ଜନ୍ମାଷ୍ଟମୀ ଲାଗି ଜଲେଶପଟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ ଅଫିସ/ଚକାପାଦ/ତୁମୁଡିବନ୍ଧ,୨୯ା୮: କନ୍ଧମାଳ ଜିଲା ଚକାପାଦ ଏବଂ ତୁମୁଡିବନ୍ଧସ୍ଥିତ ଜଲେଶପଟା ଆଶ୍ରମରେ ସୋମବାର ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧଦିବସ ପାଳନ କରାଯିବ। କୋଭିଡ୍‌ କଟକଣା ମଧ୍ୟରେ ଏହା ପାଳନ କରାଯିବ। ଏନେଇ ଆଶ୍ରମ ପରିସର ଚଳଚଞ୍ଚଳ ହୋଇଉଠିଛି। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ ଚାଲିଛି। ଆଶ୍ରମରେ ପୂଜା କାର୍ଯ୍ୟ ସମ୍ପାଦନ ପାଇଁ ମାତ୍ର ୧୦ ଜଣଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି । କରୋନା କଟକଣା ମଧ୍ୟରେ ସବୁ କାର୍ଯ୍ୟ ହେବ ବୋଲି ଚକାପାଦ ଆଶ୍ରମ ଦାୟିତ୍ୱରେ ଥିବା କୃଷ୍ଣାନନ୍ଦ ଏବଂ ସଚ୍ଚିଦାନନ୍ଦ ସରସ୍ବତୀ କହିଛନ୍ତି। ଆଶ୍ରମରେ ନାମଯଜ୍ଞ, ଗୋପୂଜା, ସୂର୍ଯ୍ୟପୂଜା ଓ ହୋମଯଜ୍ଞ କରାଯିବ ବୋଲି ସୂଚନା ଦେଇଛନ୍ତି।

ସେହିପରି ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ଦାୟିତ୍ୱରେ ଥିବା ସ୍ବାମୀ ଜୀବନମୁକ୍ତାନନ୍ଦଜୀ ମଧ୍ୟ ସମାନ କଥା କହିଛନ୍ତି। ଏସ୍‌ପି ଭୀନିତ ଅଗ୍ରୱାଲ ଏସବୁ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଫୁଲବାଣୀ ସହର ଓ ଦାରିଙ୍ଗବାଡିରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ଚକାପାଦରେ ଦେଢ଼ ପ୍ଲାଟୁନ, ସଦର, ଖଜୁରିପଡା, ବାଲିଗୁଡା, ବାରଖମା, ତୁମୁଡିବନ୍ଧ, ଟିକାବାଲି, ଜି.ଉଦୟଗିରି, ରାଇକିଆ, ସାରଙ୍ଗଗଡ, ବ୍ରାହ୍ମଣୀଗାଁ ଏବଂ ଫିରିଙ୍ଗିଆରେ ୧ ପ୍ଲାଟୁନ ଫୋର୍ସ ଓ ଅଫିସରମାନେ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା:କଅଁଳ ପିଠିରୁ କମୁନି ବସ୍ତାନି ବୋଝ

ଅନୁଗୋଳ ଅଫିସ, ୧୩।୮ ସରକାରଙ୍କ ସ୍ପଷ୍ଟ ଗାଇଡ୍‌ଲାଇନ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଗୋଳ ଜିଲାର କେତେକ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କ ପିଠିରୁ ବସ୍ତାନି...

ରେଳରୋକୋ କଲେ ଆନ୍ଦୋଳନକାରୀ

ବାଲେଶ୍ୱର ଅଫିସ ୨୮।୩: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି...

୧୧ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ରାଜ୍ୟରେ ଆଉ ଗ୍ରୀଷ୍ମର ପ୍ରକୋପ ବଢ଼ିବ ନାହିଁ। ପାରଦ ୪୦ ଡିଗ୍ରୀ ସେଲସିୟସ ତଳେ ରହିବ। ଉପକୂଳରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଏବଂ...

ଗ୍ରାହକଙ୍କ ଭିଡ଼ ଦେଖି ଦର ବୃଦ୍ଧି କରୁଛନ୍ତି ଦୋକାନୀ

ଆରଡ଼ି,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଅଞ୍ଚଳରେ କରୋନା କଟକଣା ଦେଖିବାକୁ ମିଳୁନାହିଁା ସାରା ଜିଲା ଲକ୍‌ଡାଉନ ଘୋଷଣା ପରେ ବି ପଡୋଶୀ ଯାଜପୁର, କେନ୍ଦ୍ରାପଡା ଜିଲାର...

ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଆସିଲା ୧୦୮ ବୋଟ୍‌ ଆମ୍ବୁଲାନ୍ସ

ଚିତ୍ରକୋଣ୍ଡା,୨୨ା୫(ଡି.ଏନ.ଏ.)-ମାଲକାନଗିରି ଜିଲା ଉପାନ୍ତ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଭୁକ୍ତ ୫ଟି ପଞ୍ଚାୟତ ପଣସପୁଟ, ଅଣ୍ଡିରାପାଲି, ଯୋଡ଼ାମ୍ବ, ଯନ୍ତ୍ରୀ ଓ ଗାଜୁଲୁମାମୁଡି ଅଞ୍ଚଳବାସୀ ଏବେ...

ରାବିଡ଼ି ଖାଇ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୧୧।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଟକ ଜିଲା ଅରିଲୋଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍‌ଫେଡର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ...

ତେଲିଙ୍ଗିରି ପ୍ରକଳ୍ପ: କାର୍ଯ୍ୟକ୍ଷମ ସତ୍ତ୍ୱେ ଚାଷଜମିକୁ ମାଡୁନି ଜଳ

ଜୟପୁର,୧ା୧୦(ନି.ପ୍ର.): ତେଲିଙ୍ଗିରି ପ୍ରକଳ୍ପ ହେବ ଆଉ ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡ଼ିବ। ଫସଲ ଦୁଇଗୁଣା ହେବ। ଚାଷୀଙ୍କ ମୁହଁରେ ହସ ଫୁଟିବ। ଏହି...

ଆମ ଅଧିକାର ଓ ଗଣତନ୍ତ୍ର

ପ୍ରତିବର୍ଷ ଭାରତବାସୀଙ୍କ ପାଇଁ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ବେଶ୍‌ ମହତ୍ତ୍ୱ ବହନ କରେ। ଗତବର୍ଷ ସମଗ୍ର ଦେଶ ଅଦୃଶ୍ୟ ଦାନବ କରୋନାର ଶକ୍ତ ପଞ୍ଝାରେ...

Advertisement
Archives

Model This Week