ଚିନାବାଦାମ ଚାଷୀଙ୍କୁ ବିହନ, କୃଷି ଯନ୍ତ୍ରପାତି ମିଳୁନି

ମହାକାଳପଡ଼ା,୨୭ା୧୨(ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ହେଲେ କୃଷି ବିଭାଗର ଅନେକ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚତ୍ ପାରୁନି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ବିଭାଗ ଅନ୍ୟ ମୁଣ୍ଡରେ ଦୋଷ ଦେଇ ଖସିଯାଉଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ପେଟଛେଲା ଓ ରାମନଗର ପଞ୍ଚାୟତର ଅର୍ଥକରୀ (ତୈଳବୀଜ) ଚିନାବାଦାମ ଚାଷୀ। ଏହି ପଞ୍ଚାୟତର ବି.ବି. କଲୋନୀ (ଆଖୁଗଡ଼ା)ର କେତେକ ବାଦାମ ଚାଷୀ ସରକାରୀ କୃଷି ବିଭାଗ କର୍ମଚାରୀଙ୍କୁ ରିହାତି ଦରରେ ବାଦାମ ବିହନ ଯୋଗାଣ ପାଇଁ ନିଦେଦନ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ଚାଷୀଙ୍କୁ ବିହନ ଯୋଗାଇବାରେ ବିଭାଗ ବିଫଳ ହୋଇଛି ବୋଲି ଅଭିଯୋଗ ହେଉଛି। ଏହି ବାଦାମ ଚାଷରେ ଏକର ପ୍ରତି ୨୦ରୁ ୨୫ ହଜାର ଟଙ୍କା ବ୍ୟୟ ହେଉଛି। ସେହିପରି ଜମିରେ ହଳ, କୀଟନାଶକ ଔଷଧ, ଚୂନ, ସାର ପ୍ରୟୋଗ କରି ଜମିକୁ ପ୍ରସ୍ତୁତ କରିବାକୁ ପଡୁଛି। ସରକାରୀ ବାଦାମ ବିହନକୁ ଚାହିଁ ଚାହିଁ ସମୟ ଗଡିଯିବାରୁ ଚାଷୀ ବାଧ୍ୟ ହୋଇ ଖୋଲା ବଜାରରୁ ଚଢ଼ା ଦରରେ କିଲୋ ପ୍ରତି ଶହେ ଟଙ୍କାରୁ ଅଧିକ ମୂଲ୍ୟରେ କିଣି ଚାଷ କରୁଛୁ ବୋଲି ଜଗଦୀଶ ଦେବନାଥ, ହାରାଧନ ଦେବନାଥ, ସୁମଙ୍ଗଳ ଦେବନାଥ, ମଧୁ ଦେବନାଥ, ସୁଧୀର ଦେବନାଥ, ସୁଶୀଳ ଦେବନାଥ, ସମର ଦେବନାଥ, ସମୀର ଦେବନାଥ, ହରେକୃଷ୍ଣ ଦେବନାଥ କହିଛନ୍ତି।
ଅନ୍ୟପକ୍ଷରେ ବି.ବି. କଲୋନୀ ଗ୍ରାମର ଚିନାବାଦାମ କ୍ଷେତକୁ ଜଳସେଚନ ସୁବିଧା ନାହିଁ। ଚାଷୀ ନିଜସ୍ବ ଉଦ୍ୟମରେ ସ୍ୟାଲୋ ପମ୍ପସେଟ୍‌ ଓ ଚୁଆ ଖୋଳି ଜଳସେଚନ ସୁବିଧା କରାଉଛନ୍ତି। ସରକାରଙ୍କ ରିହାତି ଦରରେ କୃଷି ଯନ୍ତ୍ରପାତି ଯୋଜନା ବେନାମୀ ଚାଷୀମାନେ ହାତଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଯଥା -ପମ୍ପସେଟ୍‌, ଔଷଧ ସିଞ୍ଚନ ମେଶିନ୍‌, ଚିନାବାଦାମ ମଞ୍ଜି ବୁଣିବା ଯନ୍ତ୍ର, ଟ୍ରାକ୍ଟର, ପାୱାରଟିଲର ଆଦି ଯୋଗାଣରେ ବ୍ଲକ କୃଷି ବିଭାଗ ବିଫଳ ବୋଲି ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି। ଅପରପକ୍ଷରେ ସରକାରୀ ନିୟମ ଅନୁସାରେ, ଚାଷୀଙ୍କୁ ରିହାତି ଦରରେ କୃଷି ଯନ୍ତ୍ରପାତି ନ ମିଳିବାରୁ ଚାଷୀମାନେ ବାଧ୍ୟ ହୋଇ ହଳ ଲଙ୍ଗଳକୁ ଭରସା କରିଛନ୍ତି ବୋଲି ବୁଦ୍ଧିରାମ ଦେବନାଥ କହିଛନ୍ତି। ଏ ନେଇ ମାର୍ଶାଘାଇ ଜିଲା କୃଷି ଅଧିକାରୀ ସଞ୍ଜୀବ କୁମାର ମୁଦୁଲିଙ୍କୁ ପଚାରିବାରେ ବାଦାମ ବିହନ ଉପଲବ୍ଧ ହୋଇପାରୁନି। ଆଗୁଆ ପ୍ରି-ବୁକିଂ କଲେ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri