Categories: ଫୁରସତ

ଜନ୍ମଦିନରେ ‘ସିମ୍ବା’ ଗୀତର ତାଳେତାଳେ ନାଚିଲେ ୯୩ ବର୍ଷୀୟା ଏହି ବୃଦ୍ଧା: ହୃଦୟ ଜିଣୁଛି ଭିଡିଓ, ଦେଖନ୍ତୁ..

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ କୋଲକାତାର ଜଣେ ୯୩ ବର୍ଷୀୟ ବୃଦ୍ଧା ଏବେ ଚର୍ଚ୍ଚାରେ। ସେ ନିଜର ଜନ୍ମଦିନ ଅବସରରେ ଚଳଚ୍ଚିତ୍ର ‘ସିମ୍ବା’ର ଏକ ଗୀତରେ ନାଚିଥିଲେ। ତାଙ୍କ ନାତି ଗୌରାବ ସାହା ଫେସ୍‌ବୁକରେ ଭିଡିଓ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଥିଲା।

ଶାହା ପରିବାର ଜେଜେ ମା’ଙ୍କ ଜନ୍ମଦିନକୁ ଖାସ୍‌ କରିବାକୁ ସବୁ ପ୍ରସ୍ତୁତି କରିଥିଲେ। ରଙ୍ଗବେରଙ୍ଗ ବେଲୁନ୍‌ ସାଙ୍ଗକୁ ଟୋପି, ଚକୋଲେଟ୍‌ କେକ୍‌ ଅଣାଯାଇଥିଲା। ଜେଜେ ମା’ ମଧ୍ୟ ସୁନେଲୀ ରଙ୍ଗର ଟୋପି, ଶାଢ଼ୀ ଏବଂ ହାର ପିନ୍ଧିଥିଲେ। ଉତ୍ସବ ବେଳେ ପରିବାରଲୋକେ ତାଙ୍କୁ ନାଚିବାକୁ କହିଥିଲେ। ସେ ତତ୍‌କ୍ଷଣାତ ହଁ ଭରିଥିଲେ। ତେବେ ୯୩ ବର୍ଷ ବୟସରେ ମଧ୍ୟ ତାଙ୍କ ଖୁସି ଅନେକଙ୍କୁ ପ୍ରେରଣା ଦେଉଛି। ଭିଡିଓକୁ ଇତି ମଧ୍ୟରେ ୪୪୦୦ରୁ ଅଧିକ ଥର ଶେୟାର କରାଯାଇଛି। ୬.୬ ଲକ୍ଷ ଲୋକ ପସନ୍ଦ କରିଛନ୍ତି।

 

Share