ଇନିଂସ ବଳରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଡ୍ର’ ରଖିଥିଲା। ସିଡନୀ ଟେଷ୍ଟର ଡ୍ର ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ଗତକାଲି ରାତିରେ ଅଶ୍ୱିନ୍‌ ଭୟଙ୍କର ଯନ୍ତ୍ରଣା ସହ ଶୋଇଥିଲେ। ସକାଳୁ ଉଠିବା ପରେ ସେ ସିଧା ଠିଆ ହୋଇ ପାରୁ ନ ଥିଲେ। ସେ ଜୋତାର ଫିତା ବାନ୍ଧିବାକୁ ମଧ୍ୟ ନଇଁ ପାରୁ ନ ଥିଲେ। ମୁଁ ଆଶ୍ଚର୍ଯ୍ୟ ଆଜି ଅଶ୍ୱିନ କେଉଁଠାରୁ ଶକ୍ତି ପାଇଲେ। ସୂଚନାଯୋଗ୍ୟ, ସିଡନୀ ଟେଷ୍ଟର ପଞ୍ଚମ ଦିନରେ ଉଭୟ ହନୁମା ବିହାରୀ ଏବଂ ଅଶ୍ୱିନ ଆହତ ହୋଇ ଖେଳୁଥିଲେ। ଆହତ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲୀୟ ବୋଲରଙ୍କ ପ୍ରତ୍ୟେକ କୌଶଳକୁ ବିଫଳ କରି ଘରୋଇ ଦଳର ବିଜୟ ଆଶାରେ ପାଣି ପକାଇଥିଲେ। ହନୁମା କ୍ରିଜରେ ପ୍ରାୟ ଚାରି ଘଣ୍ଟା ବିତାଇ ଅପରାଜିତ ୨୩ ରନ ପାଇଁ ୧୬୧ ବଲ ଖେଳିଥିବାବେଳେ ଅଶ୍ୱିନ ୧୨୮ ବଲ୍‌ରୁ ୩୮ ରନ କରିଥିଲେ।

Share