Categories: ଖେଳ

୬ ହଜାର ବର୍ଗ ଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ହାର୍ଦ୍ଦିକଙ୍କ ପେଣ୍ଟହାଉସ୍‌: ଭିତରୁ ଦେଖିବାକୁ ଏଭଳି

ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ନିଜର ଦମଦାର ପ୍ରଦର୍ଶନ ଜରିଆରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ନିଜ ବ୍ୟାଟିଂରେ ବୋଲର୍‌ଙ୍କ ନିଦ ହଜାଉଥିବା ହାର୍ଦ୍ଦିକ ଗୁଜରାଟର ବଦୋଦରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ଗରିବ ପରିବାରରେ ଜନ୍ମ ହେତୁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ହେଲେ ଏବେ ସମୟ ବଦଳିଛି। ପୋଷାକଠାରୁ ଆରମ୍ଭ କରି ଜୋତା, ହିରାର ଗହଣା ଏବଂ ଘର ଆଦିକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆସନ୍ତୁ ଦେଖିବା ହାର୍ଦ୍ଦିକଙ୍କ ଘର ଭିତରୁ କିଭଳି…

ହାର୍ଦ୍ଦିକ ବଦୋଦରାରେ ନିଜ ପରିବାର ସହ ରୁହନ୍ତି। ସେଠାରେ ଥିବା ପେଣ୍ଟହାଉସ୍‌ ୬ହଜାର ସ୍କୋୟାର ଫୁଟ୍‌ ଅଞ୍ଚଳରେ ପରିବ୍ୟାପ୍ତ।

ହାର୍ଦ୍ଦିକଙ୍କ ଘର ଏତେ ବଡ଼ ଯେ ସେ ଭାଇ କ୍ରୁଣାଳଙ୍କ ସହ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳେ।

ତାଙ୍କ ଘରକୁ ଅନୁରାଧା ଅଗ୍ରଓ୍ବାଲ ଡିଜାଇନ୍‌ କରିଛନ୍ତି। ସେ ଅଲିଭ କ୍ରିଏଶନର କ୍ରିଏଟିଭ ଡାଇରେକ୍ଟର।

ଘର ଭିତରେ ଜିମ୍‌ ରହିଛି। ଏହାଛଡ଼ା ଥିଏଟର ମଧ୍ୟ ରହିଛି।

ଅନେକ ସମୟରେ ହାର୍ଦ୍ଦିକ ରୋଷେଇ କରୁଥିବା ବେଳେ ଫଟୋ ଶେୟାର କରିଥାନ୍ତି।

Share