ସଇଁତଲା,୨୩ା୧୧(ରାଖାଲ ପ୍ରସାଦ ଶତପଥୀ): ସଇଁତଲା ସରକାରୀ ବସଷ୍ଟାଣ୍ଡରୁ ଗ୍ରାମାଂଚଳକୁ ଯାଉଥିବା ସମସ୍ତ ସରକାରୀ ବସ-ସେବା ସୋମବାର ଦିନ ବ୍ୟାହତ ହୋଇଛି । ବସଷ୍ଟାଣ୍ଡରେ ନିୟୋଜିତ ହୋଇଥିବା ସିକ୍ୟୁରିଟି ଗାର୍ଡ଼ମାନେ ଦରମା ପାଉନଥିବାରୁ ଆଜି ବସଷ୍ଟାଣ୍ଡର ଦୁଇଟି ଗେଟରେ ତାଲା ପକାଇ ଆନ୍ଦୋଳନ କରୁଥିବାରୁ ବସସେବା ବ୍ୟାହତ ହୋଇଛି ।
ସୂଚନା ମୁତାବକ ସଇଁତଳା ବସଷ୍ଟାଣ୍ଡରୁ ପ୍ରତ୍ୟହ ବିଭିନ୍ନ ପଞ୍ଚାୟତକୁ ରାଜ୍ୟସରକାରଙ୍କ ମୁଖ୍ୟମନ୍ତ୍ରୀ ବସସେବା ଚଳାଚଳ କରୁଥିଲା । ବସସେବା ଯୋଗୁଁ ବିଭିନ୍ନ ପଂଚାୟତରୁ ଜନସାଧାରଣ ବ୍ଳକକୁ ବିଭିନ୍ନ କାର୍ଯ୍ୟରେ ଆସି ପୁଣି ସେହି ବସ ଯୋଗେ ନିଜ ଗ୍ରାମକୁ ଫେରିପାରୁଥିଲେ । କିନ୍ତୁ ଦୀର୍ଘ ୩ ମାସ ହେଲା ବସଷ୍ଟାଣ୍ଡରେ ନିୟୋଜିତ ହୋଇଥିବା ସିକ୍ୟୁରିଟି ଗାର୍ଡ଼ମାନଙ୍କୁ ଦରମା ପ୍ରଦାନ କରାଯାଇନାହିଁ । ଯାହାଫଳରେ ସିକ୍ୟୁରିଟିଗାର୍ଡ୍ ମାନେ ଦରମା ପ୍ରଦାନ ନ କଲେ ବସଷ୍ଟାଣ୍ଡକୁ ଗେଟରେ ତାଲା ମାରିବେ ବୋଲି ଦୁଇଦିନ ତଳେ ଥାନାରେ ଲିଖତ ଭାବରେ ପ୍ରଦାନ କରିଥିଲେ ।
ଦୁଇଦିନ ବିତିଗଲା ପରେ ମଧ୍ୟ ଦରମା ପ୍ରଦାନ କରାନଯିବାରୁ ସୋମବାର ସିକ୍ୟୁରିଟି ଗାର୍ଡ଼ମାନେ ବସଷ୍ଟାଣ୍ଡର ଦୁଇଟି ଗେଟରେ ତାଲା ମାରି ଦେଇଥିଲେ । ଫଳରେ ସକାଳୁ ଅଦ୍ୟାବଧି ଦିନ ୧୨ଘଣ୍ଟା ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ହୋଇଯାଇଥିଲା । ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ବସଷ୍ଟାଣ୍ଡର ସିକ୍ୟୁରିଟି ଗେଟ୍ ଖୋଲିଥିବା ଜଣାପଡିଛି । ବସ୍ ଚଳାଚଳ ବନ୍ଦ ହେବାରୁ ଯାତ୍ରୀମାନେ ଦୀର୍ଘ ୫ ଘଣ୍ଟା ଧରି ନାହିଁ ନଥିବା ଅସୁବିଧା ଭୋଗ କରିଥିବା ଦେଖିବାକୁ ମିଳିଛି ।