ବିଧାନସଭାରେ ସୁରକ୍ଷାକର୍ମୀ-ବିଧାୟକ ଠେଲାପେଲା, ତାତିଲା କଂଗ୍ରେସ

ଭୁବନେଶ୍ୱର,୨୫।୩: କଂଗ୍ରେସର ୧୨ ଜଣ ସଦସ୍ୟ ଆସନ୍ତା ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବିତ ହୋଇଛନ୍ତି। ବିଧାନସଭାରେ ଚରମ ବିଶୃଙ୍ଖଳା କରୁଥିବା ଅଭିଯୋଗ ଅଣାଯାଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ଘଣ୍ଟ, ବାଜା, ଗିନି ଏବଂ ଝାଞ୍ଜ ବଜାଇ ସେମାନଙ୍କ ପ୍ରତିବାଦ ଆରମ୍ଭ କରିଥିଲେ। ଏହି ସମୟରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୃହରେ ପ୍ରତିଦିନ ଚରମ ବିଶୃଙ୍ଖଳା କରିଆସୁଥିବା ଏବଂ ମଙ୍ଗଳବାର ପ୍ରଥମାର୍ଦ୍ଧରେ ଗୃହରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିବା କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ନିଲମ୍ବନ କରିବା ଲାଗି ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବାଚସ୍ପତି ଏହାକୁ ଗ୍ରହଣ କରିବା ସହ କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ଆସନ୍ତା ୭ଟି କାର୍ଯ୍ୟ ଦିବସ ଲାଗି ଗୃହକାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ଦେଇଥିଲେ। କେବଳ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଚନ୍ଦ୍ର ଜେନା ନିଲମ୍ବନ ଆଦେଶରୁ ବାଦ୍‌ ପଡ଼ିଛନ୍ତି। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସମେତ ସି.ଏସ୍‌. ରାଜନ୍ନ ଏକ୍କା, ସୋଫିଆ ଫିର୍ଦ୍ଦୋସ, ସାଗର ଚରଣ ଦାସ, ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗ, ଅଶୋକ ଦାସ , ଦାଶରଥି ଗମାଙ୍ଗ , ନୀଳମାଧବ ହିକ୍‌କା, କାଡ୍ରାକା ଆପାଲାସ୍ବାମୀ, ପବିତ୍ର ସାଉନ୍ତା ଏବଂ ପ୍ରଫୁଲ୍ଲ ପ୍ରଧାନ ରହିଛନ୍ତି। ଏହାପରେ କଂଗ୍ରେସ ସଦସ୍ୟମାନେ ନିଲମ୍ବନ ଆଦେଶ ବେଆଇନ, ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଗୃହରେ ହୋହଲ୍ଲା ଆରମ୍ଭ କରିଦେଇଥିଲେ। ଏହାପରେ ବାଚସ୍ପତି ୪ଟା ୧୯ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ବାରମ୍ବାର ଗୃହକୁ ମୁଲତବୀ କରାଯାଇଥିଲା। ମଝିରେ ବାଚସ୍ପତି କଂଗ୍ରେସ ସଦସ୍ୟମାନଙ୍କୁ ଗୃହ ନ ଛାଡିଲେ ମାର୍ଶଲ ଲଗାଇ ଉଠାଇ ବାହାରେ ଛାଡିଦିଆଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ସଦସ୍ୟଙ୍କ ସହ ମାର୍ଶଲ ମଧ୍ୟ ଏହି ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ କଂଗ୍ରେସ ସଦସ୍ୟମାନେ ସେମାନଙ୍କୁ ମାର୍ଶଲ ଯଦି ଉଠାଇ ବାହାରକୁ କାଢ଼ିବା କଥା କାଢ଼ନ୍ତୁ , ସେମାନେ ରାତି ସାରା ଆନ୍ଦୋଳନ କରିବେ ବୋଲି କହିଥିଲେ। ଗୃହ ନ ଛାଡିବା କାରଣରୁ ବାରମ୍ବାର ମୁଲତବୀ ଭିତରେ ୨ଟି ବିଭାଗ ଖର୍ଚ୍ଚଦାବି ଆଲୋଚନା ମଧ୍ୟ ହୋଇଯାଇଛି। କୃଷି ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନାକୁ ବାଚସ୍ପତି ୨୮ ତାରିଖକୁ ଘୁଞ୍ଚାଇଦେଇ ବୁଧବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଛନ୍ତି। ଏହି ଘଟଣାକୁ ନେଇ ତାରା କହିଛନ୍ତି, ଯେପର୍ଯ୍ୟନ୍ତ ଗୃହ କମିଟି ଗଠନ ନ ହୋଇଛି ଏବଂ ନିଲମ୍ବନ ଆଦେଶ ପ୍ରତ୍ୟାହାର କରା ନ ଯାଇଛି ପ୍ରତିବାଦକରି ଗୃହରୁ ଉଠି ଯିବୁନାହିଁ, ଏଠାରେ ରାତି କଟାଇବୁ।

ତେବେ ଏହାକୁ ନେଇ ବିଧାନସଭାରେ ସୁରକ୍ଷାକର୍ମୀ-କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଲବି ଗେଟ ବନ୍ଦ କରିବାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଲବିକୁ ଆସୁଥିବାବେଳେ ଗୃହକୁ ପ୍ରବେଶ କରିବାକୁ ଦେଇନଥିଲେ ସୁରକ୍ଷାକର୍ମୀ। ଯାହାପରେ ସୁରକ୍ଷାକର୍ମୀ କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?