Categories: ଜାତୀୟ

ବାବ୍ରି ମାମଲାର ରାୟ ଦେଇଥିବା ବିଚାରପତିଙ୍କ ସୁରକ୍ଷା ବୃଦ୍ଧିକୁ ନା

ନୂଆଦିଲ୍ଲୀ,୩।୧୧: ବାବ୍ରି ମସ୍‌ଜିଦ ଭଙ୍ଗ ମାମଲାର ରାୟ ଶୁଣାଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କ ସୁରକ୍ଷା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଛନ୍ତି। ୨୦୧୫ରୁ ସେ ବାବ୍‌ରି ଭଙ୍ଗ ମାମଲାର ବିଚାର କରିଆସୁଥିବାରୁ ସୁପ୍ରିମକୋର୍ଟ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଶେଷଦିନରେ ସେ ରାୟ ଶୁଣାଇ ସମସ୍ତ ୩୨ ଅଭିଯୁକ୍ତଙ୍କ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ।
ଏହାକୁ ନେଇ ଚାପା ଉତ୍ତେଜନା ଲାଗିରହିବା ପରେ ବିଚାରପତି ଯାଦବ ସୁରକ୍ଷା ବଢ଼ାଇବାକୁ ଅନୁରୋଧ କରିଥିଲେ।

Share